ଠାକୁର ଘରେ ପୂଜା କରିବା ପରେ ଯେଉଁ ମହିଳାମାନେ ଡିଆସିଲି କୁ ରଖିଥାନ୍ତି । ସେମାନେ ଏହାକୁ ନିଶ୍ଚୟ ଦେଖନ୍ତି

ଶାସ୍ତ୍ର ପୁରାଣରେ ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ଅନେକ ବିଷୟକୁ ଉଲ୍ଲେଖ କରିରଖାଯାଇଛି । ମଣିଷ ତା ଜୀବନରେ କୋଣସି କାର୍ଯ୍ୟ ବା ଘର ନିର୍ମାଣ କରୁଥିବା ସମୟରେ ଏସବୁ ବିଷୟରେ ମନୋଯୋଗୀ ହେବ ଉଚିତ୍ । ସମସ୍ତେ ନିଜର ଘର ତିଆରି କରିଥାନ୍ତି କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ଦିଶାରେ ନିର୍ମାଣ ହେବା କଥା ତାହା ଜାଣିନଥାନ୍ତି । ଯେଉଁଥି ପାଇଁ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଘରେ ପୂଜା ଘର ରହିବା ନିହାତି ଜରୁରୀ ଅଟେ ।

କାରଣ ଇଶ୍ଵରଙ୍କ ବିନା ଘର ପ୍ରେତଆତ୍ମାର ନିବାସ ସ୍ଥାନ ପାଲଟିଯାଇଥାଏ । ତେଣୁ ଘରେ ଠାକୁର ପୂଜା କରିବା ପାଇଁ ନିଦିଷ୍ଟ ଗୃହ ନିର୍ମାଣ କରିବା ଉଚିତ୍ । ପୂଜା ଘରେ ଇଶ୍ଵରଙ୍କ ମୂର୍ତ୍ତି ରହିଥାଏ ଘରେ ରହିଥିବା ସଦସ୍ୟଙ୍କ ଇଚ୍ଛା ମୁତାବକ ଆମେ ଭିନ୍ନ ଭିନ୍ନ ଇଶ୍ଵରଙ୍କୁ ଏକାଠି ଏକ ସ୍ଥାନରେ ରଖି ପୂଜା କରୁ । ମାତ୍ର ଆପଣ ପୂଜା ଘରେ ସୀମିତ ଅନୁସାରେ ମୂର୍ତ୍ତି ରଖିବା ଉଚିତ୍ ।

ଅନେକ ସମୟରେ ଆମେ ସବୁ ଭଗବାନଙ୍କର ପୂଜା ଗୋଟିଏ ପଦ୍ଧତି ରେ କରିଥାଉ । ମାତ୍ର ତାହା ଅଶୁଭ ଓ ଆପଣଙ୍କ ପାଇଁ ଅନୁଚିତ୍ ହୋଇପାରେ  । ତେଣୁ ମୁଁ ଆଜି ଆପଣଙ୍କୁ ପୂଜା ଘର ସମ୍ବନ୍ଧୀୟ ଅଜଣା କଥା କହିବି  । ଶାସ୍ତ୍ର ଅନୁସାରେ ପୂଜା ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ୍ । ଚପଲ ପିନ୍ଧି କେବେବି ପୂଜା ଘରେ ପଶିବେ ନାହିଁ ଏହା ଅଶୁଭ ହୋଇଥାଏ । ଆପଣଙ୍କ ପୂଜା ଘର ଦକ୍ଷିଣ ଦିଗକୁ ହୋଇକି ରହିବା ଅଶୁଭ ହୋଇଥାଏ । କାରଣ ଦକ୍ଷିଣ ଦିଗ ଯମରାଜଙ୍କ ଦିଗ ହୋଇଥାଏ ତେଣୁ ଘରେ ଅକାଳ ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ । ପୂଜା ଘରେ ନୃତ୍ୟ କରୁଥିବା ଗଣେଶଙ୍କ ମୂର୍ତ୍ତି ରଖିବେ ନାହିଁ ।

ଏହା ଛଡା ନାଚୁଥିବା ଶିବଭଗବାନ ଓ କ୍ରୋଧିତ ମାତାଙ୍କ ମୂର୍ତ୍ତି ରଖିବା ଘର ପାଇଁ ଅଶୁଭ ହୋଇଥାଏ । ପୂଜା ଘରେ ଭୁଲରେ ଜୀବିତ ବ୍ୟକ୍ତିଙ୍କ ଫଟୋ କୁ ରଖନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ପୂଜା ଘରେ ଭଗବାନଙ୍କର ଗୋଟିଏ ରୁ ଅଧିକ ମୂର୍ତ୍ତି ରଖିବା ଅଶୁଭ ମାନା ଯାଇଥାଏ । ପୂଜା ଘରେ ଶନିଦେବଙ୍କ ମୂର୍ତ୍ତି ରଖିବା ନିଷେଧ ହୋଇଥାଏ ତେଣୁ ଏହା କରିବେ ନାହିଁ। ପୂଜା ଘରେ ଏହି ପାଞ୍ଚଟି ଭଗବାନଙ୍କ ମୂର୍ତ୍ତି ନିଶ୍ଚୟ ରଖନ୍ତୁ ପ୍ରଥମ ସୂର୍ଯ୍ୟଦେବଙ୍କ ,ଭଗବାନ ବିଷ୍ଣୁ , ମାତା ପାର୍ବତୀ ,ଗଣେଶ ଓ ଭଗବାନ ଶିବଙ୍କ ମୂର୍ତ୍ତି ନିଶ୍ଚୟ ଲଗାଇବେ ।

ଧାତୁ ନିର୍ମିତ ଭଗବାନଙ୍କ ମୂର୍ତ୍ତି ରଖିବା ଶୁଭ ଓ ଶୌଚ ପାଇଁ ସୁବିଧାଦାୟକ ହୋଇଥାଏ । ପୂଜା ଘରେ ଡିଆସିଲି ର ବ୍ୟବହାର କରିବା ପରେ ଡିଆସିଲିକୁ କପଡାରେ ଗୁଡାଇ ରଖନ୍ତୁ । କାରଣ ଡିଆସିଲିକୁ ଦୃଶ୍ୟ ଭାବରେ ରଖିବା ଅନୁଚିତ୍ ଓ ଅଶୁଭ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।