Vastu Tips- ଦୀପ ଜଳାଇବା ସମୟରେ ପାଳନ କରନ୍ତୁ ଏହି ସବୁ ନିୟମ, ଦେଖିବେ ଆପଣଙ୍କ ଭାଗ୍ୟ ବଦଳିଯିବ, ଘରକୁ ଆସିବେ ମା’ ଲକ୍ଷ୍ମୀ

ହିନ୍ଦୁଧର୍ମରେ ଦୀପ ଜଳାଇବାର ଖୁବ ଖାସ୍ ମହତ୍ଵ ରହିଛି । ଆମେ ପୂଜା କରିବା ସମୟରେ ଭଗବାନଙ୍କ ସମୁଖରେ ନିଶ୍ଚିତ ଭାବେ ଦୀପ ଜଳାଇଥାଉ । ନିୟମିତ ଦୀପ ଜଳାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଭଗବାନ ଆମର ମନୋସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି । ପୂଜା ବେଳେ ଦୀପ ନ ଜଳାଇବା ଦ୍ଵାରା କୌଣସି ପୂଜା ସଫଳ ହୁଏନାହିଁ ବୋଲି କୁହାଯାଏ । ପୂଜାବେଳେ ଘିଅ ଓ ତେଲ ଦୁଇ ପ୍ରକାରର ଦୀପ ଜଳାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଦୀପ ଜଳାଇବାର କିଛି ନୀତି ନିୟମ ବିଷୟରେ ଜଣାଇବୁ ।

ଯଦି ଆପଣ ଘରେ ଘିଅର ଦୀପ ଜଳାଉଛନ୍ତି ତେବେ ସ୍ଵଚ୍ଛ ଦୀପ ଜଳାଇବା ଆବଶ୍ୟକ । ଆଉ ଯଦି ତେଲର ଦୀପ ଜଳାଉଛନ୍ତି ତେବେ ସେଥିରେ ଲାଲ ସଳିତା ରଖି ଜଳାନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସକାଳେ ଓ ସନ୍ଧ୍ୟାରେ ଦୀପ ଜଳାଇବା ଦ୍ଵାରା ସକାରାତ୍ମକ ଶକ୍ତି ଉତ୍ପନ ହୋଇଥାଏ ଏବଂ ଘରର ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ । ଏହା ବ୍ଯତୀତ ଘରେ ସୁଖଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ନିୟମିତ ଭାବେ ଘରର ମୁଖ୍ୟଦ୍ଵାର ପାଖେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ଖୁବ ଖୁସି ହୋଇଥାନ୍ତି ।

କିନ୍ତୁ ମନେ ରଖନ୍ତୁ ଦୀପକୁ ଖାଲି ନରଖି ଏହା ତଳେ କିଛି ଚାଉଳ କିମ୍ବା ଅନ୍ୟ ଜିନିଷ ରଖନ୍ତୁ । ଯଦି ଆପଣ ଘରର ପିଇବା ପାଣି ରଖୁଥିବା ସ୍ଥାନରେ ଦୀପ ଜଳାଇବେ ତେବେ ଆପଣଙ୍କୁ ଅଜସ୍ର ଧନଲାଭ ହେବ ଓ କେବେବି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ଯା ରହିବ ନାହିଁ । ଜଳୁଥିବା ଦୀପକୁ କେବେ ମଧ୍ୟ ଫୁଙ୍କିକରି ଲିଭାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଏ । ଦୀପ ଜଳାଇବା ବେଳେ ଘିଅ ଦୀପକୁ ସର୍ବଦା ବାମ ହାତ ଆଡକୁ ଜଳାଇବା ଉଚିତ ଏବଂ ତେଲ ଦୀପକୁ ଡାହାଣ ହାତ ଆଡକୁ ଜଳାଇବା ଉଚିତ ।

ଏହାସହ ଦୀପଜ୍ଯୋତିର ମୁହଁ ଠିକ ଭଗବାନଙ୍କ ସାମନାରେ ରହିବା ଉଚିତ । ଶାସ୍ତ୍ର ଅନୁସାରେ ଆପଣ ଯଦି ଘିଅର ଦୀପ ଜଳାଉଛନ୍ତି ତେବେ ଏହା ଭିତରେ ସବୁବେଳେ ତୁଳାରେ ପ୍ରସ୍ତୁତ ସଳିତା ରଖନ୍ତୁ । କିନ୍ତୁ ତେଲ ଦୀପ ମଧ୍ୟରେ ସବୁବେଳେ ଲାଲ ରଙ୍ଗର ସଳିତା ବ୍ୟବହାର କରନ୍ତୁ । ଦୀପ ଜଳାଇବା ବେଳେ ସବୁବେଳେ ଦୀପ ଭିତରେ ଯଥେଷ୍ଟ ମାତ୍ରାରେ ତେଲ କିମ୍ବା ଘିଅ ରଖନ୍ତୁ । ଧ୍ୟାନ ରଖନ୍ତୁ ପୂଜା କରିବା ବେଳେ ଯେପରି ଦୀପ ଲିଭି ନଯାଏ । ପୂଜା କରିବା ପରେ ଅତିକମ୍ ରେ ଅଧଘଣ୍ଟା ପର୍ଯ୍ୟନ୍ତ ଦୀପ ଜଳିବା ଆବଶ୍ୟକ ।

ପୂଜା କରିବା ବେଳେ ଆପଣ ବ୍ୟବହାର କରୁଥିବା ସମସ୍ତ ଜିନିଷ ଶୁଦ୍ଧ ଏବଂ ଅଖଣ୍ଡିତ ହୋଇଥିବା ଆବଶ୍ୟକ । ଏଥିପାଇଁ ପୂଜାରେ ଖଣ୍ଡିତ ଦୀପ ମଧ୍ୟ ଜଳାନ୍ତୁ ନାହିଁ । ଦୀପ ଜଳାଇବା ବେଳେ, “ଶୁଭଂ କରନ୍ତି କଲ୍ୟାଣମ୍ ଆରୋଗ୍ୟମ୍ ଧନ ସମ୍ପଦମ୍ ଶତ୍ରୁ ବିନାଶୟ ଦୀପ॰ ଜ୍ୟୋତିଃ ନମସ୍ତୁତେ” ମନ୍ତ୍ରର ଜପ ନିଶ୍ଚିତ ଭାବେ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣ ଭଗବାନଙ୍କ ଠାରେ ଶୁଭ, କଲ୍ୟାଣ, ଆରୋଗ୍ୟ, ଧନ ସମ୍ପଦ, ଶତ୍ରୁ ବୃଦ୍ଧିର ବିନାଶ କରିବା କାମନା କରିଥାନ୍ତି ।

ଏହି ମନ୍ତ୍ରକୁ ଅତିକମ୍ ରେ ତିନି ଥର ଜପ କରନ୍ତୁ । ଦୀପ ଜାଳିବା ସମୟରେ ଏହି ସବୁ ନିୟମ ପାଳନ କଲେ ଘରେ ସୁଖଶାନ୍ତି ବଜାୟ ରହିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।