ତିନି କୂଳକୁ ଭସାଇ ଦେଇ ଚାଲିଗଲେ କିମ୍ବଦନ୍ତୀ ଅଭିନେତା Raimohan Parida, ସେ ଚାଲିଯିବା ପରେ କାନ୍ଦୁଛି ତିନି ତିନିଟି ପରିବାର

ଜଣେ ସିନା ଦୁନିଆ ଛାଡି ଚାଲିଗଲେ ହେଲେ ଭାସିଗଲା ତୁନି କୁଳ । ତାଙ୍କ ଯିବାପରେ ଅନ୍ଧାର ହୋଇଗଲା ମଞ୍ଚ ଓ ଯାତ୍ରା ଦୁନିଆ । ତାଙ୍କ ମୃତ୍ୟୁରେ କେବଳ ଗୋଟିଏ ହସଖୁସିର ପରିବାର ମୁରବି ଶୂନ୍ୟ ହୋଇନାହିଁ ବରଂ ଓଲିଉଡ ଜଗତର ଏକ ବଡ ସ୍ତମ୍ଭ ମଧ୍ୟ ଦୋହଲି ଯାଇଛି । ଅଭିନେତା ରାଇମୋହନଙ୍କ ଦେହାନ୍ତ ଗୋଟିଏ ପରିବାରର ଖୁସି ଉଜାଡି ଦେବା ସହ ଏହି କିମ୍ବଦନ୍ତୀ ଅଭିନେତା ତିନି ତିନିଟି କୂଳକୁ ଭସାଇ ଦେଇ ଯାଇଛନ୍ତି । ବାପା ଥିଲେ ପରିବାରରେ କେତେ ଖୁସି ଥିଲା ।

କିନ୍ତୁ ରାଇମୋହନ ଚାଲିଯିବା ପରେ ସବୁଦିନ ପାଇଁ ଉଜୁଡି ଯାଇଛି ଗୋଟିଏ ପରିବାରର ହସଖୁସି । ରାଇମୋହନଙ୍କ ଅକାଳ ବିୟୋଗରେ ଗୋଟିଏ ପରିବାରର ଦୁଇ ଝିଅ ଓ ପତ୍ନୀଙ୍କ ଉପରୁ ଆଶୀର୍ବାଦର ହାତ ଉଠିଯାଇଛି । ରାଇମୋହନଙ୍କ ଗୋଟିଏ ଝିଅ ବାହା ହୋଇ ସାରିଥିବା ବେଳେ ଆଉ ଜଣେ ଝିଅ ଏବେ ବି ବାହା ହୋଇନାହାନ୍ତି । ରାଇମୋହନ ଭୁବନେଶ୍ବରର ପ୍ରାଚୀବିହାରରେ ପତ୍ନୀ ଓ ସାନ ଝିଅ ସହ ରହୁଥିଲେ ।

ସେ ଯେଉଁ ଘରେ ରହୁଥିଲେ ତାଙ୍କ ବିନା ସେହି ଘର ଏବେ ଖାଁ ଖାଁ ଲାଗିବ । ସେ ଘରେ ଏବେ ଆଉ ନା ବାପା ବାପା ଡାକ ଶୁଭିବ ନା ଝିଅ ଟିକେ ଶୁଣିଲୁ ରେ ବୋଲି ଡାକ ଶୁଭିବ । ତେବେ ଗୋଟିଏ ପରିବାର ନୁହେଁ ବରଂ ଫିଲ୍ମ ଦୁନିଆ ସହ ଜଡିତ ହଜାର ହଜାର ପରିବାର ଆଜି ରାଇମୋହନଙ୍କ ବିୟୋଗରେ ମର୍ମାହତ ହୋଇ ପଡିଛନ୍ତି ।

ରାଇମୋହନ ୯୦ରୁ ଅଧିକ ଓଡିଶା ଚଳଚ୍ଚିତ୍ର ଓ ୧୫ରୁ ଅଧିକ ବଙ୍ଗଳା ଫିଲ୍ମରେ ଅଭିନୟ କରିଥିଲେ । ତେଣୁ ସେ ଯିବା ପରେ ସମସ୍ତେ କହୁଛନ୍ତି କି ଓଡିଆ ସିନେମାକୁ କିଛିକାଂଶରେ ସେ ଭସେଇ ଦେଇ ଚାଲିଗଲେ । ଯୁବାବସ୍ଥାରୁ ନାଟକରେ ରୁଚି ରଖିଥିଲେ ରାଇମୋହନ । ସେ ୪୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ଏକାଧିକ ଯାତ୍ରାରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଛି ।

ତେଣୁ ସେ ଚାଲିଯିବା ପରେ ଫିଲ୍ମ ଦୁନିଆ ବ୍ଯତୀତ ମଞ୍ଚ ଓ ଯାତ୍ରା ଦୁନିଆରେ ମଧ୍ୟ ଅନ୍ଧାରର କଳାବାଦଲ ଛାଇ ଯାଇଛି । ରାଇମୋହନ ନିଜେ ଚାଲିଗଲେ ଓ ନିଜ ସହ ଭସାଇ ନେଇଗଲେ ନିଜ ପରିବାର, ସିନେମା ପରିବାର ଓ ଯାତ୍ରା ପରିବାରକୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।