ଭ୍ଯାକ୍ସିନ ର ପ୍ରଭାବ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିବ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

କରୋନା ଟୀକା ନେଇଗଲେ କଣ ସବୁଦିନ ପାଇଁ କରୋନାରୁ ମୁକ୍ତି ମିଳିଯିବ ? ଏପରି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି । ଲଗାତାର ନିଜ ରୂପ ପରିବର୍ତ୍ତନ କରୁଥିବା କରୋନାକୁ ଦେଖି ମନରେ ପ୍ରଶ୍ନ ଉଠୁଛି କଣ ଏହି ଟୀକା ଆମକୁ କରୋନାରୁ ମୁକ୍ତି ଦେଇ ପାରିବ ?

କରୋନାର ଗୋଟିଏ ଟୀକା କଣ ତାର ହଜାର ରୂପକୁ ମାରିବାରେ ସକ୍ଷମ ହେବ ? ତେବେ ଆସନ୍ତୁ ମନରେ ଉଠୁଥିବା ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବା । ଭାରତ ସମେତ ସାରା ଦୁନିଆରେ ଆଷ୍ଟ୍ରାଜେନେକା ଟୀକା ବା ଯାହାକୁ ଆମେ କୋଭିସିଲ୍ଡ ନାମରେ ଜାଣିଛୁ, ଏହି ଟୀକା ଲଗାଉ ଥିବା କୋଟି କୋଟି ଲୋକଙ୍କ ପାଇଁ ଏକ ଭଲ ଖବର ଶୁଣିବାକୁ ମିଳୁଛି ।

ଏହି କରୋନା ଟୀକା ଆଷ୍ଟ୍ରାଜେନେକାର ବୁଷ୍ଟର ଡୋସ୍ ର ପ୍ରସ୍ତୁତି ଏବେ ଶେଷ ହୋଇଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ଵାରା ପ୍ରସ୍ତୁତ ଏହି ବୁଷ୍ଟର ଡୋସ୍ କରୋନା ବିରୁଦ୍ଧରେ ଖୁବ୍ ମଜବୁତ୍ ରୋଗ ପ୍ରତିରୋଧକ କ୍ଷମତା ଉତ୍ପନ କରିବ । ବ୍ରିଟିଶ ଖବରକାଗଜ ଫାଇନାନ୍ସିଆଲ୍ ଟାଇମ୍ସ, ଅକ୍ସଫୋର୍ଡ ୟୁନିଭରସିଟିର ଏହି ବୁଷ୍ଟର ସଟ୍ କୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ।

ଟୀକା ନିର୍ମାତା ୟୁନିଟ୍ ପ୍ରଥମରୁ ହିଁ ପ୍ରତିବର୍ଷ କରୋନାର ବୁଷ୍ଟର ସଟ୍ ନେବାକୁ ପଡିବ ବୋଲି ଚେତାବନୀ ଦେଇଥିବାରୁ ବେଳେ, ବର୍ତ୍ତମାନ ଏହି ଖୁସି ଖବର ସାମନାକୁ ଆସିଛି । ଯେକୌଣସି କମ୍ପାନୀର ଟୀକା ହୋଇଥାଉ ପଛେ, ଦୁନିଆକୁ କରୋନାର ଭିନ୍ନ ଭିନ୍ନ ରୂପରୁ ବଞ୍ଚିବାକୁ ହେଲେ ପ୍ରତିବର୍ଷ ଏହି ବୁଷ୍ଟର ସଟ୍ ନେବାକୁ ପଡ଼ିପାରେ । ବର୍ତ୍ତମାନ ବୁଷ୍ଟର ସଟ୍ ର ପାର୍ଶ୍ଵ ପ୍ରତିକ୍ରିୟା ଗୁଡ଼ିକ ଉପରେ ପରୀକ୍ଷଣ କରା ଯାଉଛି ।

ଅକ୍ସଫୋର୍ଡ ୟୁନିଭରସିଟିର ଏହି ବୁଷ୍ଟର ସଟ୍ କରୋନାର ଯେକୌଣସି ରୂପ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଏହା ମଧ୍ୟରେ କିଛି ବୈଜ୍ଞାନିକ ଓ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି କରୋନା ଭାଇରସ ରୁ ବଞ୍ଚିବା ପାଇଁ ପ୍ରତ୍ୟେକ ବର୍ଷ ଜରୁରୀ ମାତ୍ରାରେ ବୁଷ୍ଟର ସଟ୍ ନିଆ ଯିବ ତେବେ ଏହା ଦ୍ଵାରା କରୋନା ଟୀକାର ପ୍ରଭାବ କମ୍ ହୋଇଯାଇ ପାରେ ।

ତେବେ ଏହି ଅଧ୍ୟୟନକୁ ଅକ୍ସଫୋର୍ଡ ୟୁନିଭରସିଟି କେବେ ପ୍ରକାଶିତ କରିବାକୁ ଯାଉଛି ତାହା ଏବେ ଯାଏ ଜଣା ପଡ଼ିନାହିଁ । କିନ୍ତୁ ତଥାପି ସାରା ଦୁନିଆ ଏବେ ବୁଷ୍ଟର ସଟ୍ କିଣିବା ପାଇଁ ତତ୍ପରତା ପ୍ରକାଶ କରୁଛନ୍ତି । ୟୁରୋପୀୟ ସଂଘ, ଫାଇଜର ସହ ଅୟୁତ ଡୋସ୍ କିଣିବା ପାଇଁ ବୁକ୍ କରି ସାରିଲାଣି । ଆମେରିକା ଏବଂ କାନାଡା ପରି ଦେଶ ମଧ୍ୟ ଏହି ଦୌଡ଼ରେ ପଛରେ ନାହାଁନ୍ତି ।

ତେବେ କରୋନା ଟୀକା ନେବା ପରେ ଏହା କେତେ ଦିନ ପର୍ଯ୍ୟନ୍ତ କରୋନାରୁ ସୁରକ୍ଷା ଦେଇ ପରିବଜ ଏହି ପ୍ରଶ୍ନର ଉତ୍ତର ସମସ୍ତେ ଖୋଜୁଛନ୍ତି । କିଛି ବିଶେଷଜ୍ଞଙ୍କ ମତରେ କରୋନାରୁ ବଞ୍ଚିବା ପାଇଁ ପ୍ରତି ବର୍ଷ ମଧ୍ୟ ଟୀକା ନେବା ଜରୁରୀ ହୋଇପାରେ । ଏମସ୍ ର ନିର୍ଦେଶକ ରଣବୀର ଗୁଲେରିଆ ମଧ୍ୟ ପ୍ରଥମରୁ କହି ସାରିଛନ୍ତି କି, କରୋନା ଟୀକା ବ୍ୟକ୍ତିଙ୍କୁ ୮ ରୁ ୧୦ ମାସ କିମ୍ବା ତା ଠୁ ଅଧିକ ମଧ୍ୟ ସୁରକ୍ଷା ଦେଇ ପାରିବ ।

ତେବେ ଏହି ଟୀକା କେବଳ କରୋନା ସଂକ୍ରମଣର ଗମ୍ଭୀରତାରୁ ଆମକୁ ସୁରକ୍ଷା ଦେଇ ପାରିବ । ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁରକ୍ଷା ଦେଇ ପାରିବ କି ନାହିଁ ଏହା ଉପରେ ଏବେ ପର୍ଯ୍ୟନ୍ତ କୌଣସି ତଥ୍ୟ ସାମନାକୁ ଆସିନାହିଁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।