ମନୋସ୍କାମନା କିପରି ପୂର୍ଣ୍ଣ ହୁଏ? Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେଉଁ ଠାରେ ଅଳିଆ ଆବର୍ଜନା ଥାଏ ସେହିଠାରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ସେଥିପାଇଁ ଆମେ ସବୁବେଳେ ଘର ଦୁଆରକୁ ସଫା ସୁତୁରା ରଖିବା ଉଚିତ ଯାହା ଦ୍ଵାରା ଆମ ଘରକୁ ଲକ୍ଷ୍ମୀ ପ୍ରବେଶ କରିବେ । ଏମିତି କିଛି ଉପାୟ କରିବେ ଯାହା ଦ୍ଵାରା ମା ଲକ୍ଷ୍ମୀ ସବୁବେଳେ ଆମ ଘରେ ରହିଥିବେ । ସେଥିପାଇଁ ଆପଣଙ୍କୁ କିଛି ନୀତି ନିୟମ ବିଷୟରେ କହିବୁ ଯାହାକି ଆପଣମାନେ ମାଣିଲେ ତାହା ଆପଣଙ୍କ ପାଇଁ ବହୁତ ମଙ୍ଗଲ ରହିବ ।

୧. ପ୍ରତ୍ୟେକ ଦିନ ସକାଳେ ତୁଳସୀ ଗଛ ମୂଳରେ ପାଣି ଦେବା ଦ୍ବାରା ଏବଂ ସନ୍ଧ୍ୟା ବେଳେ ଘିଅ ଦୀପ ଜାଳିବା ଦ୍ବାରା ମନସ୍କାମନା ପୁର୍ଣ୍ଣ ହୋଇଥାଏ ।

୨. ରବିବାର ଦିନ ଅରଖ ଗଛ କୁ ଗଣେଶ ଙ୍କ ପ୍ରତୀକ ଭାବରେ ପୂଜା କରିଲେ ଏବଂ ଗଣେଶ ଙ୍କ ମନ୍ତ୍ର କୁ ୧୦୮ ଥର ଜପ କରିଲେ ମନସ୍କାମନା ପୂରଣ ହୋଇଥାଏ ।

୩. ସକାଳୁ ଶିବ ମନ୍ଦିର ଯାଇ ଗୌରୀ ଶଙ୍କର ରୁଦ୍ରକ୍ଷ ଭଗବାନ ଙ୍କ ଉପରେ ଚଢ଼ାଇବା ଦ୍ବାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୪. କୌଣସି ଶିବ ମନ୍ଦିର ଯାଇ ୨୧ ଟି ବେଳ ପତ୍ର ରେ ଚନ୍ଦନ ଲଗାଇ ଠାକୁର ଙ୍କୁ ଚଢ଼ାଇବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୫. ବର ଗଛ ପତ୍ରରେ ନିଜ ମନସ୍କାମନା ଲେଖି ନଦୀ ରେ ଭସାଇବା ଦ୍ୱାରା ତାହା ପୂର୍ଣ୍ଣ ହୋଇଥାଏ ।

୬. ଖଣ୍ଡିଏ ନାଲି କପଡ଼ା ରେ ନଡ଼ିଆ ଟିଏ ବାନ୍ଧି ତାକୁ ନଦୀରେ ଭସାଇବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ।

୭. ଯଦି କୌଣସି ମନସ୍କାମନା ପୁର୍ଣ୍ଣ ହୋଇପାରୁ ନାହିଁ ତେବେ ସାତଟି ହଳଦୀ ଖଣ୍ଡ, ସାତଟି ଗୁଡ଼ ଖଣ୍ଡ ଏବଂ ଏକ ଟଙ୍କିଆ ମୁଦ୍ରା କୁ ହଳଦିଆ କପଡ଼ା ରେ ବାନ୍ଧି ଦୂର ଜାଗାରେ ପକାଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୮. ଯଦି କୌଣସି କାର୍ଯ୍ୟ ପୁର୍ଣ୍ଣ ହୋଇପାରୁ ନାହିଁ ତେବେ ଘରୁ ବାହାରକୁ ଯିବା ବେଳେ ପ୍ରଥମେ ଡାହାଣ ପାଦ ପକାନ୍ତୁ । ତାହା ଶୁଭ ହୋଇଥାଏ ।

୯. ଗୁରୁପୁସ୍ୟ ବା ରବିପୁସ୍ୟ ତିଥି ରେ ବରଗଛ ପତ୍ର ରେ ହଳଦୀ ରେ ସ୍ୱସ୍ତିକ ଚିନ୍ହ ଆଙ୍କି ଘରେ ରଖିବା ଦ୍ଵାରା ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିବର୍ତ୍ତନ ହୋଇଥାଏ ।

୧୦. ପ୍ରତ୍ୟେକ ଦିନ କୌଣସି କାର୍ଯ୍ୟ ପାଇଁ ବହାରକୁ ଯିବା ସମୟରେ ଗାଈ କୁ ରୁଟି ଖାଇବାକୁ ଦେବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୧୧. ନିୟମିତ ଭାବରେ ପାଣିରେ କୁମକୁମ ପକାଇ ବରଗଛ ମୂଳରେ ଅର୍ପଣ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୧୨. ଘରେ ଗଣେଶ ଙ୍କ ମୂର୍ତ୍ତି ଏପରି ସ୍ଥାପନ କରିବା ଉଚିତ ଯାହାଦ୍ୱାରା ଗଣେଶ ଙ୍କ ମୁହଁ ଘର ଭିତରକୁ ରହିବ । ଏହାଦ୍ବାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୧୩. ଗରିବ, ଅସହାୟ ଏବଂ କିନ୍ନର ଙ୍କୁ ଆର୍ଥିକ ସାହାଯ୍ୟ କରିବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୧୪. ଯଦି ପରିବାର ସଦସ୍ୟ ଙ୍କ ମଧ୍ୟରେ ଅଶାନ୍ତି ଦେଖା ଯାଉଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଘିଅ ଓ କର୍ପୂର ଜଳାଇବା ଦ୍ଵାରା ତାହା ଦୂର ହୋଇଥାଏ ।

୧୫. ଯଦି ଜାତକରେ କାଳସର୍ପ ଦୋଷ ଅଥବା ପିତୃ ଦୋଷ ରହିଥାଏ ତେବେ କାଉ କୁ ମିଠା ଜିନିଷ ଖାଇବାକୁ ଦେବା ଦ୍ବାରା ତାହା ଦୂର ହୋଇଥାଏ ।