୨୩ ଦିନର ଛୋଟ ପିଲାଟି ବିନା ଔଷଧରେ ଜିତିଲା କରୋନା ଯୁଦ୍ଧରେ, ଆସନ୍ତୁ ଜାଣିବା କେମିତି

ସାରା ବିଶ୍ଵରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ପାଇଁ ସବୁ ଦେଶରେ ହାହାକାର ସୃଷ୍ଟି ହୋଇଛି । ଏହି ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀର ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାର କରାଯାଇ ନାହିଁ । ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାର ବ୍ୟବସ୍ଥା ମଧ୍ୟ କରାଯାଇଛି କିନ୍ତୁ ଏହା କମିବାର ନାମ ହିଁ ନେଉନି । କରୋନା ଭାଇରସ ସଂକ୍ରମଣ ଦ୍ଵାରା ବହୁତ ଲୋକଙ୍କ ମୃତ୍ୟୁ ହେବା ବେଳେ ଅନେକ ଲୋକ ମଧ୍ୟ ହସ୍ପିଟାଲରେ ଏହି ସଂକ୍ରମଣ ସହିତ ଲଢେଇ କରୁଛନ୍ତି ।

ଏହି ସଂକ୍ରମଣ ବୃଦ୍ଧା ମାନଙ୍କ ଠାରୁ ଆରମ୍ଭ କରି ନିରୀହ ଛୋଟ ଶିଶୁଙ୍କୁ ମଧ୍ୟ ହେଉଛି । ଏମିତି ହିଁ ଏକ ଖବର ସାମ୍ନାକୁ ଆସିଛି । ତାଜଗଞ୍ଜ ର ମୋହମ୍ମଦ ଆରିଫ ଙ୍କ ପୁଅ ମୋହମ୍ମଦ ସାଦ କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିଲା । ଯିଏ କି ୨୩ ଦିନର ଗୋଟିଏ ନିରୀହ ଶିଶୁ ଅଟେ । ତାକୁ ୨୦ ମାର୍ଚ ରେ ଏସଏନ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇ ଥିଲା । ଚିକିତ୍ସକମାନଙ୍କ ପାଇଁ ସେ ଜଣେ ଖାସ ରୋଗୀ ଥିଲା ଏବଂ ତା ପାଇଁ ମଧ୍ୟ ଖାସ ବ୍ୟବସ୍ତା ହୋଇ ଥିଲା । ପିଲାଟିର ଦେଖାଶୁଣା କରିବା ପାଇଁ ତା ମାଆ ଜ୍ୟାନବ ବେଗମଙ୍କୁ ସେଠାରେ ରଖାଯାଇଥିଲା ।

ସେ ପିପିଇ କିଟ ପିନ୍ଧି ତାଙ୍କ ପିଲା ପାଖରେ ରହୁଥିଲେ । ସେହି ଛୋଟ ପିଲା ଭିତରେ କୌଣସି ହେଲେ ବି ଲକ୍ଷଣ ଦେଖାଯାଉ ନଥିଲା ଯାହା ପାଇଁ କି ସେମାନେ ତାକୁ ଔଷଧ ଦେବେ । ଔଷଧ ଦେବା ପାଇଁ ପିଲାଟିର ଲକ୍ଷଣ ଆସିବାକୁ ଅପେକ୍ଷା କରାଗଲା ଏବଂ ଚିକିତ୍ସକମାନେ ଜ୍ୟାନବ ବେଗମଙ୍କ ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ଦେଉଥିଲେ । ସେହି ଛୋଟ ପିଲାକୁ ଦିନକୁ ପାଞ୍ଚ ରୁ ସାତ ଥର ସ୍ତନପାନ କରାଯାଉ ଥିଲା ।

କିନ୍ତୁ ବର୍ତ୍ତମାନ ସେ ସମ୍ପୂର୍ଣ ଭାବେ ସୁସ୍ଥ ହୋଇ ଯାଇଛି ଏବଂ ତା ଘରକୁ ଫେରି ଯାଇଛି । କାରଣ ୧୪ ଦିନ ଭିତରେ ତାର ଦୁଇ ଥର ରିପୋର୍ଟ ନେଗେଟିଭ ଆସିଥିଲା । ଯାହାକି ଏ ପର୍ଯ୍ୟନ୍ତ କୌଣସି ରୋଗୀଙ୍କ ଠାରେ ଦେଖାଯାଇ ନାହିଁ । ଡକ୍ଟର ମାନେ ଏହାକୁ ମାଆ ର ମମତା ଏବଂ ମାଆ କ୍ଷୀରର ଚମତ୍କାର ବୋଲି କହିଛନ୍ତି । ବର୍ତ୍ତମାନ ସେ ୩୮ ଦିନର ହୋଇ ସାରିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।