ଅନେକ ଲୋକଙ୍କୁ ସାଧାରଣତଃ ଜ୍ଵର, ଥଣ୍ଡା, କାଶ ଓ କଫ ଭଳି ସମସ୍ଯା ବହୁ ସମୟରେ ଦେଖା ଦେଇଥାଏ । ଯାହାଦ୍ଵାରା ଲୋକଙ୍କ ନିଶ୍ଵାସ, ପ୍ରଶ୍ଵାସ ନେବାରେ ଅସୁବିଧା ହେବା ସହ ବହୁ ପ୍ରକାର କଷ୍ଟ ମଧ୍ୟ ଭୋଗିବାକୁ ପଡିଥାଏ । ତେବେ ଏଥିପାଇଁ ଅନେକ ଲୋକ ମାର୍କେଟକୁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ ଆଣି ସେବନ କରି ନିଅନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ସହଜ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ ।

ଯାହା ବନାଇବା ପାଇଁ ଆପଣଙ୍କୁ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଆପଣଙ୍କ ଘରୁ ହିଁ ଉପଲବ୍ଧ ହୋଇଯିବ । ଏହି ରେମିଡି ସଂପୂର୍ଣ୍ଣ ଘରୋଇ ହେବା ସହ ଏହା ଥଣ୍ଡା, କାଶ ପାଇଁ ଏକ ରାମବାଣ ଔଷଧୀ ମଧ୍ୟ ଅଟେ । ତେବେ ଏହି ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଜୀରା, ଅଦା ଓ ତୁଳସୀର ଦରକାର ପଡିବ । ଯାହାକି ଆପଣଙ୍କ ପାଖରେ ବହୁତ ସହଜରେ ମିଳିଯିବ । ତେବେ ପ୍ରଥମେ ଆପଣ ଗ୍ଯାସରେ ଏକ କଢେଇ ବସାଇ ସେଥିରେ ୨ ଗ୍ଳାସ ପାଣି ଢାଳନ୍ତୁ ।
ଏହାପରେ ସେହି ପାଣିରେ ୧ ଚାମଚ ଜୀରା ପକାନ୍ତୁ । ତାପରେ ସେଥିରେ ଖଣ୍ଡେ ଅଦାକୁ ପକାନ୍ତୁ । ଅଦାକୁ ଆପଣ ଟିକି ଟିକି କରି କାଟି କିମ୍ବା ଛେଲି ବା ଗ୍ରେଡ କରି ପକାନ୍ତୁ । ଏହାପରେ ଆପଣ ତୁଳସୀ ପତ୍ର ତୋଳି ତାହାକୁ ଭଲ ଭାବରେ ଧୋଇ ଏଥିରେ ମିଶାନ୍ତୁ । ତେବେ ଆପଣ ଏହି ରେମିଡି ପାଇଁ ୧୦ ରୁ ୧୫ ଟି ତୁଳସୀ ପତ୍ର ନେଇପାରିବେ ।

ଏହାପରେ ଆପଣ ଏହାକୁ କିଛି ସମୟ ପାଇଁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଯେପରିକି ଆପଣ ଦେଇଥିବା ୨ ଗ୍ଳାସ ପାଣି ଫୁଟି ଫୁଟି ୧ ଗ୍ଳାସ ପାଣି ହୋଇଯିବ । ତାହାପରେ ଆପଣ ଏହି ଗ୍ଯାସକୁ ବନ୍ଦ କରି ଦିଅନ୍ତୁ । ତାପରେ ଆପଣ ଏକ ଛଣା ସାହାଜ୍ଯରେ ଅନ୍ୟ ଏକ ପାତ୍ରକୁ ସେହି ପାଣି ଛାଣି ଆଣି ସେଥିରେ ୧ ଚାମଚ ମହୁ ମିଶାନ୍ତୁ ।
ତେବେ ଆପଣଙ୍କର ଚମତ୍କାରୀ ଡ୍ରିଂକ ବନି ପ୍ରସ୍ତୁତ ହୋଇସାରିଥିବ । ତେବେ ଏହି କାଢା ସେବନ କରିବାର ଫାଇଦା ଗୁଡିକ ହେଉଛି । ଏହାର ସେବନ ଦ୍ଵାରା ଶରୀରର ରୋଗପ୍ରତୋରୋଧକ ଶକ୍ତି ବଢିଥାଏ । ଏହା ସହ ବାରମ୍ବାର ଶରୀରରେ ଥଣ୍ଡା, କାଶ ଓ ଛାତିରେ କଫ ଜମିବାକୁ ଦେଇନଥାଏ । ଏହି କାଢାକୁ ଆପଣ ଦିନକୁ ୨ ରୁ ୩ ଥର ଏବଂ ମାତ୍ର ୨ ଦିନ ସେବନ କରି ଦେଖନ୍ତୁ ।

ଯଦି ଆପଣଙ୍କୁ ଋତୁ ଜନିତ ବା ଭାଇରାଲ ସଂକ୍ରମଣ କାରଣରୁ ଥଣ୍ଡା, ଜ୍ଵର କିମ୍ବା କାଶ ହେଉଥିବ । ତେବେ ଏହି କାଢାକୁ ସେବନ କରିବା ପରେ ଆପଣଙ୍କୁ ଲାଭକାରୀ ଫାଇଦା ଦେଖିବାକୁ ମିଳିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ