ରୋମ୍ ରେ କାହିଁକି କାନ୍ଦିଲେ CM Naveen Patnaik ? ଏହି ଭିଡିଓରେ ଅଛି ପ୍ରମାଣ, ଆପଣ ବି ଦେଖିଲେ ଭାବବିହ୍ଵଳ ହୋଇଯିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । ସେ ଭାବବିହ୍ଵଳ ହୋଇ ସମସ୍ତଙ୍କ ଆଗରେ କାନ୍ଦି ପକାଇଛନ୍ତି । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରୋମ ଗସ୍ତରେ ଯାଇଥିବା ବେଳେ ସେଠାରେ ଜଣେ ଗରିବ ଓଡିଆ ଛାତ୍ରଙ୍କ କଥା ଶୁଣି ନିଜ କୋହ ସମ୍ଭାଳି ପାରି ନଥିଲେ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁରର ଯୁବ ବୈଜ୍ଞାନିକ ଶେଷଦେବ କିଶାନଙ୍କ କଥା ଶୁଣି ନବୀନଙ୍କ ଆଖିରୁ ଝରି ପଡିଥିଲା ଲୁହ ।

ଶେଷଦେବ ନିଜେ ଭିଡିଓରେ କହୁଥିବାର ଦେଖାଯାଇଛି କି ଯେତେବେଳେ ତାଙ୍କ ପାଖରେ ପାଠ ପଢିବା ପାଇଁ ଟଙ୍କାଟିଏ ନଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ସହାୟତାର ହାତ ବଢାଇଥିଲେ । ତାଙ୍କ ସମସ୍ତ ପଢା ଖକ୍ର୍ଚ୍ଚ ବହନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରିଥିବା ଯୋଗୁଁ ସେ ଆଜି ଜର୍ମାନୀରେ ପାଠ ପଢିବା ପାଇଁ ସୁଯୋଗ ପାଇଛନ୍ତି ବୋଲି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରୋମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ୨୦୧୮ ମସିହାର କିଛି କଥା ମଧ୍ୟ ସେ ମନେ ପକାଇଛନ୍ତି । ଶେଷ କହିଛନ୍ତି କି ୨୦୧୮ରେ ସେ ଯେତେବେଳେ ନବୀନଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ଶସ୍ତା ପ୍ଯାଣ୍ଟ ସାର୍ଟ ଓ ବାଥ୍ରୁମ ସ୍ଳିପର ପିନ୍ଧିଥିଲେ । ଆଉ ତାଙ୍କ ହାତରେ ଏକ ଛୋଟ ନୋକିଆ ଫୋନ ଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଆଇଫୋନ ଦେଇଥିଲେ । ଏହାସହ ସେକ୍ରେଟାରୀଏଟରେ ତାଙ୍କୁ ଏକ ଭାଷଣ ଦେବାକୁ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ ।

ସେହି ସଭାରେ ସମସ୍ତ ଆଇଏଏସ ଅଫିସରଙ୍କ ସମେତ ବଡ ବଡ ଅଫିସର ମାନେ ଉପସ୍ଥିତ ଥିଲେ । ଛୋଟବେଳୁ ନିଜ ପିତାମାତାଙ୍କୁ ହରାଇଥିଲେ ଶେଷଦେବ । ମୁଖ୍ୟମନ୍ତ୍ରୀ ତାଙ୍କୁ ପାଠ ପଢିବା ପାଇଁ ସାହାଯ୍ୟର ହାତ ବଢାଇଥିବାରୁ ତାଙ୍କୁ ପିତାମାତାଙ୍କ ଅଭାବ ମଧ୍ୟ ଅନୁଭୂତ ହୋଇ ନଥିଲା । ନବୀନଙ୍କ ପାଇଁ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି ବୋଲି ସେ କହିଛନ୍ତି । ତାଙ୍କର କେଇପଦ କଥା ଶୁଣି ନବୀନ ତାଙ୍କ ହାତରେ ଆଖିରୁ ଲୁହ ପୋଛୁଥିବାର ଦେଖିବାକୁ ମିଳିଛି ।

ଶେଷଦେବ ପ୍ରତିଶ୍ରୁତି ଦେଇଛନ୍ତି କି ତାଙ୍କ ପିଏଚଡ଼ି ଶେଷ ହେବା ପରେ ସେ ଓଡିଶା ଆସି ଏକ ଫାର୍ମା କମ୍ପାନୀ ଖୋଲିବେ । ନବୀନଙ୍କ ସବୁ ସ୍ଵପ୍ନ ଯଥା ସମ୍ଭବ ସେ ପୂରଣ କରିବେ ବୋଲି ଜଣାଇଛନ୍ତି । କାରଣ ସେ ଯେତେବେଳେ କିଛି ବି ନଥିଲେ ନବୀନ ତାଙ୍କୁ ସବୁକିଛି ବନିବାରେ ସାହାଯ୍ୟ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।