ଏହି 8 ସଂକେତ କହିଦେବ, ସୁଇସାଇଡ କରିବାକୁ ଯାଉଥିବା ଲୋକର ଏହି ଲକ୍ଷଣ !

ଆଜି କାଲି ଲୋକମାନେ ନିଜର ଜୀବନ ରୁ ଏତେ ଶୀଘ୍ର ଚିଡି ଯାଉଛନ୍ତି ଯେ ସୁଇସାଇଡ କରିବା ବିଷୟରେ ଭାବୁଛନ୍ତି । ଯଦି ଆମେ କୌଣସି ସୁଇସାଇଡ କରୁଥିବା ବ୍ୟକ୍ତି ର ଜୀବନ ବଞ୍ଚେଇ ପାରିବୁ ଏହା ଠାରୁ ଭଲ କାମ ଅନ୍ୟ କୌଣସି ନାହିଁ । କିନ୍ତୁ ଆମକୁ ଏହା କେମିତି ଜଣା ପଡିବ କି ସେହି ବ୍ୟକ୍ତି ଜଣଙ୍କ ସୁଇସାଇଡ କରିବା ବିଷୟରେ ଭାବୁଛି ।

ସୁଇସାଇଡ କରିବା ପଛରେ ବହୁତ କାରଣ ଥାଇପାରେ । କିନ୍ତୁ ମେଡିକାଲ ରେଜଲ୍ଟ ର ହିସାବରେ ଲୋକମାନେ ସୁଇସାଇଡ ଦୁଇଟି କାରଣ ଯୋଗୁ କରିଥାନ୍ତି ମାନେ ଦୁଇଟି କେମିକାଲ ସେରୋଟୋନିନ ଏବଂ ଡୋପାମୀନ । ଯେତେବେଳେ ମଣିଷ ଶରୀରରେ ଏହି ଦୁଇଟି କେମିକାଲ କମ ହୋଇଯାଏ ସେ ଡିପ୍ରେଶନ ରେ ଚାଲି ଯାଏ । ଏବଂ ସୁଇସାଇଡ କରିବା ପାଇଁ ଭାବି ଥାଏ ।

ସେରୋଟୋନିନ (Serotonin) :

ଏହି ଦୁଇଟି କେମିକାଲ ବ୍ଲଡ ପ୍ଲେଟ୍ସଲେଟ ରେ ମିଳିଥାଏ । ଏବଂ ସେଂଟ୍ରଲ ନର୍ୱସ ସିଷ୍ଟମ ରେ ମିଳିଥାଏ । ଏହା ଆମ ଶରୀରେ ହୈପ୍ପୀନେସ, ଭଲ ମୁଡ ରେ ରହିବା, ନିଦ ଆଣିବାରେ ସାହାର୍ଯ୍ୟ କରେ । ଏହା ସହିତ ସ୍ମୃତି ଏବଂ ଅଧୟନ ପ୍ରକ୍ରିୟା ରେ ମଧ୍ୟ ସାହାୟକ ହୋଇ ଥାଏ ।

ଡୋପାମୀନ (Dopamine) :

ଏହି କେମିକାଲ ର କାମ ହେଉଛି ଆମ ମୁଣ୍ଡ ରେ ଖୁସି ଜନ୍ମ କରିବା । ଯେମିତି କି ଆମେ ଆନନ୍ଦ ର ଅନୁଭବ କରୁ ଏବଂ ଯେଉଁ ଆବେଗ ଆମ ଶରୀର ଭିତରେ ଥାଏ ତାହାକୁ କନ୍ଟ୍ରୋଲ କରେ ।

କଣ ଅଟେ ଏହି ସୁଇସାଇଡ ଲକ୍ଷଣ, ଏବଂ ତାକୁ କେମିତି ଆୟତ କରିବା?

ମନୋଚିକିତ୍ସା ମାନଙ୍କ କହିବାର ଅଟେ କି ସୁଇସାଇଡ ବ୍ୟବହାର ସିମ୍ପ୍ଟମ ଉପରେ ଯଦି ଆମେ ଧ୍ୟାନ ଦେବା ତେବେ ଆମେ ତାହାକୁ ସୁଇସାଇଡ କରିବାଠାରୁ ବଞ୍ଚେଇ ପାରିବା ।

· କେତେବେଳେ ତାହାକୁ ଅଚାନକ ବହୁତ ଜଲ୍ଦି ରାଗ ଆସିଯିବ, ତ କେତେବେଳେ ବିନା କଥା ରେ ହସିବ ଏବଂ କାନ୍ଦିବ ।

· ତା ମନରେ ନକାରାତ୍ମକ କଥା ଆସିବା ।

· ତାହାର ବୁଝିବା ଶକ୍ତି ଶେଷ ହୋଇଯିବ । ସେ କିଛି ବୁଝି ପରେ ନାହିଁ ଯେ କେଉଁଟା ଠିକ କେଉଁଟା ଭୁଲ।

· ତାଙ୍କର ଧ୍ୟାନ ନିଜ ଶରୀର ସଫା ରଖିବା ଉପରେ ରୁହେ ନାହିଁ । ତାଙ୍କର ସମସ୍ତ କଥା ଅବାସ୍ତବିକତା ଅଟେ।

· ସେ ଭାବନ୍ତି କି ଦୁନିଆରେ ସେ ସବୁଠୁ ଖରାପ ମଣିଷ ଅଟନ୍ତି ଏବଂ ସମସ୍ତେ ତାଙ୍କୁ ଖରାପ ନଜର ରେ ଦେଖନ୍ତି ।

· ତାଙ୍କୁ କାହାର ବି କଥା ଭଲ ଲାଗେ ନାହିଁ । ଏବଂ ତାଙ୍କୁ କାହାର ବି ଭଲ କଥା ଖରାପ ଲାଗେ ।