ଲାଗୁ ହେବ ଲକଡାଉନ ୪.୦, କନଫର୍ମ କଲେ ପିଏମ ମୋଦୀ, କିନ୍ତୁ ରହିବ କିଛି ନୂଆ ନିୟମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ସମ୍ବୋଧିତ କରି କହିଛନ୍ତି କି ମେ ୧୭ ପରେ ମଧ୍ୟ ଲକ ଡାଉନ ବଢିବ, ଅର୍ଥାତ୍ ଦେଶକୁ ଲକ୍-ଡାଉନ୍ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ | ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି କି ଲକ୍ଡାଉନର ଚତୁର୍ଥ ପର୍ଯ୍ୟାୟ ସମ୍ପୂର୍ଣ୍ଣ ରୂପେ ନୂଆ ରଙ୍ଗରୁପ ଓ ନୂଆ ନିୟମର ହେବ | ପ୍ରଧାନମନ୍ତ୍ରୀ କହିଛନ୍ତି କି ରାଜ୍ୟଗୁଡିକରୁ ଆସୁଥିବା ପରାମର୍ଶକୁ ଆଧାର କରି ଲକଡାଉନ୍ ୪ ସମ୍ବନ୍ଧୀୟ ସୂଚନା ମଧ୍ୟ ଆପଣଙ୍କୁ ମେ ୧୮ ପୂର୍ବରୁ ଦିଆଯିବ |

ମେ 17 ପରେ ବଢିବ ଲକଡାଉନ୍

 

ଆପଣଙ୍କୁ କହି ଦେଉଛୁ କି ବର୍ତ୍ତମାନ ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଚାଲିଛି | ଯାହା ୧୭ ମଇ ରେ ଶେଷ ହେବ | ମାର୍ଚ୍ଚ ୨୫ ତାରିଖରୁ ଦେଶରେ ତାଲା ପଡ଼ିଛି | ଆସନ୍ତା ୧୭ ତାରିଖ ପରେ ମଧ୍ୟ ଏହା ବୃଦ୍ଧି ପାଇବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି | କିନ୍ତୁ ଏହା କେତେ ଦିନ ପାଇଁ ହେବ, ସରକାର ପରେ ଏହାର ସୂଚନା ଡେବେ | କରୋନା ଭାଇରସ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଥିବା ସମ୍ବୋଧନରେ କହିଛନ୍ତି କି ଗୋଟିଏ ଜୀବାଣୁ ପୁରା ବିଶ୍ୱକୁ ନଷ୍ଟ କରିଦେଇଛି | ସମଗ୍ର ବିଶ୍ୱରେ କୋଟି କୋଟି ଜୀବନ ସଙ୍କଟର ସମ୍ମୁଖୀନ ହେଉଛନ୍ତି |

ସମଗ୍ର ବିଶ୍ଵ ବର୍ତ୍ତମାନ ନିଜ ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧ ଜାରି ରଖିଛି | ସଜାଗ ରହି, ଏହି ଯୁଦ୍ଧର ସମସ୍ତ ନିୟମକୁ ଅନୁସରଣ କରି ବର୍ତ୍ତମାନ ଆମକୁ ନିଜକୁ ବଞ୍ଚାଇବାକୁ ପଡିବ ଓ ଆଗକୁ ମଧ୍ୟ ବଢିବାକୁ ପଡିବ |

ପିଏମ ମୋଦୀ ଘୋଷଣା କଲେ ଆର୍ଥିକ ପ୍ଯାକେଜ

ମୋଦୀ ତାଙ୍କ ସମ୍ବୋଧନରେ ଏକ ବଡ ଆର୍ଥିକ ପ୍ଯାକେଜ ଘୋଷଣା କରିଛନ୍ତି| ମୋଦୀ କହିଛନ୍ତି, କରୋନା ସଙ୍କଟକୁ ସାମ୍ନା କରି ମୁଁ ଆଜି ଏକ ନୂତନ ସଂକଳ୍ପ ଆଜି ଏକ ବିଶେଷ ଆର୍ଥିକ ପ୍ୟାକେଜର ଘୋଷଣା କରୁଛି| ଏହି ଆର୍ଥିକ ପ୍ୟାକେଜ୍ ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ କାର୍ଯ୍ୟ କରିବ | ନିକଟରେ କରୋନା ସଙ୍କଟ ସହ ଜଡିତ ସରକାର ଯେଉଁ ସବୁ ଆର୍ଥିକ ଘୋଷଣା କରିଥିଲେ, ତାହା ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଥିଲା ଏବଂ ଆଜି ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା ହେଇଛି ତାହାକୁ ଯୋଡିଲେ ଏହା ପ୍ରାୟ 20 ଲକ୍ଷ କୋଟି ଟଙ୍କା ଅଟେ |

ଏହି ପ୍ୟାକେଜ୍ ଭାରତର ଜିଡିପିର ପ୍ରାୟ 10 ପ୍ରତିଶତ ଅଟେ | ଏହା ମାଧ୍ୟମରେ ଦେଶର ବିଭିନ୍ନ ବିଭାଗକୁ ସମ୍ବଳ ମିଳିବ ନିଜର ଆର୍ଥିକ ସ୍ଥିତିକୁ ଠିକ କରିବା ପାଇଁ | 20 ଲକ୍ଷ କୋଟି ଟଙ୍କାର ଏହି ପ୍ୟାକେଜ୍ 2020 ରେ ଦେଶର ବିକାଶ ଯାତ୍ରାକୁ, ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଏକ ନୂତନ ମାର୍ଗ ଦେବ | ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ | ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ |