“ସପ୍ତାହେ ତଳେ ତାଙ୍କ ଘରକୁ ପୋଲିସ ଆସିଥିଲା, ପାରିବାରିକ କଳହ ପାଇଁ ସେ କିଛିଦିନ ହେବ…” ବଡ ଖୁଲାସା କଲେ Raimohan ଙ୍କ ପଡୋଶୀ

ରାଇମୋହନଙ୍କ ଅକାଳ ବିଯୋଗରେ ସାରା ଓଡିଶା ସ୍ତବ୍ଧ ହୋଇ ଯାଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ବଡ ଖୁଲାସା କରିଛନ୍ତି ତାଙ୍କ ପଡୋଶୀ । ସେ କହିଛନ୍ତି କି, ରାଇମୋହନ ଭାଇ କିଛିଦିନ ହେଲା ବିରସ ଥିଲେ । ତାଙ୍କ ମୁହଁ ପୁରା ବିଷର୍ଣ୍ଣ ଦେଖା ଯାଉଥିଲା । ପାରିବାରିକ ଅସନ୍ତୋଷ ଥିଲା । ଝିଅ ବାହାଘର ପରଠୁ ଘରେ କିଛି ଗଣ୍ଡଗୋଳ ହେଉଥିଲା । ସପ୍ତାହେ ତଳେ ତାଙ୍କ ଘରକୁ ପୋଲିସ ଆସିଥିବା ଚର୍ଚ୍ଚା ହେଉଥିଲା ବୋଲି କହିଛନ୍ତି ପଡୋଶୀ ।

ସେ ନିଜେ ତାଙ୍କ ଘରୁ ପୋଲିସ ଗାଡି ବାହାରୁଥିବାର ଦେଖିଛନ୍ତି ବୋଲି କହିଛନ୍ତି । ରାଇମୋହନଙ୍କର କୌଣସି ଆର୍ଥିକ ସମସ୍ଯା ନଥିଲା । ପାରିବାରିକ ବିବାଦ ଯୋଗୁଁ ରାଇମୋହନ ବାବୁ ଆତ୍ମହତୟଆ ଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ରାଇମୋହନଙ୍କ ପଡୋଶୀ ସ୍ପଷ୍ଟ କହିଛନ୍ତି । କିଛିଦିନ ହେବ ରାଇମୋହନ ଦୁଃଖରେ ରହିଥିବା ଦେଖିବାକୁ ମିଳିଥିଲା ବୋଲି ରାଇମୋହନଙ୍କ ପଡୋଶୀ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ।

ପଡୋଶୀ ଆହୁରି ମଧ୍ୟ କହିଛନ୍ତି କି ସେ ତାଙ୍କୁ ସବୁ କଥା କୁହନ୍ତି । କିନ୍ତୁ ଏକଥା କହିବାକୁ ଚାହୁଁଥିଲେ ମଧ୍ୟ କହି ପାରିନାହାନ୍ତି । ରାଇମୋହନଙ୍କ ବଡ ଝିଅ ବିବାହ ପରଠାରୁ ଘରେ ବୋଧ ହୁଏ ବିବାଦ ଲାଗି ରହିଥିଲା । ତାଙ୍କ ଆତ୍ମ ସମ୍ମାନକୁ ବାଧା ଦେବା ଭଳି କିଛି ଘଟଣା ଘଟିଥିଲା । ସେଥିପାଇଁ ହୁଏତ ରାଇମୋହନ ଆତ୍ମହତୟଆ ଭଳି ପଦକ୍ଷେପ ନେଇଛନ୍ତି । ରାଇମୋହନଙ୍କ ମୃତ୍ୟୁର ସାତଦିନ ପୂର୍ବରୁ ତାଙ୍କ ଘରକୁ ପୋଲିସ ଆସିଥିବା ଚର୍ଚ୍ଚା ହେଉଛି ।

ହେଲେ ପୋଲିସ ନିର୍ଦ୍ଦିଷ୍ଟ ତାଙ୍କ ଘରକୁ ଆସିଥିଲା କି ନାହିଁ ତାହା ସେ ଜାଣି ନାହାନ୍ତି । କିନ୍ତୁ ଗଳି ଭିତରୁ ପୋଲିସ ଗାଡି ବାହାରି ଥିବାର ସେ ଦେଖିଛନ୍ତି ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି କି ପୁରା ଘଟଣାର ତଦନ୍ତ ହେବା ଆବଶ୍ୟକ ନହେଲେ ଏଭଳି ଘଟଣାମାନ ଘଟି ଚାଲିଥିବ । ରାଇମୋହନଙ୍କର କୌଣସି ଆର୍ଥିକ ସମସ୍ଯା ନଥିଲା । ନିଜ କ୍ଯାରିୟରରେ ସେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ । ଉଭୟ ଯାତ୍ରା ଓ ସିନେମାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ସଫଳତାର ଶୀର୍ଷରେ ପହଞ୍ଚିଥିବା ଜଣେ କଳାକାର କଣ ଆତ୍ମହତୟଆ ଭଳି ପଦକ୍ଷେପ ନେଇପାରେ ? ନା ପାରିବାରିକ ବିବାଦ ତାଙ୍କୁ ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ କରିଥିଲା ? ଏନେଇ ପୋଲିସ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।