Thyroid ରୋଗୀ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ଯ, ହୋଇଥାଏ ବିଷ ସମାନ ! (Health Tips)

କହିବାକୁ ଗଲେ ଥାଇରଏଡ ଦୁଇ ପ୍ରକାରର ହୋଇଥାଏ । ଯେମିତି କି ହାଇପୋ – ଥାଇରଏଡିଜମ ଓ ହାଇପର ଥାଇରଏଡିଜମ । ଶରୀରରେ ଯେତେବେଳେ ଥାଇରଏଡ ଗଣ୍ଠି ଦୁର୍ବଳ ହୋଇଯାଏ ସେହି ସମୟରେ ହାଇପୋ – ଥାଇରଏଡିଜମ ସମସ୍ୟା ସାମ୍ନାକୁ ଆସିଥାଏ । ଆପଣ ଧୀରେ ଧୀରେ ମୋଟା ହେବାକୁ ଲାଗନ୍ତି । ଏହିଭଳି ସ୍ଥିତିରେ ଆପଣ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆମେ ଆପଣଙ୍କୁ କହିବୁ କି ଯଦି କାହାକୁ ଥାଇରଏଡ ହୋଇଛି ତେବେ ସେ କେଉଁ ସବୁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ।

କହିଦେଉଛୁ କି ସୋୟାବିନ ଥାଇରଏଡର ସବୁଠୁ ବଡ ଶତ୍ରୁ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସବୁଦିନ ସୋୟାବିନ ଖାଇବେ ତେବେ ତାଙ୍କ ଶରୀରରେ ଥାଇରଏଡ ହରମନର ଅଭାବ ଦେଖାଯାଏ । ଯେଉଁମାନଙ୍କର ହାଇପୋ ଥାଇରଏଡର ସମସ୍ୟା ଅଛି ସେମାନେ ସୋୟାବିନ ଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟ ରାନ୍ଧିବା ସମୟରେ ସୋରିଷ ତେଲ କିମ୍ବା ନଡିଆ ତେଲର ଉପଯୋଗ କରନ୍ତୁ । ସୋୟା ସସ ଓ ସୋୟା ପନିର ଠାରୁ ବି ନିଜକୁ ଦୂର ରଖନ୍ତୁ ।

ଗ୍ଳୁଟିନ ଯୁକ୍ତ ଖାଦ୍ୟ ଠାରୁ ଥାଇରଏଡ ରୋଗୀ ଦୂରେଇ ରୁହନ୍ତୁ । ମଇଦାରୁ ତିଆରି ଖାଦ୍ୟ ଯେମିତି କି ପାଉଁରୁଟି, କେକ ଇତ୍ୟାଦିରେ ପ୍ରଚୁର ପରିମାଣରେ ଗ୍ଳୁଟିନ ଥାଏ । ଯେତେବେଳେ ଆମେ ମଇଦା ଯୁକ୍ତ ଖାଦ୍ୟ ଖାଇଥାଉ ତେବେ ଏହାକୁ ହଜମ କରିବାରେ ସମୟ ଲାଗେ । ସେଥିପାଇଁ ଆମେ ଖାଉଥିବା ଖାଦ୍ୟର ପୋଷାକ ତତ୍ଵ ଶରୀର ଭିତରକୁ ସଠିକ ମାତ୍ରାରେ ଯାଏ ନାହିଁ । ଶରୀରରେ ପୋଷାକ ତତ୍ଵର ଅଭାବ ଦେଖାଯାଏ ।

ଥାଇରଏଡ ରୋଗୀ ଫୁଲକୋବି, ବନ୍ଧାକୋବି, ବ୍ରୋକଲି, ସୋରିଷ ଭଳି ପନିପରିବା ଠାରୁ ଦୂରେଇ ରୁହନ୍ତୁ । ଯେଉଁ ଲୋକମାନଙ୍କୁ ଆୟୋଡିନ ଅଭାବରେ ଥାଇରଏଡ ରୋଗ ହୋଇଛି ସେମାନେ ଏହିଭଳି ପରିବା ଠାରୁ ଦୂରେଇ ରୁହନ୍ତୁ । ଥାଇରଏଡ ରୋଗୀମାନଙ୍କ ପାଇଁ ଚିନି ବହୁତ ହାନିକାର ହୋଇଥାଏ । କାରଣ ଥାଇରଏଡ ହେଲେ ଶରୀରରେ ମେଟାବୋଲିଜମ ଶ୍ଳୋ ହୋଇଯାଏ ଓ ଶରୀରର ଓଜନ ବଢିବାରେ ଲାଗେ । ଏହିଭଳି ସ୍ଥିତିରେ ଚିନି ସେବନ କରନ୍ତୁ ନାହିଁ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଚିନି ଏକ ମାତ୍ର ଖାଦ୍ୟ ଅଟେ ଯାହାକୁ ସେବନ କରିଲେ ଶରୀରକୁ କୌଣସି ବି ପ୍ରକାରର ପୋଷାକ ତତ୍ଵ ମିଳି ନ ଥାଏ । ଯଦି ଆପଣଙ୍କୁ ଥାଇରଏଡ ଅଛି ତେବେ ଚିନି ଓ ଚିନି ଦ୍ଵାରା ତିଆରି ଖାଦ୍ୟ ଅଳ୍ପ ମାତ୍ରାରେ ସେବନ କରନ୍ତୁ । ଥାଇରଏଡ ରୋଗରେ ଯଦି ପୀଡିତ ଅଛନ୍ତି ତେବେ ଜଙ୍କ ଫୁଡ ଠାରୁ ସବୁଦିନ ପାଇଁ ଦୂରେଇ ଯାଆନ୍ତୁ । ଯେମିତି କି ତେଲ ଦ୍ଵାରା ତିଆରି ଖାଦ୍ୟ, ମଇଦା ଦ୍ଵାରା ତିଆରି ଖାଦ୍ୟ, ପ୍ୟାକେଟରେ ଥିବା ଖାଦ୍ୟ ଖାଇଲେ ମୋଟାପା ବଢିଥାଏ ।

ମୋଟା ହେଲେ ଶରୀରରେ ଥାଇରଏଡ ହରମନର ଅଭାବ ଦେଖାଯାଏ । ଯଦି ଆପଣ ଥାଇରଏଡ ପାଇଁ ଔଷଧ ସେବନ କରୁଛନ୍ତି ତେବେ ଚା ଓ କଫି ଠାରୁ ଦୂରେଇ ରୁହନ୍ତୁ । କାରଣ ଏହା ଔଷଧର ପ୍ରଭାବକୁ କମ କରିଥାଏ । କିନ୍ତୁ ଯଦି ଆପଣଙ୍କର ଅଭ୍ୟାସ ଅଛି ତେବେ ଚା ଓ କଫି ବିନା ଚିନିରେ ସେବନ କରନ୍ତୁ । ଔଷଧ ଖାଇବାର ୧ ଘଣ୍ଟା ପୂର୍ବରୁ କିମ୍ବା ପରେ ଚା କିମ୍ବା କଫି ଖାଆନ୍ତୁ ।