ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ କିଛି ସଂକେତ , ଯାହା ଜୀବନକୁ ପରିବର୍ତ୍ତନ କରିଥାଏ ! ଶ୍ରୀକୃଷ୍ଣଙ୍କ ସାଧୁବାଣୀ ॥

ବ୍ୟକ୍ତି ଜୀବନରେ ଭଲ ସମୟ ଆସିବା ପୂର୍ବରୁ ଭଗବାନ ତାଙ୍କୁ କେତେକ ସଂକେତମାନ ଦେଇଥାନ୍ତି । କେତେକ ଲୋକେ ତାହାକୁ ବୁଝିପାରିନଥାନ୍ତି । ମଣିଷ ଧନ ପାଇବା ପାଇଁ ଅକ୍ଲାନ୍ତ ଚେଷ୍ଟା କରିଥାଏ କିନ୍ତୁ ଜୀବନରେ ଧନ ପ୍ରାପ୍ତ କରିନଥାଏ । କାରଣ ଯେଉଁ ଲୋକମାନଙ୍କ ଘରେ ମାତା ଲକ୍ଷ୍ମୀଙ୍କ ବାସ ନ ଥାଏ । ସେହିଘରକୁ ଧନ ଆସି ମଧ୍ୟ କେଉଁ ନା କେଉଁ ବାଟେ ଚାଲିଯାଇଥାଏ ।

ଯଦି ବ୍ୟକ୍ତି ସଦ୍ ମାର୍ଗରେ ଚାଲେ ତେବେ ନିଶ୍ଚୟ ଭଗବାନ ଭଲ ସମୟ ଓ ସୁଖ ସମବୃଦ୍ଧିକୁ ତା ଜୀବନରେ ଆଣିଥାନ୍ତି । ମାତ୍ର ଲୋକେ ତାହାକୁ ବୁଝିପାରିନଥାନ୍ତି । ଏଣୁ ଆଜି ଆମେ ଆପଣଙ୍କୁ କହିବୁ ଜୀବନ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି କିଛି ସଂକେତ । ଆସନ୍ତୁ ଜାଣିବା ଏହି ସଂକେତ ବିଷୟ ସ୍ପଷ୍ଟ ଭାବରେ । ପ୍ରଥମ ସଂକେତ ଆପଣଙ୍କ ଘରକୁ ଯଦି ହଠାତ କଳା ରଙ୍ଗର ପିମ୍ପୁଡିମାନେ ଆସି ଗୋଲାକାର ହୋଇ ଖାଇବା ଆପଣ ଦେଖନ୍ତି ତେବେ ବୁଝିଯିବେ ।

ଯଥା ଆପଣଙ୍କ ଜୀବନରେ ଭଲ ସମୟ ଆସୁଅଛି ଏବଂ ଆପଣ ଅପର ଧନ ପ୍ରାପ୍ତ କରିବାକୁ ଯାଉଛନ୍ତି । ଘରେ ଯଦି କଳା ରଙ୍ଗର ପିମ୍ପୁଡି ଦେଖାଯାଏ ତେବେ ଭଲ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେଉବାକୁ ଯାଉଛି ,ଏମିତି କିଛି ପରିବର୍ତ୍ତନ ଯାହା ଆପଣଙ୍କ ପରିବାର ପାଇଁ ଶୁଭ ହୋଇଥାଏ । ଏହାର ଅର୍ଥ ଏହା ନୁହେଁ ଯେ ଆପଣ ସ୍ଵୟଂ ପିମ୍ପୁଡି ମାନଙ୍କୁ ଖାଦ୍ୟ ଦେଖାଇ ଆମନ୍ତ୍ରଣ କରିବେ ।

ଦ୍ଵିତୀୟ ସଂକେତ  ଆପଣଙ୍କ ଘରେ ବା ଛାତ ଉପରେ ପକ୍ଷୀମାନେ ବସା ବାନ୍ଧିବାର ଦେଖନ୍ତି । ତେବେ ଏହା ଭଲ ସମୟ ଆସିବା ପୂର୍ବର ସଂକେତ ଦେଇଥାଏ । ଆପଣଙ୍କ ଜୀବନରେ ବହୁତ ଭଲ ଦିନ ଆସିବାକୁ ଯାଉଛି ଯାହା ଆପଣଙ୍କ ଘରକୁ ଖୁସି ଆନନ୍ଦରେ ଭାରି ଦେଇଥାଏ । ମାତ୍ର ଅତ୍ୟାଧୁନିକ ଯୁଗରେ ଏହା କମ୍ ପରିମାଣରେ ଦେଖାଦଉଛି । ତୃତୀୟ ସଂକେତ ଘରେ ଝିଟିପିଟି ଦେଖି ଲୋକେ ଦୌଡି ପଳେଇଯାଇଥାନ୍ତି । ମାତ୍ର ଆମ ଶାସ୍ତ୍ରରେ ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ରୂପ ସ୍ୱରୂପ ମାନା ଯାଇଥାଏ । ଯଦି ଆପଣଙ୍କ ଘରେ ଏହା ଦେଖାଯାଏ ତେବେ ଏହା ଶୁଭ ସଂକେତ ଦେଇଥାଏ ।

ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ଏହାର ଏକ ସଂକେତ ଅଟେ । ବିଶେଷ କରି ଆପଣଙ୍କ ମନ୍ଦିର ଘରେ ଝିଟିପିଟି ଦେଖିବା ଶୋଭାଗ୍ଯର ବିଷୟ ହୋଇଥାଏ । ଚର୍ତୁର୍ଥ ସଂକେତ ସାଧାରଣତଃ ହାତ ଓ ଗୋଡ କୁଣ୍ଡେଇ ହେବାକୁ ଆମେ ଅଣଦେଖା କରିଥାଉ। ମାତ୍ର ଏହା ଜୀବନରେ ହେଉଥିବା ଧନ ଲାଭ ଓ ଭଲ ସମୟ ସମ୍ପର୍କରେ କହିଥାଏ । ପଞ୍ଚମ ସଂକେତ ଘରୁ ବାହାରକୁ ଯିବା ସମୟରେ ଯଦି ଆପଣ ଆଖୁ ଦେଖନ୍ତି ତେବେ ଏହା ଭଲ ସଂକେତ ହୋଇଥାଏ । ଆପଣଙ୍କ ଜୀବନରେ ଧନ ପ୍ରାପ୍ତିର ଯୋଗ ବନିବାକୁ ଯାଉଛି । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରନ୍ତୁ ।