ଭଗବାନଙ୍କ ପୂଜା ଘରେ ରଖି ଦିଅନ୍ତୁ ଏହି ୪ ଟି ଜିନିଷ ! ଆପଣଙ୍କ ଘରକୁ ସୁଖ ସମୃଦ୍ଧି ମାଡି ଆସିବ… Vastu Tips

ପ୍ରତ୍ଯେକଟି ମନୁଷ୍ୟଙ୍କର ଭଗବାନଙ୍କ ଉପରେ ଭରଷା ତଥା ବିଶ୍ବାସ ରହିଥାଏ । ତେଣୁ ଲୋକେ ଭଗବାନଙ୍କ ଆସ୍ଥା ଉପରେ ବିଶ୍ବାସ ରଖି ପ୍ରତିଦିନ ତାଙ୍କର ପୂଜା, ଅର୍ଚନା କରିଥାନ୍ତି । ହେଲେ ପୂଜା ଅର୍ଚନା କରିବା ପାଇଁ ମଧ୍ୟ କେତେ ଗୁଡିଏ ନିୟମ ରହିଥାଏ । ଯେଉଁ ବିଧିବିଧାନ ପାଳନ କରି ଠାକୁର ଘରେ ପୂଜା, ଅର୍ଚନା କରିବା ଦ୍ଵାରା ଆପଣଙ୍କ ପୂଜା ଭଗବାନ ପ୍ରସନ୍ନ ହୋଇଥାନ୍ତି । ଏଥିସହ ଆପଣଙ୍କ ଘରର ସୁଖ, ସମୃଦ୍ଧି ବୃଦ୍ଧି ହେବା ସହ ଆପଣଙ୍କ ଘରେ ସର୍ବଦା ଶାନ୍ତିର ବାତାବରଣ ବଜାୟ ରହିଥାଏ ।

ବାସ୍ତୁଶାସ୍ତ୍ର ଅନୁଯାଇ ଘରର ଠାକୁର ଘର ଐଶାନ୍ୟ କୋଣରେ ରହିବା ଉଚିତ । ଆପଣ ପ୍ରତିଦିନ ସକାଳୁ ପ୍ରାତଃ ନିଜର ନିତ୍ୟ କର୍ମ ତଥା ସ୍ନାନାଦୀକାର୍ଯ୍ୟ ସାରି ଠାକୁର ଘର ପୂଜା କରିବା ଉଚିତ । ଠାକୁର ଘରକୁ ସର୍ବଦା ପରିଷ୍କାର ତଥା ପରିଚ୍ଛନ କରି ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ ହୋଇଥାଏ ।

ଆପଣ ଭଗବାନଙ୍କର ଗୋଟିଏ ମୂର୍ତ୍ତି କିମ୍ବା ଗୋଟିଏ ଫୋଟୋ ରଖି  ପୂଜା କରନ୍ତୁ । କାରଣ ଠାକୁର ଘରେ ଗୋଟିଏ ଠାକୁରଙ୍କର ୨ ଟି ଫୋଟୋ ବା ମୂର୍ତ୍ତି ରଖିବା ଅନୁଚିତ । ଠାକୁର ଘରେ ପୂର୍ବ ପୁରୁଷ ମାନଙ୍କର ଫୋଟ ରଖିବା ମଧ୍ୟ ଅନୁଚିତ । ଭଗବାନଙ୍କୁ ଅର୍ପଣ କରୁଥିବା କୌଣସି ପୂଜା ସାମଗ୍ରୀକୁ ଶୁଙ୍ଘିକି ଚଢାଇବା ଜମାରୁ ମଧ୍ୟ ଉଚିତ ହୋଇନଥାଏ ।

ଆପଣଙ୍କ ଠାକୁର ଘରେ ଭୈରବ ଦେବ, ମା’ କାଳୀ, ପ୍ରଭୁ ଶନିଦେବତା ଓ ନଟରାଜଙ୍କର ମୂର୍ତ୍ତି ବା ଫୋଟୋ ରଖନ୍ତୁ ନାହିଁ । କେବଳ ସେତିକି ନୁହେଁ, ବଂର କୌଣସି ପ୍ରକାର ଦେବାଦେବୀଙ୍କର କ୍ରୋଧିତ ଅବସ୍ଥା ବା ଛିଡା ହୋଇଥିବା ଫୋଟ, ମୂର୍ତ୍ତି ଆଦି ରଖନ୍ତୁ ନାହିଁ । ନିଜର ଶୋଇବା ଘରେ ଠାକୁର ଘର ବନାନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ ।

ଯଦି ଏହା ସମ୍ଭବ ହେଉନଥାଏ । ତେବେ ଠାକୁର ଘର ସାମ୍ନାରେ ଏକ ନାଲି ରଙ୍ଗର ପରଦା ରଖନ୍ତୁ । ରାତିରେ ଠାକୁର ଘରର ପରଦା ଢାଙ୍କିକି ଶୁଅନ୍ତୁ । ତେବେ ଠାକୁର ଘରେ କେଉଁ କେଉଁ ସାମଗ୍ରୀ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ,ଚାଲନ୍ତୁ ଜାଣିବା । ଠାକୁର ଘରେ ଗଙ୍ଗା ଜଳକୁ ଏକ ତମ୍ବା ପାତ୍ରରେ ଭରିକି ରଖିବାକୁ ବହୁ ଶୁଭ ମନାଯାଇଥାଏ ।

ଦିତୀୟରେ ପୂଜା ଘରେ ଶଙ୍ଖ ଓ ତୃତୀୟରେ ଘଣ୍ଟି ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ । ଠାକୁର ଘରେ ଇଶ୍ଵରଙ୍କ ସାମ୍ନାର ଡାହାଣ ପାଖରେ ତମ୍ବା ପାତ୍ରରେ ଏକ କଳସରେ ଜଳ ଭର୍ତ୍ତି ରଖିବା ମଧ୍ୟ ଶୁଭ ହୋଇଥାଏ । ତେବେ ପ୍ରତ୍ଯେକଙ୍କ ଠାକୁର ଘରେ ଏହି ସମସ୍ତ ନିୟମ ମାନିବା ସହ ଏହି ୪ ଟି ଜିନିଷ ଅବଶ୍ୟ ରଖନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।