ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି । ଯାହାଫଳରେ ପେଟ୍ରୋଲ ଓ ଡିଜେଲ ଗାଡି ଚଲାଉଥିବା ଲୋକଙ୍କୁ ଏବେ ଖୁବ ସମସ୍ଯାର ସମୁଖୀନ ହେବାକୁ ପଡୁଛି । ଏହି ସମସ୍ଯାକୁ ଦୃଷ୍ଟିରେ ରଖି ଗାଡି କମ୍ପାନୀ ମାନେ ପେଟ୍ରୋଲ ଓ ଡିଜେଲର ବିକଳ୍ପ ସ୍ୱରୂପ ଇଲେକ୍ଟ୍ରିକ ଗାଡି ତିଆରିରେ ଲାଗି ପଡିଛନ୍ତି । ଗୋଟିଏ ପରେ ଗୋଟିଏ ବଜାରକୁ ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକ ଗାଡି ଆସୁଛି ।
ଅନେକ କମ୍ପାନୀ ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଉପରେ କାର୍ଯ୍ୟ କରୁଥିବା ବେଳେ କିଛି କମ୍ପାନୀ ଚାରି ଚକିଆ ଇଲେକ୍ଟ୍ରିକ ଯାନ ମଧ୍ୟ ଲଞ୍ଚ କରିବାରେ ସଫଳ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ପାଇଁ ଏକ ଖାସ୍ ଗାଡି ବିଷୟରେ କହିବାକୁ ଯାଉଛୁ । ଏହି ଗାଡିଟିକୁ BYD India ଲଞ୍ଚ କରିଛି । ଏହି ଗାଡିଟି ଏକ ଇଲେକ୍ଟ୍ରିକ ମଲ୍ଟି ପରପୋଜ ଭାଇକେଲ (MPV) ଓ ଏହାର ବିଶେଷ କଥା ହେଉଛି ଏହି ଗାଡିଟି ସିଙ୍ଗଲ ରିଚାର୍ଜରେ ୫୨୦ କିମି ପର୍ଯ୍ୟନ୍ତ ଚାଲିପାରେ । ଏହି ଗାଡିର ଆକାର ଏକ ଇନୋଭା ଗାଡି ପରି ବଡ ମଧ୍ୟ ଅଟେ ।
ଏହି ଇଲେକ୍ଟ୍ରିକ MPV BYD e6 ଗାଡିରେ ୭୧.୭ KWH ର ଲିଥିୟମ ଆଇରନ ଫସଫେଡ ବ୍ଯାଟେରୀ ରହିଛି । ଏହି ଗାଡି ଠାରେ ଚାର୍ଜ କଲେ ୫୨୦ କିମି ପର୍ଯ୍ୟନ୍ତ ଚାଲିପାରିବ ବୋଲି BYD ଇଣ୍ଡିଆ ଦାବି କରିଛି । କିନ୍ତୁ ଅଟୋମେଟିଭ ରିସର୍ଚ୍ଚ ଆସୋସିଏସନ ଅଫ ଇଣ୍ଡିଆ କହିଛି ଯେ ଏହା ସିଙ୍ଗଲ ଚାର୍ଜରେ ମାତ୍ର ୪୧୫ କିମି ପର୍ଯ୍ୟନ୍ତ ଯାଇପାରିବ । ଏହି ଗାଡିର ଟପ୍ ସ୍ପିଡ ଘଣ୍ଟା ପ୍ରତି ୧୩୦ କିମି ରହିଛି ।
କମ୍ପାନୀ ଏହି ଗାଡିରେ ଫାଷ୍ଟ ଚାର୍ଜି॰ ସପୋର୍ଟ ଦେଇଛି, ଯାହାଫଳରେ ଏହାର ବ୍ଯାଟେରୀ ମାତ୍ର ୩୫ ମିନିଟରେ ୩୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇଯାଏ । କମ୍ପାନୀ BYD e6 ର ବଜାର ମୂଲ୍ୟ ୨୯.୬୦ ଲକ୍ଷ ଟଙ୍କା ରଖିଛି । ଏହି ଗାଡି ଏବେ ଦିଲ୍ଲୀ NCR, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ବିଜୟବାଡା, ଅହମଦାବାଦ, କୋଚି ଓ ଚେନ୍ନାଇରେ ବିକ୍ରି ଆରମ୍ଭ ହେବ । ଆପଣଙ୍କୁ ଏହି ଗାଡିଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।