“ତାଙ୍କ ପାଦ ତଳେ ଲାଗିଛି, କିଏ ତାଙ୍କୁ ମା-ରିକି ଟ-ଙ୍ଗେଇ ଦେଇଛି…” Raimohan ଙ୍କ ମୃତ୍ୟୁକୁ ନେଇ ବଡ ଖୁଲାସା କଲେ ଅଭିନେତ୍ରୀ Rani Sahu, ଦେଖନ୍ତୁ video

ଓଲିଉଡ ଇଣ୍ଡଷ୍ଟ୍ରିକୁ ଦୋହଲାଇ ରଖି ଦେଇଛି ଅଭିନେତା ରାଇମୋହନ ପରିଡାଙ୍କ ଅକାଳ ବିୟୋଗ । ସେ ଯେ ଆତ୍ମହତୟଆ କରିବେ ଏହାକୁ କେହି ମଧ୍ୟ ବିଶ୍ବାସ କରି ପାରୁନାହାନ୍ତି । ଓଲିଉଡ ସମେତ ସାରା ଓଡିଶାରେ ଏହାକୁ ନେଇ ତର୍କବିତର୍କ ଲାଗି ରହିଛି । ସମସ୍ତେ ରାଇମୋହନଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି । ସମସ୍ତଙ୍କ ଆଖିରେ ତାଙ୍କ ପାଇଁ ଲୁହ ଦେଖିବାକୁ ମିଳିଛି । ଏନେଇ ଅଭିନେତ୍ରୀ ରାଣୀ ସାହୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି ଓ ରାଇମୋହନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି । ସେ ଭିଡିଓରେ କାନ୍ଦି କାନ୍ଦି କହୁଛନ୍ତି, “ମୋତେ ବହୁତ କଷ୍ଟ ଲାଗୁଛି ଯେ ଆମ ଗହଣରେ ଆଉ ରାଇମୋହନ ନାହାନ୍ତି । ଏଇଟା ହେଉଛି ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି । ଗୋଟିଏ ପରେ ଗୋଟିଏ ସିନିୟର ଆର୍ଟିଷ୍ଟ ଆମକୁ ଛାଡି ଚାଲି ଯାଉଛନ୍ତି । ଏ କ୍ଷତି କେବେ ବି ପୂରଣ ହୋଇପାରିବ ନାହିଁ ।

ରାଇମୋହନ ଭାଇ ଜଣେ ବହୁତ ଭଲ ମଣିଷ ଓ ବହୁତ ଷ୍ଟ୍ରଙ୍ଗ ଲୋକ । ଆଉ ବହୁତ ହସକୁରା ଲୋକ । ସେ ପୁଣି ଏତେ ବଡ ନିଷ୍ପତ୍ତି ନେବେ ସୁଇସାଇଡ ଭଳି ଏହା ବିଲକୁଲ ମଧ୍ୟ ସମ୍ଭବ ନୁହେଁ ।” ରାଣୀ ସାହୁ କୋହଭରା କଣ୍ଠରେ ରାଇମୋହନ ଯେ କେବେ ଆତ୍ମହତୟଆ ପଦକ୍ଷେପ ନେବେ ତାହା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଏହାସହ ଯେ ରାଇମୋହନଙ୍କ ସୁଇସାଇଡ ସମୟର ଫଟୋକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ରାଇମୋହନଙ୍କ ଏକ ଫଟୋ ସେ ଦେଖିଛନ୍ତି ଯେଉଁଥିରେ ରାଇ ମୋହନ ଙ୍କ ପାଦ ଏକଦମ ତଳେ ଲାଗିଛି । ସେ ଫଟୋକୁ ସେ ସେଯାର କରିବେ ବୋଲି ମଧ୍ୟ କହିଛନ୍ତି । ରାଣୀ କହୁଛନ୍ତି କି, ତାଙ୍କୁ ଲାଗୁଛି କିଏ ରାଇମୋହନଙ୍କୁ ମାରିକି ଟଙ୍ଗେଇ ଦେଇଛି ଯେମିତି ସେହି ଫଟୋରେ ସେମିତି ଦେଖାଯାଉଛି ।

ରାଇମୋହନଙ୍କ ମୃତ୍ୟୁର କାରଣ ଯାହାବି ହୋଇଥାଉ ନା କାହିଁକି କେବଳ ସେ ନୁହେଁ ବରଂ ସମସ୍ତ ଓଲିଉଡ କଳାକାର ମାନେ ସମସ୍ତେ ଚାହୁଁଛନ୍ତି କି ଏହି ଘଟଣାର ଉଚ୍ଚସତରୀୟ ତଦନ୍ତ କରାଯାଉ । ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀ ଯିଏ ବି ହେଉ ନା କାହିଁକି ତାକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ।

ଏହା ସହ ସେ ରାଇମୋହନଙ୍କ ଆତ୍ମାର ଶାନ୍ତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ତାଙ୍କ ପରିବାରକୁ ମଧ୍ୟ ଏହି ସମୟର ସାମ୍ନା କରିବାକୁ ସାହସ ମିଳୁ ବୋଲି ସେ କାମନା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।