Whatsapp ଆଣିଲା ନୂଆ ଫିଚର ! ଏଥର ଗ୍ରୁପ ଆଡମିନ ହେବେ ଅଧିକ ପାୱାରଫୁଲ, ଦେଖନ୍ତୁ କ’ଣ ସବୁ ନୂଆ ଅପଡେଟ ଆଣିବାକୁ ଯାଉଛି ହ୍ଵାଟ୍ସଆପ୍

ସାରା ବିଶ୍ବରେ ହ୍ଵାଟ୍ସଆପ୍ ବହୁଳ ଭାବେ ବ୍ୟବହାର ହେଉଛି । ଇନଷ୍ଟାଣ୍ଟ ମେସେଜିଂ ଆପ୍ ଗୁଡିକ ମଧ୍ୟରେ ହ୍ଵାଟ୍ସଆପ୍ ସବୁଠାରୁ ଅଧିକ ଲୋକପ୍ରିୟ ଅଟେ । ମେସେଜ କରିବା ସହ ଏଥିରେ ଆହୁରି ଅନେକ ଫିଚର୍ସ ମଧ୍ୟ ରହିଛି ଯାହା ବ୍ୟବହାରକାରୀ ଅତି ସହଜରେ ବ୍ୟବହାର କରିପାରୁଛି । ତେବେ ଏଥିରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ କମ୍ପାନୀ ଏମିତି ଏକ ଅପଡେଟ ଉପରେ କାମ କରୁଛି ଯେଉଁଥିରେ ଗ୍ରୁପ ଆଡମିନ ଗ୍ରୁପର ଯେକୌଣସି ମେସେଜକୁ ଡିଲେଟ କରିପାରିବେ ।

ଏହି ଫିଚର ଆସିବା ପରେ ଗ୍ରୁପ ଆଡମିନ ଯେଉଁ ମେସେଜକୁ ଚାହିଁବ ସେହି ମେସେଜକୁ ରଖିବ ନଚେତ ଡିଲେଟ କରିପାରିବ । ଏହି ଫିଚରକୁ ନେଇ ଏବେଠୁ ପରୀକ୍ଷା ଆରମ୍ଭ ହୋଇ ସାରିଲାଣି । ଖୁବ ଶୀଘ୍ର ଏହା ସମସ୍ତ ଉପଭୋକ୍ତାଙ୍କ ପାଖେ ଉପଲବ୍ଧ ହେବ । ସୂଚନା ଅନୁସାରେ କମ୍ପାନୀ ପକ୍ଷରୁ ଏହି ଫିଚର ପାଇଁ ବିଟା ଭର୍ସନ 2.22.1.1 ଅପଡେଟ ଜାରି କରିଛି । ଯାହାଦ୍ୱାରା ଗ୍ରୁପ ଆଡମିନ ଥିବା ବ୍ୟକ୍ତିଙ୍କୁ ଗ୍ରୁପର ଅନ୍ୟ ସଦସ୍ୟଙ୍କ ଦ୍ଵାରା କରା ଯାଇଥିବା ମେସେଜକୁ ଡିଲେଟ କରିବାର ଅନୁମତି ମିଳିଥାଏ ।

ଗ୍ରୁପର ସବୁ ଆଡମିନଙ୍କ ପାଖରେ ଏହି ସୁବିଧା ଉପଲବ୍ଧ ହେବ । ମେସେଜ ଡିଲେଟ ହେବା ପରେ ସ୍କ୍ରିନରେ ନୋଟିଫିକେସନ ରହିବ । ଯେତେବେଳେ ଗ୍ରୁପ ଆଡମିନ କୌଣସି ମେସେଜ ଡିଲେଟ କରିବ ସେତେବେଳେ ହ୍ଵାଟ୍ସଆପ୍ ଗ୍ରୁପ ସ୍କ୍ରିନରେ ଏକ ଇଣ୍ଡିକେଟର ରହିବ । ଯେଉଁଥିରେ ଲେଖାଥିବ ଏହାକୁ ଜଣେ ଆଡମିନ ଡିଲେଟ କରିଛନ୍ତି । ଏହାଦ୍ବାରା ଗ୍ରୁପର ଅନ୍ୟ ସଦସ୍ୟମାନେ ଜାଣିପାରିବେ କି କିଏ ଏହି ମେସେଜକୁ ଡିଲେଟ କରିଛନ୍ତି ।

ଅନ୍ୟପଟେ କମ୍ପାନୀ ପକ୍ଷରୁ ମଧ୍ୟ ଏହି ମେସେଜ ଡିଲେଟ ପ୍ରୋସେସକୁ ମଧ୍ୟ ଅପଡେଟ କରାଯାଉଛି । ଏହି ଫିଚର ଆସିବା ପରେ ହ୍ଵାଟ୍ସଆପ୍ ଗ୍ରୁପ ଆଡମିନଙ୍କ ପାଖେ ଅଧିକ କ୍ଷମତା ରହିବ । କ୍ଷମତାଶାଳୀ ଗ୍ରୁପ ଆଡମିନ ଚାହିଁଲେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ମେସେଜ ସହଜରେ ଡିଲେଟ ହୋଇପାରିବ । ଯାହାର ଲାଭ ଅନେକ ଗ୍ରୁପ ଆଡମିନ ଉଠାଇ ପାରିବେ ଓ ନିଜ ଗ୍ରୁପକୁ ଭଲ ଭାବେ ସମ୍ଭାଳି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।