ଧଳା ବାଳ ଯେତେ ବି ଥାଉ ଗୋଟି ଗୋଟି କରି କଳା ହୋଇଯିବ, ଥରେ ଲଗେଇ ଦେଖନ୍ତୁ ଏହି ଚମତ୍କାରୀ ସହଜ ଘରୋଇ ରିମେଡି

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର ୫ ଟଙ୍କାର ଏହି ଜିନିଷ ଦ୍ଵାରା ଆପଣ ନିଜ କେଶକୁ କଳାକୁ, ଘନ ଏବଂ ମଜବୁତ କରିପାରିବେ । ଆପଣଙ୍କ କେଶ ଯଦି ଅଧିକ ଶୁଷ୍କ ହୋଇଯାଇଛି ତେବେ ଏହି ରିମେଡିକୁ କେଶରେ ଥରେ ଲଗାଇ ଦେଖନ୍ତୁ । ତେବେ ଚାଲନ୍ତୁ ଜାଣିବା କଣ ସେହି ଜିନିଷ ଯାହା ଆମ କେଶ ପାଇଁ ଏତେ ଅଧିକ ଲାଭଦାୟକ ଅଟେ । ତେବେ ସେହି ସାମଗ୍ରୀଟି ହେଉଛି ଚାହାପତି, ଯାହାକୁ ଆମେ କେବଳ ଚାହା ବନାଇବା ପାଇଁ ହିଁ ବ୍ୟବହାର କରିଥାଉ ।

ହେଲେ ଅଧିକାଂଶ ଲୋକଙ୍କୁ ଏହା ଜଣାନାହିଁ ଯେ ଚାହାପତି ବହୁତ ଭଲ ବିୟୁଟି ପ୍ରଡ଼କ୍ଟ ଅଟେ । ଏହା ମ କେଶ ଏବଂ ଚର୍ମ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏଥିଆପାଇନ ଆପଣ ଯେକୌଣସି କମ୍ପାନୀର ଚାହାପତି ନେଇପାରିବେ । ଚାହାରୁ ମିଳୁଥିବା କାଫେଇନ ଆମ କେଶ ପାଇଁ ବହୁତ ଲାଭଦାୟକ ଅଟେ । ଏଥିପାଇଁ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ତେଜପତ୍ର ।

କେଶରେ ଉକୁଣି, ରୂପୀ ଭଳି ସମସ୍ଯା ଥିଲେ ତାହା ଦୂର କରିବାରେ ଏହା ସାହାଯ୍ୟ କରିଥାଏ ଓ ଆମ କେଶ ପାଇଁ ପ୍ରାକୃତିକ କଣ୍ଡିସନର ଭଳି କାମ କରିଥାଏ । କେଶ ବୃଦ୍ଧିକୁ ବୁଷ୍ଟ କରିବା ପାଇଁ ତେଜପତ୍ର ବହୁତ ଲାଭଦାୟକ ହୋଇଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ଏକ ଏକ ପାଖୁଡା ରସୁଣ । ଏଥିରୁ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଅକ୍ସିଡାଣ୍ଟ ଭଳି ତତ୍ତ୍ଵ ମିଳିଥାଏ ।

କେଶର ଚର୍ମ ବା ସ୍କାଲ୍ଫରେ କୌଣସି ପ୍ରକାରର ସଂକ୍ରମଣ ଥିଲେ ଏହା ଦୂର କରିଥାଏ । ଏବେ ଆପଣ ଗୋଟିଏ ପ୍ୟାନରେ ନିଅନ୍ତୁ ଦୁଇ ଚାମୁଚ ଚାହାପତି, ତିନୋଟି ତେଜପତ୍ର ଓ ଗୋଟିଏ ପାଖୁଡା ଚୋପାଛଡା ରସୁଣ । ଏହାପରେ ଏଥିରେ ଏକ ଗ୍ଳାସ ପାଣି ଢାଳି ଏହାକୁ ଗ୍ଯାସରେ ବସେଇ ୧୦ମିନିଟ ଯାଏଁ ଭଲଭାବେ ଫୁଟାନ୍ତୁ । ପୁରୁଷ ଏବଂ ମହିଳା ସମସ୍ତେ ଏହି ରିମେଡିର ପ୍ରୟୋଗ କରିପାରିବେ । ଏବେ ଆପଣ ଏହି ରିମେଡିକୁ ଏକ ପାତ୍ରକୁ ଛାଣି ନିଅନ୍ତୁ ।

ଏହାକୁ ଆପଣ ଅଧିକ ମାତ୍ରାରେ ବନେଇ ଫ୍ରିଜରେ ଷ୍ଟୋର କରି ରଖିପାରିବେ । ଏବେ ଆପଣ ଗୋଟିଏ ପାତ୍ରରେ ଏକ ଚାମୁଚ କଫି ପାଉଡର ନିଅନ୍ତୁ । କଫି ଆମ କେଶକୁ ଜଟା ବାନ୍ଧିବାକୁ ଦିଏନାହିଁ । ଏବେ ଏଥିରେ ପ୍ରସ୍ତୁତ କରିଥିବା ରିମେଡିରୁ ଦୁଇରୁ ତିନି ଚାମୁଚ ମିଶାଇ ଦିଅନ୍ତୁ ।

ଯଦି ଆପଣଙ୍କ କେଶ ଧଳା ହୋଇଯାଇଛି ତେବେ ଏହି ରିମେଡିକୁ କେଶରେ ଲଗାଇବା ଦ୍ଵାରା ଆପଣଙ୍କୁ କେଶ ଡାଏ କରିବାକୁ ପଡିବନି । ଯଦି ଆପଣଙ୍କ କେଶ ବହୁର ଶୁଷ୍କ ଅଟେ ତେବେ ଏହି ମିଶ୍ରଣରେ ଆପଣ ଏକ ଚାମୁଚ ନଡିଆ ତେଲ ମିଶାନ୍ତୁ । ଭଲ ରେଜଲ୍ଟ ପାଇବା ପାଇଁ ଅପ୍ନା ସପ୍ତାହରେ ତିନିଥର ଏହାର ପ୍ରୟୋଗ କରନ୍ତୁ । ବନେଇଥିବା ମିଶ୍ରଣକୁ ଆପଣ କେଶରେ ସ୍ପ୍ରେ କରିପାରିବେ ଓ ସାଙ୍ଗକୁ ଏହି କଫି ମିଶ୍ରିତ ରିମେଡିକୁ କେଶର ଧଳା ସ୍ଥାନରେ ଲଗାଇ ପାରିବେ ।

କିମ୍ବା ସଂପୂର୍ଣ୍ଣ ପ୍ରସ୍ତୁତ ରିମେଡିକୁ ଆପଣ କେଶରେ ଲଗାଇପାରିବେ । ଦେଖିବେ ଆପଣଙ୍କ କେଶ କଳା, ଘନ ଏବଂ ମଜବୁତ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।