ବ୍ଯାଙ୍କ କାମ ବାକିଥିଲେ ତୁରନ୍ତ କରାଇ ନିଅନ୍ତୁ, କାରଣ May ମାସରେ 12 ଦିନ ବନ୍ଦ ରହିବ ବ୍ଯାଙ୍କ, ଦେଖନ୍ତୁ କେଉଁ କେଉଁ ଦିନ ବ୍ଯାଙ୍କ ବନ୍ଦ?

ଆରମ୍ଭ ହେବାକୁ ଯାଉଛି ବର୍ଷର ପଞ୍ଚମ ମାସ ମଇ ବା ମେ । ଆସନ୍ତା ମାସରେ ପ୍ରାୟ ୧୨ ଦିନ ବ୍ଯାଙ୍କ ବନ୍ଦ ରହିବ । କାରଣ ମାସ ଆରମ୍ଭରୁ ଶ୍ରମିକ ଦିବସ, ଅକ୍ଷୟ ତୃତୀୟା, ଇଦ, ବୁଦ୍ଧ ପୂର୍ଣ୍ଣିମା ସହ ମାସରେ ସାପ୍ତାହିକ ଛୁଟି ମଧ୍ୟ ରହିଛି । ଏସବୁକୁ ମିଶାଇ ମୋଟ ୧୨ଦିନ ବ୍ଯାଙ୍କ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡୁଛି । ଭାରତୀୟ ରିଜର୍ଭ ବ୍ଯାଙ୍କ (RBI) ଦ୍ଵାରା ଜାରି କରା ଯାଇଥିବା ଛୁଟି ତାଲିକା ଅନୁସାରେ ଏହିସବୁ ଛୁଟି ସବୁ ରାଜ୍ୟ ପାଇଁ ସମାନ ନୁହେଁ । ତଥାପି ପ୍ରାୟ ସବୁ ରାଜ୍ୟକୁ କୌଣସି ନା କୌଣସି କାରଣରୁ ଛୁଟି ମିଳିବ ।

କାରଣ ସବୁ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ଭିନ୍ନ ଭିନ୍ନ ଛୁଟି ତାଲିକା ମଧ୍ୟ ଜାରି କରାଯାଇଛି । ଆରବିଆଇ ର ଛୁଟି ତାଲିକା ଅନୁଯାୟୀ ମଇ ୧ ତାରିଖରେ ସାରା ଦେଶରେ ବ୍ଯାଙ୍କ ବନ୍ଦ ରହିବ । କାରଣ ଏହିଦିନକୁ ଶରମିକ ଦିବସ ରୂପେ ସବୁଆଡେ ପାଳନ କରାଯିବ । ମୁସଲିମ ମାନଙ୍କ ପ୍ରଧାନ ପର୍ବ ଇଦ-ଉଲ-ଫିତର୍ ପାଇଁ କେବଳ କେରଳରେ ବ୍ଯାଙ୍କ ବନ୍ଦ ରହିବ । ସେହିଭଳି ମଇ ୩ ତାରିଖରେ ଭଗବାନ ପର୍ଶୁରାମ ଜୟନ୍ତୀ ତଥା ଅକ୍ଷୟ ତୃତୀୟା ଉପଲକ୍ଷେ କେବଳ କେରଳ ରାଜ୍ୟକୁ ଛାଡି ବାକି ସବୁ ରାଜ୍ୟ ଗୁଡିକରେ ବ୍ଯାଙ୍କ ବନ୍ଦ ରହିବ ।

ମଇ ୮ ତାରିଖ ସାପ୍ତାହିକ ଛୁଟି ହେତୁ ସାରା ଦେଶରେ ବ୍ଯାଙ୍କ ବନ୍ଦ ରହିବ । ମଇ ୯ ତାରିଖ ଦିନ ରବିନ୍ଦ୍ରନାଥ ଟାଗୋର ଜୟନ୍ତୀ । ଏହିଦିନ କେବଳ ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ବ୍ଯାଙ୍କ ବନ୍ଦ ରହିବ, ବାକି ସବୁ ରାଜ୍ଯରେ ଖୋଲା ରହିବ । ଏହାପରେ ମଇ ୧୪ ତାରିଖ ମାସର ଦ୍ଵିତୀୟ ଶନିବାର ୧୫ ତାରିଖ ରବିବାର ହୋଇଥିବାରୁ ଦେଶର ସମସ୍ତ ବ୍ଯାଙ୍କ ବନ୍ଦ ରହିବ ।

ଏହାସହ ୧୬ ତାରିଖ ଦିନ ମଧ୍ୟ ବୁଦ୍ଧ ପୂର୍ଣ୍ଣିମା ଏବଂ ସିକିମ୍ ଦିବସ ଯୋଗୁଁ ଦେଶର ସବୁ ବ୍ଯାଙ୍କ ବନ୍ଦ ରଖାଯିବ । ମଇ ୨୨ ତାରିଖ ରବିବାର ଦିନ ବ୍ଯାଙ୍କ ଛୁଟି ଓ ୨୪ ତାରିଖ ଦିନ କାଜୀ ନଜରୁଲ ଇସଲାମ ପାଇଁ କେବଳ ସିକିମ୍ ରେ ବ୍ଯାଙ୍କ ବନ୍ଦ ରହିବ । ଶେଷରେ ମଇ ୨୮ ଓ ୨୯ ତାରିଖ ମାସର ଚତୁର୍ଥ ଶନିବାର ଏବଂ ରବିବାର ପଡୁଥିବାରୁ ଏହିଦିନ ମଧ୍ୟ ସାରା ଦେଶରେ ବ୍ଯାଙ୍କ ବନ୍ଦ ରହିବ ।

ଏସବୁ ଦିନ ମାନଙ୍କରେ ବ୍ଯାଙ୍କ କାର୍ଯ୍ୟ ବନ୍ଦ ରହୁଥିବାର ଆବଶ୍ୟକ ସ୍ଥଳେ ଲୋକମାନେ ଅନଲାଇନ ବ୍ଯାଙ୍କ କାରବାର କରିପାରିବେ । ନଚେତ ବ୍ଯାଙ୍କ ଖୋଲା ଥିବା ଦିନ ହିଁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।