Thyroid ରୋଗର ଲକ୍ଷଣ ଓ ଏହାର ଚିକିତ୍ସା, ଜାଣନ୍ତୁ କଣ କୁହନ୍ତି Dr. Abhay Kumar Sahoo

ଥାଇରଏଡ ଗଣ୍ଠି ସାଧାରଣତଃ ପ୍ରଜାପତି ଭଳି ଦେଖିବାକୁ, ଯାହାକି ଆମର ବେକର ସାମ୍ନାରେ ଥାଏ । ମୁଣ୍ଡର ବାଲ ଠାରୁ ନେଇ ଗୋଡର ନଖ ପର୍ଯ୍ୟନ୍ତ ସବୁଥିରେ ଥାଇରଡ ହରମନ କିଛି ନା କିଛି ସାହାର୍ଯ୍ୟ କରିଥାଏ । ଥାଇରଏଡ ଗଣ୍ଠିରେ ରୋଗ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ହେଲା ହାଇପୋ – ଥାଇରଏଡିଜମ ଓ ଅନ୍ୟ ଟି ହେଉଛି ହାଇପର ଥାଇରଏଡିଜମ । ଯଦି ହରମାନ କମ କ୍ଷରଣ ହେଉଛି ତେବେ ହାଇପୋ – ଥାଇରଏଡିଜମ ହୋଇଥାଏ ।

କିନ୍ତୁ ଯେତେବେଳେ ହରମନ ଅଧିକ କ୍ଷରଣ ହେବ ତାକୁ ହାଇପର ଥାଇରଏଡିଜମ କୁହାଯାଏ । ଏହି ଦୁଇଟି ରୋଗ ଝିଅମାନଙ୍କ କ୍ଷେତ୍ରରେ ଅଧିକ ଓ ଯେତେବେଳେ କି ପୁଅମାନଙ୍କୁ କମ ହୋଇଥାଏ । କହିବାକୁ ଗଲେ ଯେତେବେଳେ ଝିଅମାନଙ୍କ ଶରୀରରେ ଗୋଟିଏ ବୟସରେ ଅଧିକ ପରିବର୍ତ୍ତନ ଆସିଥାଏ ସେହି ସମୟରେ ଝିଅମାନଙ୍କୁ ଅଧିକ ହୁଏ ଓ ପୁଅମାନଙ୍କୁ କମ ହୋଇଥାଏ ।

ଜଣେ ମହିଳା ଗର୍ଭବତ୍ତୀ ଥିବା ସମୟରେ, ପେଟରେ ଥିବା ପିଲା ଠାରୁ ଆରମ୍ଭ କରି ବୁଦ୍ଧ ଅବସ୍ଥାରେ ଥିବା ବ୍ୟକ୍ତିକୁ ଅର୍ଥାତ ସବୁ ବୟସରେ ହାଇପୋ – ଥାଇରଏଡିଜମ ହୋଇପାରେ । ମା ପେଟରେ ଯେତେବେଳେ ପିଲା ଥାଏ ଓ ତାକୁ ଥାଇରଡ ହେଉଛି ତେବେ ବହୁତ ଲକ୍ଷଣ ନଜର ଆସିଥାଏ । ଯେମିତି ଜଣ୍ଡିସ ଇତ୍ୟାଦି ।

କିନ୍ତୁ ଯେତେବେଳେ ଗୋଟିଏ ୧୫ ୧୬ ବର୍ଷର ଝିଅର ଥାଇରଡ ରୋଗ ବାହାରିଲା ତେବେ ସେହି ସମୟରେ ତାର ଋତୁସ୍ରାବରେ ସମସ୍ୟା ଦେଖାଯାଏ । ପିରିୟଡ ଟାଇମ ଗଡବଡ ହୋଇଥାଏ । ଓଜନ ବଢିଥାଏ । ସବୁବେଳେ କ୍ଳାନ୍ତ ଅନୁଭବ କରିବେ । କାମ କରିବାକୁ ଇଚ୍ଛା ହେବ ନାହିଁ । କିଛି ବର୍ଷ ପରେ ୩୫ ରୁ ୪୦ ବର୍ଷ ମଧ୍ୟରେ ଯଦି କୌଣସି ବ୍ୟକ୍ତି କିମ୍ବା ମହିଳାକୁ ଥାଇରଡ ହେଉଛି ତେବେ ତାକୁ ଏହି ସବୁ ଲକ୍ଷଣ ନଜର ଆସିବ ।

ଏହା ସହିତ ଅଧିକ ଦିନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ହାଇପୋ – ଥାଇରଏଡିଜମ ରହିଲା ଓ ସେ ଔଷଧ ଖାଇଲା ନାହିଁ ତେବେ ତାର ସ୍ମୃତି ଶକ୍ତି କମିଯିବ । ହୃଦୟ, ଫୁସଫୁସ ଓ ପେଟରେ ପାଣି ଜମିଯାଏ । ହାଇପୋ – ଥାଇରଏଡିଜମ ଜାଣିବା ପାଇଁ ଡାକ୍ତର କିଛି ଟେସ୍ଟ କରିଥାନ୍ତି । ଯଦି ଥାଇରଡ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଔଷଧ ସେବନ କରନ୍ତୁ । କହିଦେଉଛୁ କି ଥରେ ଥାଇରଡ ହୋଇଗଲେ ଆପଣଙ୍କୁ ଜୀବନସାରା ଔଷଧ ଖାଇବାକୁ ପଡିବ ।

କିନ୍ତୁ ସଠିକ ସମୟରେ ଯଦି ଥାଇରଡ ଔଷଧ ଖାଇବେ ତେବେ ଏହା ଆପଣଙ୍କର କୌଣସି ବି କ୍ଷତି କରିବ ନାହିଁ । କହିଦେଉଛୁ କି ଥାଇରଡ ରୋଗ ଆମର କୌଣସି ଖାଦ୍ୟପେୟ ଭୁଲ ଯୋଗୁ ହୋଇ ନ ଥାଏ କି ଓ ଏହା ଅନ୍ୟ କୌଣସି ଭୁଲ ଯୋଗୁ ବି ହୋଇ ନ ଥାଏ । ଏହା ଶରୀର ଭିତରେ କିଛି ପରିବର୍ତ୍ତନ ଆସିଥାଏ ଯେଉଁ କାରଣରୁ ଥାଇରଡ ରୋଗ ହୋଇଥାଏ ।