ଠାକୁର ପୂଜା କରାଯାଇଥିବା ଫୁଲକୁ ଘରେ ରଖୁଛନ୍ତି କି ? ହୋଇଥାଏ ଏହିସବୁ ଅନିଷ୍ଟ ! ଘରେ ସୁଖଶାନ୍ତି ବୃଦ୍ଧି କରିବାର ବଛା ବଛା ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ଆଧ୍ୟାତ୍ମିକ ପଥକୁ ଅନୁସରଣ କରିବା ଉଚିତ । ଯାହା ଦ୍ଵାରା ଘର ତଥା ପରିବାରର ମଙ୍ଗଳ ହୋଇଥାଏ । ସେହିପରି ବହୁ ଗୁଡିଏ ଆଧ୍ୟାତ୍ମିକ ଭରା କଥାମାନ ରହିଛି । ଯାହାକୁ ଜାଣିବା ଓ ତାହାକୁ ନିଜ କାର୍ଯ୍ୟରେ ପ୍ରୟୋଗ କରିବା ଦ୍ଵାରା ବ୍ୟକ୍ତିର ଜୀବନ ସୁଖମୟ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆଧ୍ୟାତ୍ମିକ ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରିନେବା ।

ଘରେ ଝାଡୁକୁ କେବେ ଠିଆ କରି ରଖନ୍ତୁ ନାହିଁ । ଏବଂ ଝାଡୁରେ କେବେ ମଧ୍ୟ ଗୋଡ ମାରନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ବାସ୍ତୁବିଦ୍ୟା ଅନୁସାରେ ଶୋଇବା ଘରେ କେବେ ଆଇନା ରଖନ୍ତୁ ନାହିଁ । ଯଦି ରଖିବାକୁ ପଡୁଥାଏ । ତେବେ କପଡା ଘୋଡାଇ ରଖିବା ଉଚିତ । ଘରର ଶୋଇବା ଖଟ ଉପରେ କେବେ ବସିକି ଖାଆନ୍ତୁ ନାହିଁ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ । ଏବଂ ଦରିଦ୍ରତା ବୃଦ୍ଧି ହୁଏ ।

ଘରେ ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ ଟା ରୁ ୮ ଟା ମଧ୍ୟରେ କରନ୍ତୁ । ଏହା ସହିତ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁକରି ପୂଜା କରିବା ଉଚିତ । ଘରେ ସବୁବେଳେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ । ଏହା ଘର ପାଇଁ ମଙ୍ଗଳ ହୋଇଥାଏ । ଘରେ ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ ।

ଘରେ ସବୁବେଳେ ସୁଖଶାନ୍ତିର ପରିବେଶ ରଖିବାକୁ ଚାହୁଁଥିଲେ । ମୁଖ୍ୟଦ୍ଵାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଆଂକିବା ଉଚିତ । ଘରେ ଯଦି ଔଷଧ ରଖିଥାନ୍ତି । ତେବେ ଏହା ଉତ୍ତରପୂର୍ବ କୋଣରେ ରଖିବା ଉଚିତ । ଯାହା ଦ୍ଵାରା ଔଷଧର ପ୍ରଭାବ ଭଲ ରହିଥାଏ । ଘରର ଦକ୍ଷିଣପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ । ଯାହା ଦ୍ଵାରା ବ୍ୟର୍ଥ ଖର୍ଚ କମ୍ ହୋଇଥାଏ ।

ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ । କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ ।ଏହା ଦ୍ଵାରା ଅଶାନ୍ତି ବୃଦ୍ଧି ହୋଇଥାଏ । ଘରେ କେବେବି ଶୁଖି ଯାଇଥିବା ଗଛ ରଖିବା ଉଚିତ ନୁହେଁ । ଏବଂ ଲଗାଯାଇଥିବା ଗଛରେ ସବୁଦିନ ପାଣି ଦେବା ଉଚିତ । ଘରେ କେବେବି ଠାକୁରଙ୍କ ପୂଜା କରାଯାଇଥିବା ଫୁଲ ରଖନ୍ତୁ ନାହିଁ ।

ଏହାକୁ ନଦୀ ଜଳରେ ପ୍ରବାହିତ କରିବା ଉଚିତ । ଏହା ଦ୍ଵାରା ମଙ୍ଗଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ