ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଳସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ସବୁଠାରୁ ଅଧିକ ଦିନ ଧରି ଚାଲୁଥିବା ସିରିଆଲ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ସିରିଆଲ କୁ ବର୍ତ୍ତମାନ ପାଖାପାଖି ୧୨ ବର୍ଷ ପୂର୍ଣ୍ଣ ହୋଇ ସାରିଛି । ଏହି ଟିଭି ସିରିଆଲ ୨୦୦୯ ମସିହା ୧୨ ଜାନୁଆରୀ ରେ ଆରମ୍ଭ ହୋଇଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏହି ଧାରାବାହିକ ଟିଭି ରେ ପ୍ରସାରିତ ହେଉଛି । ଏହି ସିରିଆଲ ରେ ସମସ୍ତ କଳାକାର ନିଜର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଏହି ସିରିଆଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ଅକ୍ସରା ଓ ନୈତିକ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଥିଲେ ।

ଏବଂ ଏହି ଯୋଡ଼ି କୁ ଦର୍ଶକ ମାନେ ଖୁବ ଭଲ ପାଇବା ମଧ୍ୟ ଦେଇଥିଲେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଆଲ ରେ ନୈତିକ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଓ ପରିବାର ଙ୍କ ସମ୍ବନ୍ଧରେ କହିବୁ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ନୈତିକ ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ପ୍ରକୃତ ନାମ ହେଉଛି କରନ ମେହେରା । ଏହି ଅଭିନେତା ଙ୍କ ଜନ୍ମ ୧୦ ଏପ୍ରିଲ ୧୯୮୨ ମସିହାରେ ହୋଇଥିଲା ।

ଅଭିନେତା କରନ୍ ମେହେରା ଜଣେ ଭାରତୀୟ ଟେଲିଭିଜନ ଅଭିନେତା ଏବଂ ଫ୍ୟାସନ ଡିଜାଇନର ଓ ମଡେଲର ଅଟନ୍ତି । ଏହି ଅଭିନେତା ଟିଭି ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତା ଙ୍କ ମଧ୍ୟରୁ ଜଣେ ଅଟନ୍ତି । ଏହି ଅଭିନେତା ନିଜର ଦମଦାର ଅଭିନୟ ପ୍ରଦର୍ଶନ ଜରିଆ ରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି ।

ଏହି ଅଭିନେତା ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି । ବନ୍ଧୁଗଣ ଯଦି ଅଭିନେତା କରନ୍ ମେହେରା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ଏହି ଅଭିନେତା ୨୦୧୨ ମସିହାରେ ନିଶା ରାୱଲ ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଯୋଡ଼ି ଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି । ତାଙ୍କ ନାମ କାଭିସ ମେହେରା ଅଟେ । ଅଭିନେତା କରନ୍ ମେହେରା ଙ୍କ ପତ୍ନୀ ନିଶା ରାୱଲ ମଧ୍ୟ ଜବେ ଜଣେ ଟିଭି ସିରିଆଲ ଅଭିନେତ୍ରୀ ଅଟନ୍ତି ଏବଂ ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।