ସ୍ତ୍ରୀକୁ ସ୍ବାମୀର ଏହି ଦିଗରେ ଶୋଇବା କଥା ନୁହେଁ, ମାଡି ଆସେ ଭୟଙ୍କର ଦୁଃଖ

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ନିୟମ ରହିଛି ଯାହାକୁ ପାଳନ କରିଲେ ଆମ ଜୀବନରେ ଉନ୍ନତି ହୋଇଥାଏ । ଆମର ନିଜର ସ୍ଵଭାବ, ଚିନ୍ତାଧାରା, ଆଚରଣ, କାର୍ଯ୍ୟକଳାପ ଆଦି ସବୁ ପାଇଁ ଆମ ଶରୀର ଉପରେ ପ୍ରଭାବ ପଡିଥାଏ । ଯେମିତି ସବୁଦିନ ଆମେ ଠିକ ସମୟରେ ଗାଧୋଇବା, ଖାଇବା କରିଥାଉ ଠିକ ସେପରି ଶୋଇବା ମଧ୍ୟ ଠିକ ସମୟରେ କରିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ  ଶୋଇବା ସମୟର କିଛି ନିୟମ ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

୧- ଘରର ମୁଖିଆଙ୍କର ଶୋଇବା ରୁମ ସବୁବେଳେ ଦକ୍ଷିଣ ଦିଗରେ ରହିବା ଉଚିତ । ଏହି ଦିଗରେ ରୁମ ରହିଲେ ବ୍ୟକ୍ତିକୁ ବ୍ୟବସାୟରେ ଭଲ ଲାଭ ମିଳିଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରୁହେ ।

୨- ଶୋଇବା ସମୟରେ ଆମ ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗରେ ହେବା ଉଚିତ । ଦକ୍ଷିଣ ବା ଉତ୍ତର ଦିଗରେ ଗୋଡ କରି ଶୋଇବା ଉଚିତ ନୁହେ । ଯମ ଦେବତାଙ୍କ ଦିଗ ଦକ୍ଷିଣ ହୋଇଥିବାରୁ ଦକ୍ଷିଣ ଦିଗରେ ଗୋଡ କରି ଶୋଇବା ଅନୁଚିତ । ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇଥିବାରୁ ପୂର୍ବ ଦିଗରେ ଗୋଡ କରି ଶୋଇବା ଅନୁଚିତ ।

୩- ମହିଳା ମାନଙ୍କୁ ରାତିରେ ଠିକ ସମୟରେ ଶୋଇବା ଓ ସକାଳୁ ଠିକ ସମୟରେ ଉଠିବା ଉଚିତ । ଘରର ମହିଳାମାନେ ଅଧିକ ସମୟ ଶୋଇ ରହିଲେ ଘରେ ଅଶାନ୍ତି ଓ ଦରିଦ୍ରତା ଦେଖାଯାଏ । ଏହାଛଡା ବ୍ୟକ୍ତି ମାନସିକ ଚିନ୍ତାରେ ରହିଥାଏ । ତେଣୁ ସେମାନଙ୍କୁ ସକାଳୁ   ଠିକ ସମୟରେ ଉଠି ପୂଜା ପାଠ କରିବା ଉଚିତ ।

୪- ମହିଳା ମାନେ ଦିନରେ ଶୋଇବା ଉଚିତ ନୁହେ । ଏହା କରିବା ଫଳରେ ସେମାନେ ଅଳସୁଆ ହୋଇଯାଆନ୍ତି । ଘରର ଆର୍ଥିକ ଅବସ୍ଥାରେ ପ୍ରଭାବ ପଡିବ । ସନ୍ଧ୍ୟା ସମୟରେ ମଧ୍ୟ ଶୋଇ ରହିଲେ ଘରର ଲକ୍ଷ୍ମୀ ଚାଲି ଯାଇଥାନ୍ତି ।

୫- ଘରର ଗୁରୁଜନମାନେ ସବୁବେଳେ ଦକ୍ଷିଣ ଦିଗରେ ମୁଣ୍ଡ କରି ଶୋଇବା ଉଚିତ । ଏହା କରିବା ଫଳରେ ମହିଳା ମାନଙ୍କର ସ୍ଵଭାବରେ ନୂଆ ପରିବର୍ତ୍ତନ ଆସିଥାଏ ।

୬- ଘରର ଶୋଇବା ଘରେ ସ୍ଵାମୀ ଓ ସ୍ତ୍ରୀ ଝଗଡା କରିବା ଫଳରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଶାସ୍ତ୍ର ଅନୁସାରେ ସ୍ଵାମୀଙ୍କୁ ସ୍ତ୍ରୀର ବାମ ପଟେ ଶୋଇବା ଉଚିତ ।

୭- ଘରର ମହିଳା ମାନେ ଶୋଇବା ସମୟରେ ନିଜ କେଶରେ ବାସ୍ନା ଫୁଲ ବା ଗଜରା ଲଗାଇ ଶୋଇବା ଅନୁଚିତ ।

୮-  ମହିଳା ମାନେ ଶୋଇବା ସମୟରେ ନିଜର ହାତ ଓ ଗୋଡ ପରିଷ୍କାର କରି ନିଜ ବେଡରେ ଶୋଇବା ଉଚିତ । ଏହା କରିବା ଫଳରେ ଭଲ ନିଦ ଆସିଥାଏ ।

୯- ଭୁଲରେ ବି ନିଜ ବିଛାଣା ଉପରେ ଖାଇବା ଉଚିତ ନୁହେ । ଏହା ଛଡା ମହିଳା ମାନେ ଅଇଁଠା ମୁହଁରେ ଶୋଇବା ଅନୁଚିତ । ଏହି ସବୁ ନିୟମକୁ ପାଳନ କରିଲେ ଘରେ ସୁଖ ଶାନ୍ତିର ବିକାଶ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟେ ଲାଇକ କରନ୍ତୁ ।