ଆଜିର ରାଶିଫଳ, 13 ମେ 2020, ବୁଧବାର, ଆଜି ବନୁଛି ମହାସଂଯୋଗ, ଏହି ୪ଟି ରାଶିର ଖୋଲିବ ଭାଗ୍ୟ, ମନ ଚାହୁଁଥିବା ସବୁ କାମ ହେବ ପୁରା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ମେ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ କୌଣସି ବଡ ସମସ୍ୟାର ଅନ୍ତ ହେବ । ଉତ୍ସାହ ଓ ପ୍ରସନ୍ନତାରେ ବୁଦ୍ଧି ଆସିବ । ଟଙ୍କା ଧାର ଦିଅନ୍ତୁ ନାହିଁ । କୌଣସି ବ୍ୟର୍ଥ ବିବାଦରେ ପଡନ୍ତୁ ନାହିଁ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ଓ ଊର୍ଜାର ସ୍ତର ଉଚ୍ଚ ରହିବ । ଆଜି ଆପଣ ରୋମାଞ୍ଚକ ପୂର୍ଣ କାର୍ଯ୍ୟ କରିବେ । ଯାହା ଆପଣଙ୍କୁ ଆର୍ଥିକ ଲାଭ ଦେବ । ଶେୟାର ମାର୍କେଟ ଇତ୍ୟାଦିରୁ ଲାଭ ମିଳି ପାରେ । ଭାଗ୍ୟ ସାଥ ଦେବ । ଆୟରେ ବୁଦ୍ଧି ହେବ ।

ବୃଷ

ସମସ୍ତ କାର୍ଯ୍ୟରେ ଧର୍ଯ୍ୟ ରଖନ୍ତୁ । କାରଣ ଆପଣଙ୍କ ବୁଦ୍ଧିମାନୀ ଓ ପ୍ରୟାସ ଦ୍ଵାରା ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ । ପରୀକ୍ଷା ଓ ସାକ୍ଷାତ୍କାର ଇତ୍ୟାଦିରେ ସଫଳ ମିଳିବ ନାହିଁ । ଦାମ୍ପତ୍ୟ ଜୀବନରେ ସୁଖମୟ ପରିସ୍ଥିତି ରହିବ । ରଚନାତ୍ମକ କାର୍ଯ୍ୟରେ ରୁଚି ରଖିବେ । ନୂଆ ବସ୍ତ୍ର କ୍ରୟ କରିବାର ଇଚ୍ଛା ମନରେ ଆସିପାରେ । ପରିବାର ସହିତ ସମୟ ବିତାଇବେ । କାହା ଠାରୁ ଉପହାର ମିଳିବାର ସମ୍ଭାବନା ଅଛି । ନୂତନ ବିଚାର ମନରେ ଆସିବ ।

ମିଥୁନ

କୌଣସି ବଡ ଖୁସି ଖବର ମିଳିପାରେ । ନକାରାତ୍ମକ ଚିନ୍ତା ରହିବ । ବିବାଦକୁ ବଢାନ୍ତୁ ନାହିଁ । ଅଧିକ କାମ କରିବା କାରଣରୁ କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କ ଉଚ୍ଚ ବୌଧିକ କ୍ଷମତା ଆପଣଙ୍କୁ ସମୟ ସହ ଲଢିବାରେ ସାହାର୍ଯ୍ୟ କରିବ । କେବଳ ସକାରାତ୍ମକ ଚିନ୍ତାଧାର ଦ୍ଵାରା ହିଁ ଆପଣ ନିଜର ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ । ବ୍ୟବସାୟ ଠିକ ରହିବ । ମହତ୍ଵ ପୂର୍ଣ କାର୍ଯ୍ୟ ସର୍ବେ ପ୍ରଥମେ କରନ୍ତୁ ।

କର୍କଟ

କୌଣସି ମହିଳା ମିତ୍ରଙ୍କ ସାହାର୍ଯ୍ୟରେ ଆପଣଙ୍କ ଯୋଜନା ଫଳୀଭୂତ ହେବ । ମାତା ପିତାଙ୍କ ସେବା କରିବେ । ପୂର୍ବରୁ କରିଥିବା ପରିଶ୍ରମର ଫଳ ନିଶ୍ଚିତ ମିଳିବ । କାର୍ଯ୍ୟସିଦ୍ଧ ହେବ । ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଘର ପରିବାର ପରିଷ୍କାର ପରିଚ୍ଛନ ରହିବ । ଶତ୍ରୁ ସକ୍ରିୟ ରହିବେ । ବ୍ୟାପାର ବ୍ୟବସାୟରେ ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇ ନ ପାରେ ।

ସିଂହ

ନିଜ ରୋଗ ବିଷୟରେ ଚର୍ଚା କରନ୍ତୁ ନାହିଁ । ଖରାପ ସ୍ୱାସ୍ଥ୍ୟରୁ ଧ୍ୟାନ ହଟାଇବା ପାଇଁ କୌଣସି ଅଲଗା କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । କାରଣ ଏହା ବିଷୟରେ ଆପଣ ଯେତେ କଥା କହିବେ ସେତିକି ହିଁ ଆପଣ କଷ୍ଟ ଅନୁଭବ କରିବେ । ପରିବାର ସହିତ ଖୁସିରେ ରହିବେ । ଜୀବନସାଥିଙ୍କ ସହିତ ସାମଞ୍ଜସ୍ୟ ରହିବ । ଆପଣଙ୍କ ମନୋକାମନା ନିଶ୍ଚିତ ପୁରା ହେବ ଓ ସୋଭାଗ୍ୟ ଆପଣଙ୍କ ପାଖରେ ରହିବ । ନିବେଶ ଦ୍ଵାରା ଲାଭ ମିଳିବ ।

କନ୍ୟା

କୌଣସି ନୂତନ ଯୋଜନା ଆପଣଙ୍କୁ ଲାଭ ଦେବ । ଦ୍ଵିପହର ପରେ ଆପଣଙ୍କ ସମୟ ଭଲ ଅଟେ । ସ୍ଥାୟୀ ସମ୍ପତିରୁ ଲାଭ ମିଳିବ । ଉନ୍ନତିର ମାର୍ଗ ପ୍ରସସ୍ତ ହେବ । ଘରର ବାତାବରଣ ସୁଖମୟ ରହିପାରେ । ଅଧିକାରୀମାନଙ୍କ ସହ ସମ୍ପର୍କ କରିବେ । ଯାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ସମାଜରେ ଉଚ୍ଚ ପଦ ଓ ପ୍ରତିଷ୍ଠା ପ୍ରାପ୍ତ ହୋଇପାରେ । ପରିବାରରେ କୌଣସି ମାଙ୍ଗଳିକ ଉତ୍ସବ ହୋଇପାରେ । ବିବାଦ କରନ୍ତୁ ନାହିଁ । ପତ୍ନୀଙ୍କ ପ୍ରେମ ଓ ସହଯୋଗ ମିଳିବ ।

ତୁଳା

ନିଜର ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଧୀର ସ୍ଵରରେ କଥାବାର୍ତ୍ତା କରନ୍ତୁ । ବୁଦ୍ଧିର ପ୍ରୟୋଗ କରନ୍ତୁ । ନୂତନ ସମ୍ପର୍କ ଦ୍ଵାରା ଲାଭ ମିଳିବ । ଭାଇମାନଙ୍କ ଠାରୁ ସହଯୋଗ ମିଳିବ । ଆପଣଙ୍କ ସ୍ଵଭାବ କାରଣରୁ ଆଜି ଆପଣ ଏକ ଭଲ ସମୟ ବିତାଇବେ । ଦାମୀ ଜିନିଷ ସମ୍ଭାଳି ରଖନ୍ତୁ । ବ୍ୟାପାର ବ୍ୟବସାୟରେ ଭଲ ଲାଭ ମିଳିବ । ନିବେଶ କରନ୍ତୁ ନାହିଁ । ଅଫିସରେ ଯାହା ସହିତ ମିଶି ଅଧିକ କାମ କରନ୍ତି ତାଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରିବେ ।

ବିଚ୍ଛା

ପରିଶ୍ରମ ଓ ବୁଦ୍ଧି ବଳ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ପକ୍ଷ ଭଲ ରହିବ । ଅଟିକିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇପାରେ । ଶେୟାରର ମାର୍କେଟରୁ ଲାଭ ନ ମିଳିପାରେ । କାରୋବାର କ୍ଷେତ୍ରରେ ବୁଦ୍ଧି ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆଜି ଆପଣ ଖୁସିରେ ରହିବେ । ନିଜ ପରିବାର ଓ ବନ୍ଧୁଙ୍କ ଟଙ୍କା ଖର୍ଚ କରି ଆନନ୍ଦିତ ହେବେ । ନିଜର ପ୍ରିୟ ବ୍ୟକ୍ତିଙ୍କ ସହ ଭଲ ବ୍ୟବହାର କରନ୍ତୁ । ଅତି ଶୀଘ୍ରତ ରେ କୌଣସି କାମ କରନ୍ତୁ ନାହିଁ ।

ଧନୁ

ସମାଜ ସେବାର ପ୍ରେରଣା ପ୍ରାପ୍ତ ହେବ । ଘର ଓ ବାହାର ପରିସ୍ଥିତି ସାମାନ୍ୟ ରହିବ । କାରୋବାରରେ ଉନ୍ନତି ହେବ । କାମ ଅଧିକ କରିବେ । ନିବେଶ ଇତ୍ୟାଦି ଦ୍ଵାରା ମନରେ ଶାନ୍ତି ମିଳିବ । ପାରିବାରିକ ସୁଖ ଶାନ୍ତି ବୁଦ୍ଧି ହେବ । ମିତ୍ରମାନଙ୍କ ସହଯୋଗ ଦ୍ଵାରା ଲାଭ ମିଳିବ । ଆତ୍ମବିଶ୍ଵାସରେ ବୁଦ୍ଧି ହେବ । ସନ୍ଧ୍ୟା ସମୟରେ କୌଣସି ଖାସ ଯୋଜନା କରନ୍ତୁ । ଯେତିକି ହୋଇପାରିବ ସେତିକି ନିଜକୁ ବିବାଦ ଠାରୁ ଦୂରେଇ ରଖନ୍ତୁ ।

ମକର

ଧାର୍ମିକ କାର୍ଯ୍ୟରେ ଅଧିକ ବ୍ୟୟ ହୋଇପାରେ । ପୂଜା ପାଠରେ ମନ ଲାଗିବ । ଶତ୍ରୁ ପରାସ୍ତ ହେବେ । ରାଜକୀୟ ସହଯୋଗ ପ୍ରାପ୍ତ ହେବ । ଅଟିକିଥିବା କାର୍ଯ୍ୟରେ ଗତି ଆସିବ । ଲାଭର ଅବସର ପ୍ରାପ୍ତ ହେବ । ଖାଦ୍ୟପାନ ସନ୍ତୁଳିତ ରହିବ । ଅନାବଶ୍ୟକ କଥାକୁ ମନରେ ସ୍ଥାନ ଦିଅନ୍ତୁ ନାହିଁ । ବ୍ୟାପାର ଉନ୍ନତି ପଥରେ ଆଗକୁ ବଢିବେ । ସମୟ ଅନୁକୂଳ ରହିବ । ଯୋଜନା ସଫଳ ହେବ । କୌଣସି ବି ନିଷ୍ପତି ଜଲ୍ଦି ନିଅନ୍ତୁ ନାହିଁ ।

କୁମ୍ଭ

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମୟ ଓ ସ୍ଥାନ ଦେଖି କଥାବାର୍ତ୍ତା କରନ୍ତୁ । କୌଣସି କାର୍ଯ୍ୟରେ ଜୋଖିମ ଉଠାନ୍ତୁ ନାହିଁ । ଦୁର୍ଘଟଣାରେ ଆପଣଙ୍କୁ ଆଘାତ ଲାଗିପାରେ । ଦାମ୍ପତ୍ୟ ଜୀବନରେ କିଛି ବାଦ ବିବାଦ ଆସିବ । କାରୋବାରରେ କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ନିୟମିତ ବ୍ୟାୟମ କରନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ ପ୍ରୟାସ କରନ୍ତୁ । ନୂତନ ସମ୍ପର୍କରୁ ଲାଭ ମିଳିବ । ମିତ୍ରମାନଙ୍କ ଠାରୁ ଲାଭ ମିଳିବ । ଆୟରେ ସ୍ଥିତି ଭଲ ରହିବ । ଧର୍ଯ୍ୟ ରଖନ୍ତୁ ।

ମୀନ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ବଡ ସଙ୍କଟ ଆସିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ରାଜକୀୟ କାର୍ଯ୍ୟରୁ ଲାଭ ମିଳିବ । ମାନ ସମ୍ମାନ ମିଳିବ । ବ୍ୟାପାର ବ୍ୟବସାୟରେ ସ୍ଥିତି ଅନୁକୂଳ ରହିପାରେ । ଅନ୍ୟ ବ୍ୟକ୍ତିଙ୍କ ସହ ବୁଝି ସୁଝି କଥାବାର୍ତ୍ତା କରନ୍ତୁ । ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା ହୋଇପାରେ । ଉତ୍ସାହର ସହିତ କାମ କରିବେ । ପରିଜନଙ୍କ ଠାରୁ ଲାଭ ମିଳିବ । ଘର କାମରେ ଅଧିକ ସମୟ ଦେବେ । ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଟେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।