ହେ ପ୍ରଭୁ ଏ କଣ ହୋଇଗଲା! ମାରିଲା ବୁଜୁଳି, ଜଳିଗଲା ସବୁ କିଛି… ଦେଖିଲେ ଛାତି ଥରୁଛି, ଦେଖନ୍ତୁ Video

ଦର୍ଶକ ବନ୍ଧୁ ବିଜୁଳି ମାରିଲେ କୁହନ୍ତି ଚଡଚଡି । ଆମେ ସାତ ସମୁଦ୍ର ଭିତରେ ରହିଲେ ବି ଯେବେ ବିଜୁଳି ରେ ଯିବା କଥା ଜୀବନ ଯିବ ଯେମିତି ହେଲେ ବି ଯିବ । ଯେବେ ଘନ ଘନ କାଳ ବୈଶାଖୀ ଆସୁଛି ଯେବେ ପାଣିପାଗ ସତର୍କ ସୂଚନା ଜାରି କରୁଛି ଘରୁ ପଦା ନ ବାହାରିବାକୁ ପରାମର୍ଶ ଦେଉଛି । ଠିକ ସେତିକି ବେଳେ କେଉଁଠି ନା କେଉଁଠି ବଜ୍ରପାତ ରେ ଜୀବନ ଯାଉଛି । ଏଇ ଯେମିତି କାଲି ଗୋଟେ ଜାଗାରେ ଗୋଟେ ସ୍ଥାନ ରେ ବିଜୁଳି ଚମକିଥିଲା ଆଉ ସାଙ୍ଗେ ସାଙ୍ଗେ ଟଳି ପଡିଥିଲେ 3 ଜଣ । ଆଉ ଏ ଦ୍ରୁଶ୍ଯକୁ ଟିକେ ଭଲ କରି ଦେଖି ନିଅନ୍ତୁ ହୁତୁ ହୁତୁ ହୋଇ ଜଳୁଛି ତାଳ ଗଛ । ଆଉ ଏପଟେ ହୁତୁହୁତୁ ହୋଇ ଜଳୁଛି ନଡିଆ ଗଛ ।

ନଡିଆ ଗଛରେ ନଡିଆ ଅଛି ଦେଖନ୍ତୁ ଭଲ କରି ଏ ଦ୍ରୁଶ୍ଯ କୁ । ଶନିବାର ଦିନ ଠାକୁର ମୁଣ୍ଡାର ଶିମିଳିପାଳ ନିକଟସ୍ଥ ଚମ୍ପାଝର ଅଞ୍ଚଳରେ ପ୍ରବଳ ଘଡଘଡି ସହ ବର୍ଷା ପବନ ବୋହିଥିଲା । କୁଆପଥର ମାଡ ହୋଇଥିଲା । ବିଜୁଳି ଚମକି ଥିଲା ଘଡଘଡି ମାରିଥିଲା । ଆଉ ଠିକ ସେଇ ସମୟରେ ଆଶ୍ରମ ସ୍କୁଲ ସଲଗ୍ନ ରେ ଥିବା ଏକ ତାଳ ଗଛକୁ ଚଡଚଡି ମାରିଥିଲା ।

ଯାହା ଫଳରେ ପ୍ରବଳ ବର୍ଷା ହେଉଥିଲେ ବି ତାଳ ଗଛ ଟି ହୁତୁହୁତୁ ହୋଇ ଜଳୁଥିଲା । ବିଜୁଳି ମାରିବାର ମାତ୍ର 5 ମିନିଟ ପୂର୍ବରୁ ଯଦିଓ ଖରା ଥିଲା ତଥାପି ଆକାଶରେ ହଠାତ ଭୟଙ୍କର ଭାବେ କଳା ମେଘ ଘୋଟି ଆସିଲା । ଆଉ ହଠାତ ବିଜୁଳି ଟିଏ ମାରିଲା । କିଏ କହିଲା ଶୁଖିଲା ଚଡଚଡି ରେ ଗଛ ଟି ଜଳି ଉଠିଲା ।

ଆଉ ତା ପରେ ଯେତେ ଜୋରରେ ବର୍ଷା ହେଲେ ବି ସେତେ ଜୋରରେ ଜଳିବାକୁ ଲାଗିଲା ତାଳ ଗଛ ଟି । ମୟୂରଭଞ୍ଜ ରେ ଏହି ବିଜୁଳି ଭୟ ସବୁବେଳ ଲାଗି ରହି ଥିବାରୁ ଆକାଶରେ ମେଘ ଦେଖିଲେ ଏବେ ସେଠିକାର ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି । ମୟୂରଭଞ୍ଜ କୁ ଏବେ ଘାରିଛି ବିଜୁଳି ଭୟ । ଦର୍ଶକ ବନ୍ଧୁ ମୟୂରଭଞ୍ଜ ଜିଲ୍ଲା ବିଜୁଳି, ଚଡକ ଅଞ୍ଚଳ ହୋଇଥିବାରୁ ଆଗକୁ ଯେମିତି ବିଜୁଳି ରେ କାହାର ଜୀବନ ନ ଯାଏ ସେଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି ।

ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତଥାପି ଗୋଟେ ଗୋଟେ ଅଘଟଣ ଘଟି ଚାଲିଛି । ଏଠାରେ କହି ରଖିବାକୁ ଚାହିଁବି ବେଳ ବୁଡିଲେ ଯେବେ ଆକାଶରେ କଳା ମେଘ ଘୋଟି ଆସିବ ଠିକ ସେତିକି ବେଳେ ଘରୁ ପଦା କୁ ନ ବାହାରିବାକୁ ସତର୍କ କରାଇଛି ଜିଲ୍ଲା ପ୍ରଶାସନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।