ଟେନସନ ନିଅନ୍ତୁନି, ଏଇ ଉପାୟରେ କରନ୍ତୁ Tatkal Ticket .. ଦେଖନ୍ତୁ କେମିତି କରିବେ

ନମସ୍କାର ବନ୍ଧୁଗଣ । ଆଜିକାଲି ଆମେ ସମସ୍ତେ ଟ୍ରେନରେ ଯାତ୍ରା କରୁଛନ୍ତି । କମ ଖର୍ଚ୍ଚ ସାଙ୍ଗକୁ ଆରାମଦାୟକ ଯାତ୍ରା ବି ଯାତ୍ରୀ ଙ୍କ ପ୍ରଥମ ପସନ୍ଦ ହେଉଛି ଟ୍ରେନ । କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଟ୍ରେନରେ ଟିକେଟ ମିଳେ ନାହି । ଖାସ କରି ପୂଜା ପର୍ବ ର ସମୟ ଥାଏ ତେବେ ରେଲୱେ ଟିକେଟ ମିଳିବା ଭାରି କଷ୍ଟ ହୋଇ ପଡେ । ମାସ ମାସ ପୂର୍ବରୁ ଟିକେଟ କରିବା ପରେ ନାହି ନ ଥିବା ସୁବିଧାର ସାମନା କରନ୍ତି ଯାତ୍ରୀ । ଏମିତିକି ଅନେକ ସମୟରେ ତତ୍କାଳ ଟିକେଟ ରେ ଯାତ୍ରା କରନ୍ତି ଯାତ୍ରୀ । କିନ୍ତୁ ତତ୍କାଳ ଟିକେ ବି ସହଜରେ ମିଳେ ନାହି । ତେବେ ଏହି ଉପାୟ କରିଲେ ସାଙ୍ଗେ ସାଙ୍ଗେ ଇଲିବ ତତ୍କାଳ ଟିକେଟ ।

ଷ୍ଟେସନ ନ ଯାଇ କେମିତି ଆମକୁ ଟିକେଟ ମିଳି ପାରିବ ତାହା ସମସ୍ତେ ଇଚ୍ଛା କରିଥାନ୍ତି । ହେଲେ ଅନେକ ସମୟରେ ଟିକେଟ କରିବା ବେଳେ ଅନେକ ସମସ୍ୟାର ସାମନା କରିବାକୁ ପଡିଥାଏ । ଟିକେ ଡେରି ହୋଇଗଲେ ଏହି ଟିକେଟ ମିଳିବା ଭାରି କଷ୍ଟକର ହୋଇ ପଡେ ।  କିନ୍ତୁ ଜାଣି ରଖନ୍ତୁ IRCTC  ଆପ ରେ ଏମିତି କିଛି ଟୁଲସ ରହିଛି ଯାହା ଦ୍ଵାରା ଆପଣ ସହଜରେ ଟିକେଟ ବୁକ କରି ପାରିବେ । ଆଉ ସମୟ ସରିବା ଆଗରୁ ଆପଣଙ୍କ ଅକହରେ ଟିକେଟ କନଫର୍ମ ମଧ୍ୟ ଥିବ । IRCTC ଆପ ରେ ମାଷ୍ଟର ଲିଷ୍ଟ ତିଆରି କରିବାର ବିକଳ୍ପ ରହିଛି ।

ଏହି ମାଷ୍ଟର ଲିଷ୍ଟ ରେ ଯାତ୍ରୀ ନାମ, ବୟସ ଆଦି ଲେଖାଯାଏ । ତେବେ ଏହି ମାଷ୍ଟର ଲିଷ୍ଟ କିପରି ପ୍ରସ୍ତୁତ କରିବେ ଏବେ ଜାଣି ରଖନ୍ତୁ । ପ୍ରଥମେ IRCTC ଆପ ଖୋଲନ୍ତୁ । ପରେ my ଆକାଉଣ୍ଟ ରେ କ୍ଲିକ କରି ମାଷ୍ଟର ଲିଷ୍ଟ ରେ କ୍ଲିକ କରନ୍ତୁ । ପରେ ଯାତ୍ରୀ ଙ୍କ ନାମ, ବୟସ ସହ ଅନ୍ୟ ବିବରଣୀ ଦିଅନ୍ତୁ । ଏହା ପରେ ସେଭ କରନ୍ତୁ । ପେମେଣ୍ଟ କରିବାର ଅଳ୍ପ ସମୟ ମଧ୍ୟରେ ଟିକେଟ ବୁକିଙ୍ଗ ହୋଇଯିବ ।

ତେବେ ଟ୍ରେନ ଟିକେଟ କନଫର୍ମ ନ ହେଲେ ଅନେକ ଲୋକଙ୍କ ତେନସନ ହୋଇଥାନ୍ତି । ହେଲେ ଏବେ ଆଉ ତେନସନ ହେବାର ଜରୁରତ ନାହି । କାରଣ ଏହି ଉପାୟରେ ଆପଣ ବି ଘରେ ବସି କରି ପାରିବେ ଟ୍ରେନ ଟିକେଟ । ଆଉ ସୁବିଧାରେ କରି ପାରିବେ ଟ୍ରେନରେ ଯାତ୍ରା ।ତେବେ ଆପଣ ମାନେ ଯଦି ତତକାଳ ଟିକେ ପାଇଁ ଚିନ୍ତାରେ ଅଛନ୍ତି ତେବେ ଉପାୟ ଟି ନିହାତି କରନ୍ତୁ । ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।