ଭାରତର 7 ଟି ଏଭଳି ଆଇନ ଯାହା ସମସ୍ତ ଭାରତୀୟ ନାଗରିକଙ୍କୁ ଜାଣିବା ଆବଶ୍ୟକ, ଆପଣ ବି ଦେଖନ୍ତୁ

ସବୁ ଦେଶରେ ଶାନ୍ତି ଏବଂ ନିୟମ ଅନୁସାରେ କାମ କରିବା ପାଇଁ କିଛି ଆଇନ ତିଆରି କରା ଯାଇଅଛି । କୌଣସି ଦେଶର ଆଇନ କୁ ପାଳନ କରିବା ସବୁ ନାଗରିକ ପାଇଁ ଜରୁରୀ ଅଟେ । ଯେଉଁ ଲୋକମାନେ ଆଇନ ର ପାଳନ କରନ୍ତି ନାହିଁ, ତାଙ୍କୁ ଦଣ୍ଡିତ କରାଯାଏ । ଭାରତରେ ମଧ୍ୟ ଆଇନ ଅଛି, ଯାହାକୁ ପାଳନ ନ କରିବା ଦ୍ଵାରା ଦଣ୍ଡ ଭୋଗିବାକୁ ପଡି ଥାଏ । ସବୁ ଦେଶର ଏମିତ କିଛି ଆଇନ ହୋଇଥାଏ ଯାହା ସେଠିକା ଲୋକମାନେ ସହଜରେ ବୁଝି ପାରନ୍ତି ନାହିଁ ଏବଂ ପ୍ରଥମ ଥର ଏହା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।

ଭାରତୀୟ ଆଇନ ଯାହାକୁ ଜାଣିବା ନିଶ୍ଚିତ ଦରକାର ସମସ୍ତ ନାଗରିକ ମାନଙ୍କୁ :

·    ‘ଦ ଏୟରକ୍ରାଫ୍ଟ ଏକ୍ଟ, ୧୯୩୪’ ଅନୁସାରେ ଯଦି କୌଣସି ବ୍ୟକ୍ତି ବେଲୁନ ଏବଂ ଗୁଡି ଉଡାଇବା ପାଇଁ ଚାହୁଁଛି ତେବେ ତାକୁ ସର୍ବେ ପ୍ରଥମେ ସରକାର ଠାରୁ ଅନୁମତି ନେବାକୁ ପଡିବ । ବିନା ଅନୁମତି ରେ ଉଡାଇବା ଆଇନ ବିରୋଧ ମନାଯାଏ ।

·    ‘ଦ ଲ୍ୟାଣ୍ଡ ଆକ୍ୟୁଜିଶନ ଏକ୍ଟ ୧୮୯୪’ ଅନୁସାରେ ସରକାର, ଆପଣଙ୍କ ଇଛା ନଥିଲେ ବି, ଆପଣଙ୍କ ଜମି କିଣି ପାରିବେ ।

·    ପୁଲିସ ଗୋଟିଏ ଦୋଷ ପାଇଁ ଗୋଟିଏ ଦିନ ରେ ଦୁଇ ଥର ଚାଲାଣ କାଟି ପାରିବେ ନାହିଁ ।

·    ‘ମିନିସ୍ଟ୍ରୀ  ଅଫ ଓମେନ ଏଂଡ ଚାଇଲ୍ଡ ଡେଭଲପମେଂଟ’ ଆଇନ ଅନୁସାରେ କୌଣସି ଏକୁଟିଆ ରହୁଥିବା ବ୍ୟକ୍ତି କୌଣସି ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ପାରିବେ ନାହିଁ । କିନ୍ତୁ ସେ କୌଣସି ପୁଅକୁ  ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ପାରିବେ ।

·    ‘ହିନ୍ଦୁ ଏଡପ୍ଶନ ଏଂଡ ମେଂଟେନେଂସ ଏକ୍ଟ ୧୯୫୬’ ଅନୁସାରେ ଯଦି କୋଣସି ବିବାହିତ ଦମ୍ପତିଙ୍କ ପାଖରେ ପୂର୍ବରୁ ପୁଅ ଅଛି ତେବେ ସେମାନେ ଅନ୍ୟ କୌଣସି ପୁଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ପାରିବେ ନାହିଁ । ଏହି କଥା ଝିଅଙ୍କ କ୍ଷେତ୍ରରେ ବି ଲାଗୁ ହୋଇ ଥାଏ ।

·    ‘ଡେଂଟିସ୍ଟ ଏକ୍ଟ ୧୯୪୮’ ଅନୁସାରେ ରାସ୍ତା ନିକଟରେ ଦାନ୍ତ ଓପାଡିବା ଏବଂ କାନ ସଫା କରିବା ଦୁଇଟି ଯାକ ଆଇନ ବିରୁଦ୍ଧ ହୋଇ ଥାଏ ।

·    ଯେଉଁ ଲୋକମାନେ କେରଳ ର ଅଟନ୍ତି ସେମାନେ ଏହି ଆଇନକୁ ଜାଣିବା ନିଶ୍ଚିତ ଦରକାର ।

କେରଲ ରେ ତୃତୀୟ ପିଲା ଜନ୍ମ କରିଲେ ୧୦୦୦୦ ଟଙ୍କା ର ଜୋରିମାନା ଲଗା ଯାଇଥାଏ ।