Sumit ଙ୍କ ଭିଡିଓର ସବୁ ଗୁମର ଖୋଲିଦେଲେ Sangeeta ! ଦେଖନ୍ତୁ Sumit ଙ୍କୁ ଯେମିତି ଝାଡି ପକାଇଲେ ଦେଖିଲେ ଆପଣ ବି ଦେବେ ସାବାସୀ, ଦେଖନ୍ତୁ video

ଓଡିଶାରେ ଗତ ଏକ ମାସ ଧରି ଖୁବ୍ ଚର୍ଚ୍ଚାରେ ରହିଛି ତପସ୍ଵିନୀ ଓ ସୁମିତଙ୍କ ମାମଲା । ପ୍ରତିଦିନ ତପସ୍ଵିନୀଙ୍କ ଘଟଣାରେ କିଛି ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଥିଲା ବେଳେ ଧୀରେ ଧୀରେ ଅନେକ ସମର୍ଥକ ମଧ୍ୟ ହାତେଇଛନ୍ତି ତପସ୍ଵିନୀ । ସେମାନଙ୍କ ସାହାଯ୍ୟରେ ତପସ୍ଵିନୀ ଅଗଣାରୁ ସୁମିତଙ୍କ ଘର ବାରଣ୍ଡା ଯାଏଁ ପହଞ୍ଚି ଯାଇଛନ୍ତି । ତଥାପି ତପସ୍ଵିନୀଙ୍କୁ ସ୍ଵୀକାର କରୁ ନାହାନ୍ତି ସୁମିତ ଏବଂ ତାଙ୍କ ପରିବାର । ତେବେ ଏତିକି ବେଳେ ତପସ୍ଵିନୀଙ୍କ ଜଣେ ସମର୍ଥକ ସଙ୍ଗୀତାଙ୍କ ଏକ ଭିଡିଓ ଅତ୍ୟନ୍ତ ଚର୍ଚ୍ଚା ହେଉଛି ।

ଆଜି ପର୍ଯ୍ୟନ୍ତ ଡାକ୍ତର ସୁମିତ କେବଳ କେତୋଟି ଅଡିଓ ମାଧ୍ୟମରେ ନିଜ ପକ୍ଷ ରଖୁଥିଲେ । କିନ୍ତୁ ଜନ ସାଧାରଣଙ୍କ ସମର୍ଥନରେ ତପସ୍ଵିନୀ ତାଙ୍କ ବାରଣ୍ଡାରେ ପହଞ୍ଚିଥିବା ବେଳେ ସୁମିତ ପ୍ରଥମ ଥର ପାଇଁ ଏକ ଭିଡିଓ ଛାଡିଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଙ୍ଗୀତା । ଏହି ଭିଡିଓରେ ସୁମିତ ତପସ୍ଵିନୀଙ୍କୁ କହୁଛନ୍ତି ଆମ ଫ୍ୟାମିଲିକୁ ତୁମେ ବର୍ବାଦ କରି ଦେଲଣି ଏବଂ ଆମ ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ କ୍ଷତି କଲଣି । ଆମକୁ ଆଉ କେତେ ହାରାସ୍ କରିବ ?

ତପସ୍ଵିନୀଙ୍କ ସହଯୋଗ କରୁଥିବା ପ୍ରମିଳା ମା’ଙ୍କୁ ମଧ୍ୟ ସୁମିତ ଆକ୍ଷେପ କରି କହିଛନ୍ତି କି, ସେ କାହିଁକି ତାଙ୍କ ପାରିବାରିକ ମାମଲାରେ ମୁଣ୍ଡ ପୁରାଉଛନ୍ତି ? କ’ଣ ପାଇଁ ତାଙ୍କର ଏଥିରେ ଏତେ ଆଗ୍ରହ ରହିଛି ? ଏନେଇ ସଙ୍ଗୀତା ସୁମିତଙ୍କୁ କହିଛନ୍ତି କି, ଆପଣ ନିଜେ ବୁଝିବା ଦରକାର କି ଆପଣ କ’ଣ କରିଛନ୍ତି । ଆପଣ ଏହା ପୂର୍ବରୁ କ’ଣ ପାଇଁ କୌଣସି ଭିଡିଓ କରି ନଥିଲେ ?

ନିଜ ପତ୍ନୀଙ୍କ ସହ ସାମ୍ନାସାମ୍ନି ହୋଇ କାହିଁକି ଆଜି ଯାଏଁ କଥା ହୋଇ ପାରୁ ନାହାନ୍ତି ? ଏହିସବୁ ଦେଖିବା ପରେ ଆପଣ ଜଣେ ଡାକ୍ତର ବୋଲି କହିବାକୁ ଲାଜ ଲାଗୁଛି । ଆପଣ ରୋଗୀମାନଙ୍କ ସେବା କରୁଛନ୍ତି, କିନ୍ତୁ ଦୀର୍ଘ ଏକ ମାସ ଧରି ଆପଣଙ୍କ ପତ୍ନୀ ଆପଣଙ୍କ ଗେଟ୍ ସାମନାରେ ବସି ରହିଛି, କିନ୍ତୁ ଆପଣଙ୍କୁ ଟିକେ ହେଲେ ବି ଫରକ ପଡୁନି । ଆପଣ କହୁଛନ୍ତି କି, “ମୋ ଜେଜେମା ଅସୁସ୍ଥ, ମୋ ମାଆ ହାର୍ଟ ରୋଗୀ, କିନ୍ତୁ ଏକ ମାସ ଧରି ଆପଣ ବିବାହ କରିଥିବା ଝିଅଟି ଆପଣଙ୍କ ଘର ଆଗରେ ବସି ରହିଛି ।

ସେତେବେଳେ ଆପଣଙ୍କ ସେନ୍ସ ଅଫ ଥିଙ୍କିଙ୍ଗ କୁଆଡେ ଯାଇଥିଲା ଯେତେବେଳେ ଆପଣ ତାକୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ? ସେତେବେଳେ ଆପଣ କ’ଣ ପାଇଁ ନିଜ ଫ୍ୟାମିଲିର ମତ ନେଇ ନଥିଲେ ? ଆପଣଙ୍କ ଭିତରେ କିଏ ଭୁଲ୍ ଆଉ କିଏ ଠିକ୍ ତାହା ତ ମୁଁ ଜାଣିନି, କିନ୍ତୁ ଆପଣଙ୍କ ସହ ଯେତେବେଳେ ସେ ଖୁସିରେ ଥିଲେ ସେତେବେଳେ ସେ କାହିଁକି ମିଡିଆ ସାମ୍ନାକୁ ଏତେ ସବୁ ସମସ୍ଯା ନେଇ ଆସି ନଥିଲେ ? ସେତିକି କ’ଣ ଆପଣ ଭାବି ପାରୁ ନାହାନ୍ତି ?

ଡାକ୍ତର ସୁମିତ, କୌଣସି ଝିଅ ପାଇଁ ଆଠ ଲକ୍ଷ ଟଙ୍କା ବଡ ନୁହେଁ । ସେହି ଟଙ୍କା ଆଗରେ ତପସ୍ଵିନୀ ଡିମାଣ୍ଡ କରୁଛନ୍ତି କି ସେ ନିଜ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି ।” ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ରାୟ କ’ଣ ଆମକୁ କମେଣ୍ଟ କରି ଜଣାଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।