ଭୁଲରେ ବି ଖାଆନ୍ତୁ ନାହିଁ ଏହି 5 ଖାଦ୍ଯ, ଶରୀର ପାଇଁ ହୋଇଥାଏ ବିଷ ସଦୃଶ, ନିଶ୍ଚୟ ଜାଣି ରଖନ୍ତୁ

ମଣିଷ ଜୀବନରେ ଖାଦ୍ୟର ପ୍ରମୁଖ ଭୂମିକା ରହିଛି । ଖାଦ୍ୟ ଆମ ଶରୀରର ଆବଶ୍ୟକତାକୁ ପୂରଣ କରି ଆମକୁ ଶକ୍ତି ପ୍ରଦାନ କରିଥାଏ । ଆଧୁନିକ ସମାଜରେ ଖାଦ୍ୟକୁ ଶୀଘ୍ର ତିଆରି କରିବା ପାଇଁ ରସାୟନ ପଦ୍ଧତିର ବ୍ୟବହାର କରାଯାଉଛି । ଯାହା ଫଳରେ କିଛି ଗୁଡାଏ ଖାଦ୍ୟ ଆମ ପାଇଁ କ୍ଷତିକାରଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଡାକ୍ତର ସାଲିମ ଜେଦୀଙ୍କ କହିବାନୁଯାୟୀ, ଏଭଳି କିଛି ଖାଦ୍ୟ ଓ ଫଳ ସମ୍ବନ୍ଧରେ କହିବୁ ଯାହା ଠାରୁ ଆପଣ ଦୂରେଇ ରହିବା ଉଚିତ ।

କାରଣ ସେହି ସବୁ ଖାଦ୍ୟକୁ ଖାଇବା ହେତୁ ଆପଣ ନିଜ ଜୀବନକୁ ମରଣ ମୁଖରେ ପକେଇଥାନ୍ତି । ଆସନ୍ତୁ ଜାଣିବା ସେହି ପାଞ୍ଚୋଟି କ୍ଷତିକାରକ ଖାଦ୍ଯ ସମ୍ବନ୍ଧରେ ଅଧିକ । 1- ଆଳୁ ଦୁଇ ପ୍ରକାରର ଥାଏ ଧଳା ଏବଂ ସବୁଜ ରଙ୍ଗର ଆଳୁ । ସବୁଜ ଆଳୁରେ କ୍ଲାରୋପ୍ଜିଲ୍ ଓ ସୋଲାନାନ୍ସ ପ୍ରଚୁର ମାତ୍ରା ଥାଏ । ସୋଲାନାନ୍ସ ଶରୀର ପାଇଁ କ୍ଷତିକାରଣ ହୋଇଥାଏ । ଯଦି ଆପଣ ତାହାକୁ ଅଧିକ ମାତ୍ରାରେ ଖାଇଥାନ୍ତି ତେବେ ଆପଣଙ୍କ ଶରୀରରେ ମୁଣ୍ଡବାଧା, ବାନ୍ତି, ପାରାଲାଇସ ଆଉ କିଛି କ୍ଷେତ୍ରରେ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।

ତେଣୁ ସବୁଜ ଥିବା ଆଳୁକୁ ଫୋପାଡି ଦେବା ଉଚିତ୍ ହୋଇଥାଏ । 2- ନଟମେଗ୍, ଏହାକୁ ଗରମ ମସଲା ଆଦିରେ ପକାଯାଇଥାଏ । ଏଥିରେ ବିଶେଷ ଧାରଣର ପୋଷକତତ୍ତ୍ଵ ଥାଏ, ଯାହା ଶରୀର ଭିତରକୁ ଯାଇ ଖଣ୍ଡିତ ହୋଇଥାଏ । ଯାହା ଫଳରେ କି ଶରୀରର ଶିରାପ୍ରଶିରା ସିଷ୍ଟମରେ ବାଧା ସୃଷ୍ଟି କରିଥାଏ । ଏହା ଶରୀର ପାଇଁ ବିଷ ହୋଇଥାଏ ତେଣୁ ତାହାକୁ କଦାପି ଖାଆନ୍ତୁ ନାହିଁ ।

3- ପିତା ବାଦାମ (Bitter Almond), ବଜାରରେ ଦୁଇ ପ୍ରକାରର ବାଦାମ ଥାଏ ମିଠା ଓ ପିତା । ପିତା ବାଦାମରେ ହାଇଡ୍ରୋଜେନ ସିଆନାଇଟ ଥାଏ । ଯାହାକୁ ବିଶ୍ଵର ସବୁ ଠାରୁ କ୍ଷତିସାଧନ କରୁଥିବା ବିଷ ନାମରେ ପ୍ରଖ୍ୟାତ । ଏହାର ସେବନ ଆମକୁ ମୃତ୍ୟୁମୁଖ ନେଇ ଯାଇଥାଏ ଯାହାକି ପିତା ବାଦାମରେ ଥାଏ । ଆପଣ ପିତା ବାଦାମର ସେବନ କରିବା କଥା ନୁହେଁ ।

4- ଲାଲ ରଙ୍ଗ ର ରାଜମା ଖାଇବା ଅନୁଚିତ୍ ହୋଇଥାଏ । କାରଣ ଏଥିରେ ଲାକଟିନ୍ ଥାଏ । ଆପଣ ଯଦି ରାଜମାକୁ ଭଲ ଭାବରେ ରାନ୍ଧନ୍ତି ତେବେ ତାହା ନଷ୍ଟ ହୋଇଥାଏ । ମାତ୍ର କୋଣସି କାରଣବଶତଃ କଞ୍ଚା ଖାଇଥାଉ ତେବେ ଏଥିରେ ଥିବା ଲାକଟିନ ଶରୀରକୁ ଯାଇ ବିଭିନ୍ନ ଲକ୍ଷଣ ସୃଷ୍ଟି କରିଥାଏ ।

ତେଣୁ ରାଜମାକୁ ରାନ୍ଧିବା ପୂର୍ବରୁ କିଛି ସମୟ ପାଇଁ ପାଣି ବତୁରାଇବା ପରେ ରାନ୍ଧିବା ଉଚିତ୍ ହୋଇଥାଏ । 5- ଆପଣ ବ୍ରାଉନ ରାଇସ୍ ରୁ ମଧ୍ୟ ଦୂରରେ ରୁହନ୍ତୁ । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ । କାରଣ ଶରୀର ପାଇଁ ଏହା ଭଲ ହୋଇଥାଏ, ମାତ୍ର ସଠିକ ଉପାୟରେ ନ ଖାଇଲେ ତାହା ଆପଣଙ୍କ ପାଇଁ କ୍ଷତିକାରଣ ହୋଇଯାଏ ।

ବ୍ରାଉନ ରାଇସ୍ ରେ ଆରସେନିକ ର ମାତ୍ରା ଅଧିକ ଥାଏ ଯାହା ଶରୀରରେ କ୍ୟାନ୍ସର ସୃଷ୍ଟି କରିଥାଏ । ଏହି 5 ଟି ଖାଦ୍ୟରୁ ଦୂରରେ ରହିବା ଆପଣଙ୍କ ଶରୀର ପାଇଁ ଉତ୍ତମ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।