ଥରୁଛି ତାଇୱାନ ! 24 ଘଣ୍ଟାରେ ହେଲାଣି 100 ରୁ ଅଧିକ ଭୂକମ୍ପ ! ଭୂକମ୍ପର ଏହି ଦୃଶ୍ୟ ସବୁ ଦେଖିଲେ ଆପଣ ବି ଭୟରେ ଥରିବେ, ଦେଖନ୍ତୁ video

କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ଟ୍ରେନ ଦୋହଲି ଯାଉଛି ଏବଂ ଆଉ କେଉଁଠି ରାସ୍ତାକଡରୁ ଖସୁଛି ପଥର ଖଣ୍ଡ । ପ୍ରତି ମୂହୁର୍ତ୍ତରେ ତାଇୱାନ ଉପରେ ରହିଛି ବିପଦ । ଦୁଇଦିନ ଧରି ଆଶଙ୍କା ମଧ୍ୟରେ ଜୀବନ କାଟୁଛନ୍ତି ତାଇୱାନ ବାସୀ । ଗତକାଲି ଏଭଳି ଭୟଙ୍କର ଭୂକମ୍ପ ଆସିଥିବା ବେଳେ ତାଇୱାନର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ଭୂକମ୍ପର ଭୟ ରହିଛି । ଆମେରିକାର ଜୁଓଲୋଜିକାଲ ସର୍ଭେରେ ପ୍ରଥମେ ଏହି ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୭.୨ ବୋଲି କୁହା ଯାଉଥିଲା । ପରେ ଏହାକୁ ୬.୯ କୁ ହ୍ରାସ କରାଗଲା ।

ତାଇୱାନରେ ଏହି ଭୟଙ୍କର ଭୂକମ୍ପ ଫଳରେ ୟାଲି ସହରରେ ଅନେକ କୋଠା ଭାଙ୍ଗି ଯାଇଛି । ଏହାସହ ଆହୁରି ଅନେକ କୋଠା ଥରିବା ସହ ଫାଟ ମଧ୍ୟ ସୃଷ୍ଟି ହୋଇଛି । ଟ୍ରେନ ମଧ୍ୟ ଲାଇନଚ୍ୟୁତ ହେବାସହ ଟ୍ରେନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ଚିକେ ଏବଂ ମ୍ୟୁସିହାସିର ପାହାଡିଆ ରାସ୍ତାରେ ପ୍ରାୟ ୬୦୦ରୁ ଅଧିକ ଲୋକ ଫସି ରହିଥିବା ଜଣାପଡିଛି । ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ନେଇ କୌଣସି ସୂଚନା ମିଳିନାହିଁ ।

ତାଇୱାନର ୟୁଜିଙ୍ଗ ସହରରୁ ୪୮୫କିମି ଦୂରରେ ରହି ଭୂମିକମ୍ପର କେବ୍ଦ୍ରସ୍ଥଳ ରହିଥିଲା । ଗତ ଶନିବାର ଦିନ ତାଇୱାନର ଏହି ଅଞ୍ଚଳରେ ୬.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗତ ୨୪ ଘଣ୍ଟାରେ ତାଇୱାନରେ ଶତାଧିକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଛି ।

ତାଇୱାନ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ ଫାୟାର ଅଞ୍ଚଳ ଭିତରେ ରହୁଛି । ଏହି କାରଣରୁ ସେଠାରେ ବାରମ୍ବାର ଭୂକମ୍ପ ଆସୁଛି । ୨୦୧୬ ମସିହାରେ ତାଇୱାନରେ ଭୟଙ୍କର ଭୂକମ୍ପ ଫଳରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା । ସେହିପରି ୧୯୯୯ରେ ୭.୩ ତୀବ୍ରତାର ଭୂକମ୍ପ ଯୋଗୁଁ ୨ ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କ ଜୀବନ ଯାଇଥିଲା । ଯଦିଓ ଏବେ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରି ନାହିଁ, କିନ୍ତୁ ଗତ ଦୁଇ ଦିନ ହେବ ତାଇୱାନରେ ବାରମ୍ବାର ଭୂକମ୍ପ ଅନୁଭୂତ ହେବା ଫଳରେ ବହୁତ ଧନଜୀବନ ଯାଇଥିବା ଆଶଙ୍କା କରାଯାଉଛି ।

ଭୂକମ୍ପ ସମୟରେ କିଛି ଝଲକ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ବି ଅନୁଭବ କରିପାରିବେ ତାଇୱାନରେ ଦେଖା ଦେଇଥିବା ଏହି ଭୂକମ୍ପ କେତେ ଭୟଙ୍କର ଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।