ଗର୍ଭାବସ୍ଥାରେ କେମିତି ନେବେ ନିଜର ଯତ୍ନ ? ଜାଣନ୍ତୁ କଣ ଖାଇବେ ଓ କଣ ଖାଇବେ ନାହିଁ ? Dr Chinmayee Kar

ଯେତେବେଳେ କୌଣସି ମହିଳା ଗର୍ଭ ଧାରଣ କରିଥାଏ ତେବେ କେବଳ ସେ ଖୁସି ହୁଏ ନାହିଁ ତାର ପୁରା ପରିବାର ଖୁସି ହୋଇଥାନ୍ତି । ପ୍ରଥମ କଥା ହେଉଛି କି ଆପଣ ଗର୍ଭବତ୍ତୀ ହେଲେ ବୋଲି ଜାଣିବେ କେମିତି, ଏହାର କିଛି ଲକ୍ଷଣ ଅଛି । ଯେମିତି ଆପଣଙ୍କର ପିରିୟଡ ମିସ ହେବ । ଏହା ପରେ ଆପଣ ନିଜର ଟେସ୍ଟ କରି ପାରିବେ । କିନ୍ତୁ ସବୁଠୁ ବଡ କଥା ହେଉଛି ଯଦି ଆପଣ ଗର୍ଭବତ୍ତୀ ହେଲେ ବୋଲି ଜାଣିଲେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପ୍ରାୟତଃ ଲୋକମାନେ ଏହିଭଳି କରି ନ ଥାନ୍ତି କିନ୍ତୁ ଏହା ସମ୍ପୂର୍ଣ ରୂପରେ ଭୁଲ ଅଟେ । ଏହା ପଛରେ ବହୁତ କାରଣ ଅଛି ଓ ବେଳେ ବେଳେ ମା ପେଟରେ କିଛି ଅସୁବିଧା ବି ଥାଏ । ଯାହାକୁ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଠିକ କରି ପାରିବେ । ଗର୍ଭବତ୍ତୀ ହେଲେ ବୋଲି ଜାଣିବା ଦିନ ଠାରୁ ହିଁ ଡାକ୍ତରଙ୍କ ପରାମର୍ଶରେ ରୁହନ୍ତୁ । ଏହା ଉଭୟ ମା ଓ ଶିଶୁ ପାଇଁ ବହୁତ ହିଁ ଲାଭଦାୟକ ହୋଇଅଥାଏ ।

ନଚେତ କିଛି ବି ହୋଇପାରେ । ଗର୍ଭବତ୍ତୀକୁ ୩ ଭାଗରେ ବିଭକ୍ତ କରା ଯାଇଛି । ତିନି ମାସ କରି ତିନି ଭାଗରେ ଥାଏ । ପ୍ରଥମ ତିନି ମାସରେ ଛୁଆର ସବୁ ଅଙ୍ଗ ଗୁଡିକ ବଢିଥାଏ । ସେଥିପାଇଁ ଏହି ସମୟରେ ଆପଣ ଭୁଲ ବ୍ୟାୟମ କରନ୍ତୁ ନାହିଁ, କିଛି ବି ଔଷଧ ସେବନ କରନ୍ତୁ ନାହିଁ । ଏହି ସମୟରେ ଆପଣ ସବୁ ପ୍ରକାରର ଟେସ୍ଟ କରନ୍ତୁ ।

ଆପଣ କେବେ ବି ଗୋଟିଏ ସମୟରେ ଅଧିକ ଖାଇବେ ନାହିଁ । ଖାଲି ପେଟରେ ପାଣି ପିଇବେ ନାହିଁ । ଅଳ୍ପ ଅଳ୍ପ ଖାଇବେ କିନ୍ତୁ ଅଧିକ ଥର ଖାଇବେ । ଧ୍ୟାନ ଦେବେ କି ଖାଇବାର କିଛି ସମୟ ପରେ ପାଣି ପାଇବେ ଓ ଗର୍ଭବତ୍ତୀ ଥିବା ସମୟରେ ଅଧିକ ପାଣି ପିଇବେ । ପ୍ରଥମ ତିନି ମାସ ମଧ୍ୟରେ ଖାଇବା, ପାଣି ଓ ବିଶ୍ରାମ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ୩ ରୁ ୬ ମାସ ମଧ୍ୟରେ ୟୁରିନ ଇନଫେକସନ ହୋଇପାରେ, ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଠିକ କରି ପାରିବେ ।

ଏହି ସମୟରେ ବେଳେ ବେଳେ ରାତିରେ ନିଦ ଆସିବ ନାହିଁ ଓ ଅନ୍ୟ କିଛି ସମସ୍ୟା ବି ଆସିଥାଏ । ଯାହାକି ଡାକ୍ତରଙ୍କ ସହ ପରାମର୍ଶ କରିଲେ ସେ ଆପଣଙ୍କୁ ଏଥିପାଇଁ କିଛି ମେଡ଼ିସିନ ଦେଇ ଏହାକୁ କମ କରି ପାରିବେ । କିନ୍ତୁ ୭ ମାସ ପରେ ମା ର ବହୁତ ଯତ୍ନ ନେବାକୁ ପଡିଥାଏ । ଏହି ସମୟରେ ଝାଡା ବେଳେ ଅସୁବିଧା ହୋଇଥାଏ । ଯାହାକୁ କି ଆପଣ କିଛି ମେଡିସନ ଖାଇ ଭଲ କରି ପାରିବେ ।

ଯଦି ଆପଣଙ୍କ ପେଟରେ କିଛି ନାଲି ନାଲି ଦାଗ ଦେଖା ଯାଉଛି ତେବେ ଆପଣ ୫ ମାସ ଥିବା ସମୟରେ ପେଟରେ ନଡିଆ ତେଲ ମାଲିସ କରିବେ ତେବେ ଏହି ଦାଗ ଆଉ ଆସିବ ନାହିଁ । ଯଦି ବି ଏହି ଦାଗ ଆସୁଛି ତେବେ ଭୟଭୀତ ହେବାର କୌଣସି କଥା ନାହିଁ ।