ସ୍କୁଲ ଦିଦିଙ୍କ ସହ ନାଚି ଜମେଇ ଦେଲେ ଛାତ୍ରୀ । ଦିଦିଙ୍କୁ ଡ୍ୟାନ୍ସର କିଛି ନୂଆ ଅନ୍ଦାଜ ଶିଖାଇଲେ ଛାତ୍ରୀ । ଆଉ ତାଙ୍କ ଠାରୁ ଷ୍ଟେପ ଶିଖି ଦିଦି ବି ଠୁମକା ଲଗେଇ ଦେଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଉଭୟ ଶିକ୍ଷୟତ୍ରୀ ଓ ଛାତ୍ରୀ ଏହି ସମୟକୁ ବେଶ ଉପଭୋଗ କରୁଥିବାର ଆପଣ ଦେଖିପାରିବେ । ଇଏ ହିଁ ହେଉଛି ଆନନ୍ଦମୟ ଶିକ୍ଷା । କ୍ଳାସରୁମ୍ ରେ ପିଲାଙ୍କୁ ଏମିତି ହିଁ ପାଠ ପଢିବାର ଆବଶ୍ୟକତା ରହିଛି ।
ଆଉ ଶ୍ରେଣୀ ଗୃହରେ କେବଳ ଶିକ୍ଷକ ଯେ ପିଲାଙ୍କୁ ଶିଖାଇବେ ତାହା ନୁହେଁ ବରଂ ଅନେକ ସମୟରେ ଶିକ୍ଷକଙ୍କୁ ପିଲାଙ୍କ ଠାରୁ ମଧ୍ୟ ଅନେକ କିଛି ଶିଖିବା ବିଷୟ ରହିଥାଏ । ଇଏ ହେଉଛି ଦିଲ୍ଲୀର ଏକ ସ୍କୁଲର ଦୃଶ୍ୟ । ଏହି ଭିଡିଓରେ ଶ୍ରେଣୀ ଗୃହ ଭିତରେ ଜଣେ ଛାତ୍ରୀ ତାଙ୍କ ଶିକ୍ଷୟତ୍ରୀଙ୍କୁ ଶ୍ୟାନ୍ସ ଶିଖାଉଛନ୍ତି । ଟିଚରଙ୍କ ମାଡକୁ ଭୟ କରି ସ୍କୁଲ ଯିବାକୁ ଅନେଇ ଛାତ୍ର ଛାତ୍ରୀ ଭୟ କରନ୍ତି । କିନ୍ତୁ ସ୍କୁଲରେ ଯଦି ଏମିତି ଶିକ୍ଷୟତ୍ରୀ ବା ଶିକ୍ଷକ ଥିବେ ତେବେ ସ୍କୁଲ ଯିବାକୁ କେଉଁ ପିଲା ବା ଆଗ୍ରହ ନ କରିବ ।
ତେବେ ଏମିତି କିଛି ଭିଡିଓ ଏବେ ଭାଇରାଲ ହେଉଛି । ଜଣେ ସ୍କୁଲ ଶିକ୍ଷୟତ୍ରୀ ତାଙ୍କ ନିଜ କ୍ଳାସର ପିଲାଙ୍କ ସହ ଖୁସି ମଜାରେ ଡ୍ୟାନ୍ସ କରୁଛନ୍ତି । ତାଙ୍କ ଡ୍ୟାନ୍ସ ଦେଖି ଆପଣ ବି କହିବେ କାସ୍ ଆମ ସମୟରେ ବି ଏମିତି ଜଣେ ଦିଦି ଥାଆନ୍ତେ । ଯାହାବି ହେଉ ଆପଣଙ୍କ ସ୍କୁଲରେ ମଧ୍ୟ ନିଶ୍ଚୟ ଏମିତି ଜଣେ ଶିକ୍ଷକ ଥିବେ ଯିଏ ଆପଣଙ୍କ ମନ ବୁଝି ଆପଣଙ୍କୁ ପାଠ ପଢାଉଥିବେ ।
ଏହା ହେଉଛି ଦିଲ୍ଲୀର ଏକ ସରକାରୀ ସ୍କୁଲ । ଏଠାରେ ଜଣେ ଇଂରାଜୀ ଶିକ୍ଷୟତ୍ରୀ ପାଠପଢା ମଝିରେ ଛାତ୍ରୀଙ୍କ ଠାରୁ ଡ୍ୟାନ୍ସ ସିଖୁଛନ୍ତି । ପିଲାମାନେ ଶ୍ରେଣୀରେ ନାଚିବା ସହ ମଜା ବି ନେଉଛନ୍ତି । ଅନ୍ୟ ଛାତ୍ରୀମାନେ ତାଳି ମାରି ଉଭୟଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ଶିକ୍ଷୟତ୍ରୀଙ୍କ ପାଠପଢା ଶୈଳୀକୁ ପସନ୍ଦ କରିଛନ୍ତି ।
ପିଲାଙ୍କୁ ଶିକ୍ଷା ଦେବା ସହ ତାଙ୍କ ଠାରୁ ମଧ୍ୟ କିଛି ସ୍ଵଭାବ ରଖିଥିବାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଆପଣଙ୍କୁ ଏହି ଭିଡିଓ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।