ବଜାରକୁ ଆସିଗଲା ନୂଆ ଇ-ସାଇକେଲ, ଥରେ ଚାର୍ଜ କଲେ ୧୦୦ କିମିରୁ ବି ଅଧିକ ବାଟ ଗଡିବ ଏହି ସାଇକେଲ, ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବଜାରରେ ଧୁମ୍ ମଚାଇବାକୁ ଯାଉଛି ଇ-ସାଇକେଲ । ଥରେ ଚାର୍ଜ କଲେ ଏହା ପ୍ରାୟ ୧୦୦ କିଲୋମିଟର ଗଡିବ । ଆଉ ଏହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇଲେକ୍ଟ୍ରିକ କାର୍, ଇଲେକ୍ଟ୍ରିକ ବାଇକ ଓ ଇଲେକ୍ଟ୍ରିକ ସ୍କୁଟର ପରେ ଏବେ ବଜାରକୁ ଆସିବାକୁ ଯାଉଛି ଇଲେକ୍ଟ୍ରିକ ସାଇକେଲ । ଇଲେକ୍ଟ୍ରିକ ମୋବିଲିକ ସେଗମେଣ୍ଟରେ ଥରେ ଚାର୍ଜ ହେଲେ ୧୦୦ କିଲୋମିଟର ବା ତା’ ଠାରୁ ଅଧିକ ବାଟ ଅତିକ୍ରମ କଲା ଭଳି ବାଇକ ଏବଂ ସ୍କୁଟର ଲଞ୍ଚ ହେବାର ଟ୍ରେଣ୍ଡ ଦେଖିବାକୁ ମିଳିଛି ।

ଆଉ ଏବେ ଏହି ଇଲେକ୍ଟ୍ରିକ ସେଗମେଣ୍ଟରେ ଇ-ସାଇକେଲ ଯୋଡି ହୋଇଯାଇଛି । ନେକ୍ସଚୁ ମୋବିଲିଟି ପ୍ରଥମ ଥର ପାଇଁ ଏପରି ଏକ ଇଲେକ୍ଟ୍ରିକ ସାଇକେଲ ଲଞ୍ଚ କରିଛି । ଯାହାକୁ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯାଏଁ ଗଡି ପାରିବ । ନେକ୍ସଚୁ ମୋବିଲିଟି ରୋର ଲାର୍କ ଇଲେକ୍ଟ୍ରିକ ସାଇକେଲ ଲଞ୍ଚ କରିଛି । ଏଥିରେ ଦୁଇଟି ବ୍ଯାଟେରୀ ରହିଛି । ୫.୨ ଆମ୍ପିୟାରର ବ୍ଯାଟେରୀ ସାଇକେଲରେ ଲାଗିଥିବା ବେଳେ ୮.୭ ଆମ୍ପିୟାରର ବ୍ୟାଟେରୀକୁ ଅଲଗା ଚାର୍ଜ କରାଯାଇ ରଖାଯାଇ ପାରିବ ।

ଏହି ଶାନଦାର ସାଇକେଲ ଗୋଟିଏ ଥର ଚାର୍ଜ ହେଲେ ୧୦୦ କିଲୋମିଟର ବା ତା’ଠାରୁ ଅଧିକ ବାଟ ଯାଇ ପାରିବ । ମାତ୍ର ୩ ରୁ ୪ ଘଣ୍ଟାରେ ଏହା ଫୁଲ୍ ଚାର୍ଜ ହୋଇଯିବ । ଏହି ସାଇକେଲରେ ଫିଚର ସିଷ୍ଟମ ବିଷୟରେ କହିଲେ ବାଇକ ଭଳି ଏଥିରେ ଏବିଏସ ସିଷ୍ଟମ ଚ୍ଯାନେଲ ସହ ଡୁଆଲ ଡିସବ୍ରେକ ଦିଆଯାଇଛି । ସବୁଠୁ ବଡ କଥା ହେଉଛି ଏଥିରେ ବ୍ଯାଟେରୀ ସୁବିଧା ଦିଆଯିବା ସହ ପ୍ୟାଡେଲ ବ୍ୟବସ୍ଥା ମଧ୍ୟ ରହିଛି ।

ଯଦି କୌଣସି ସ୍ଥାନରେ ବ୍ଯାଟେରୀରୁ ଚାର୍ଜ ସରିଯାଏ ତେବେ ଟେନସନ ନେବା ଆବଶ୍ୟକ ନାହିଁ । ପ୍ୟାଡେଲ ମାରି ଆରମରେ ସାଇକେଲ ଚଳାଇ ପାରିବେ ଚାଳକ । ତେବେ ଏହି ଇ-ସାଇକେଲର ମୂଲ୍ୟ ୪୪ ହଜାର ୮୩ ଟଙ୍କାରୁ ଆରମ୍ଭ ହେଉଛି । ଦେଶର ମାତ୍ର ଅଳ୍ପ କେତେକ ସହରରେ ଏହି ସାଇକେଲ ଏବେ ଲଞ୍ଚ କରାଯାଇଛି । ଯେପରିକି ମଦୁରାଇ, ଚେନ୍ନାଇ, ଗୁରୁଗ୍ରାମ, ବିଜୟପୁର ଏବଂ ଅହମଦାବାଦ ଭଳି ସହରରେ ଲଞ୍ଚ ହୋଇଛି ।

ତେବେ କମ୍ପାନୀର କହିବା ମୁତାବକ ଇ-କମର୍ଷ ସେଗମେଣ୍ଟରେ ଏହି ଇ-ସାଇକେଲ ଲୋକଙ୍କୁ ବହୁତ ସହାୟକ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।