ସଚ୍ଚା ପ୍ରେମ ସମସ୍ତଙ୍କୁ କାହିଁକି ମିଳି ନଥାଏ, ଜାଣନ୍ତୁ କଣ କହିଛନ୍ତି ଶ୍ରୀକୃଷ୍ଣ

ଏହି ଦୁନିଆରେ ସମସ୍ତେ କେବେ ନା କେବେ କେହି ପ୍ରେମରେ ନିଶ୍ଚିତ ପଡିଥାନ୍ତି । କହିବାକୁ ଗଲେ ଆପଣ ସମସ୍ତଙ୍କୁ କୌଣସି ନା କୌଣସି ପୁରୁଷ କିମ୍ବା ମହିଳା ସହ ପ୍ରେମ ନିଶ୍ଚିତ ହୋଇଥିବ । କିନ୍ତୁ ଯଦି ଆମେ ଆପଣଙ୍କୁ ପ୍ରଶ୍ନ କରିବୁ କି ପ୍ରେମ କଣ ହୋଇଥାଏ ? ତେବେ ସମସ୍ତଙ୍କ ଜବାବ ଅଲଗା ଅଲଗା ହେବ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବାସ୍ତବରେ ଅସଲ ପ୍ରେମ କଣ ହୋଇଥାଏ ଓ ଅସଲ ପ୍ରେମ ଜୀବନରେ ସମସ୍ତଙ୍କୁ କାହିଁକି ମିଳି ନ ଥାଏ । ତେବେ ବର୍ତ୍ତମାନ ଆପଣ ଅଳ୍ପ ଚିନ୍ତିତ ହୋଇଗଲେ । ଆପଣଙ୍କ ଏହି ଚିନ୍ତାକୁ ଆମେ ଆଜି ଏକ କାହାଣୀ ମାଧ୍ୟମରେ ଦୂର କରିଦେବୁ ।

କହିବାକୁ ଗଲେ ଥରେ ଗୋଟିଏ ଝିଅ ଗୋଟିଏ ବୟସ୍କ ବ୍ୟକ୍ତିକୁ ପ୍ରଶ୍ନ କରିଲା କି ବାବା ଅସଲ ପ୍ରେମ ସମସ୍ତଙ୍କ ଭାଗ୍ୟରେ କାହିଁକି ନ ଥାଏ । ଏହା ପଛରେ କାରଣ କଣ ଅଟେ । ଏହା ପରେ ସେହି ବୟସ୍କ ବ୍ୟକ୍ତି ଜଣକ ସେହି ଝିଅକୁ କହିଲେ କି ସାମ୍ନାରେ ଯେଉଁ ଫୁଲର ବଗିଚା ନଜର ଆସୁଛି, ସେହି ବଗିଚାକୁ ଯାଅ ଓ ସେହି ବଗିଚାରୁ ସବୁଠୁ ସୁନ୍ଦର ଫୁଲ ନେଇ ଆସ । ଏହା ପରେ ଝିଅ ଜଣକ ବଗିଚାକୁ ଯାଇ ସବୁଠୁ ସୁନ୍ଦର ଫୁଲକୁ ଖୋଜିବାରେ ଲାଗିଲା ।

ଏହା ମଧ୍ୟରେ ସେହି ଝିଅର ନଜର ଏକ ଗୋଲପା ଫୁଲ ଉପରେ ପଡିଲା । ସେହି ଝିଅକୁ ସେହି ଫୁଲଟି ବହୁତ ପସନ୍ଦ ଆସିଲା । କିନ୍ତୁ ସେ ତାହା ଠାରୁ ଆହୁରି ସୁନ୍ଦର ଫୁଲ ପାଇବା ଇଚ୍ଛାରେ ସେହି ଫୁଲକୁ ଛାଡି ପୁଣି ଥରେ ଫୁଲ ଖୋଜିବା ପାଇଁ ଅନ୍ୟତ୍ର ଚାଲିଗଲା । କିନ୍ତୁ ସେହି ଗୋଲାପ ଠାରୁ ଆହୁରି ସୁନ୍ଦର ଫୁଲ ସେହି ଝିଅକୁ ବଗିଚାର କେଉଁଠି ବି ମିଳିଲା ନାହିଁ । ଏହା ପରେ ସେ ପୁଣିଥରେ ସେହି ଗୋଲାପ ଫୁଲକୁ ତୋଳିବାକୁ ଆସିଲା ।

କିନ୍ତୁ ସେହି ସମୟ ମଧ୍ୟରେ ଅନ୍ୟ କେହି ସେହି ଗୋଲାପ ଫୁଲକୁ ତୋଳି ନେଇ ଯାଇଥିଲା । ଏହା ପରେ ସେ ନିରାଶ ହୋଇ ବାବାଙ୍କ ପାଖକୁ ଫେରି ଆସିଲା ଓ ପୁରା କାହାଣୀ କହିଲା । ତେବେ ସେତେବେଳେ ସେହି ବୟସ୍କ ବ୍ୟକ୍ତି ଜଣକ କହିଲେ କି ଏହା ହିଁ ପ୍ରେମର ସତ୍ୟତା ଅଟେ । କହିବାକୁ ଗଲେ ଯେତେବେଳେ ମନୁଷ୍ୟ ଆମ ସାମ୍ନାରେ ଥାଏ ତେବେ ଆମେ ତାକୁ ମହତ୍ଵ ଦେଇ ନ ଥାଉ ଓ ସର୍ବଦା ନିଜ ଜୀବନରେ ତାହା ଠାରୁ ବି ଆହୁରି ଭଲ ମଣିଷ ଖୋଜିବାରେ ଲାଗିଥାଉ ।

ଆମକୁ ସର୍ବଦା ଏହି ଦୁନିଆର ସବୁଠୁ ଭଲ ମଣିଷ ଦରକାର ହୋଇଥାଏ । କିନ୍ତୁ ଯେତେବେଳେ ଆମକୁ ସେହି ବ୍ୟକ୍ତି ଠାରୁ ଆହୁରି ଭଲ ବ୍ୟକ୍ତି ମିଳେ ନାହିଁ ତେବେ ଆମେ ପୁଣି ଥରେ ସେହି ବ୍ୟକ୍ତି ପାଖକୁ ଯାଇଥାଉ । କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ପାଖକୁ ପୁଣିଥରେ ଫେରିଥାଉ ତେବେ ତାକୁ ଭଗବାନ ନିଜ ପାଖକୁ ନେଇ ଯାଇଥାନ୍ତି କିମ୍ବା ସେ ଅନ୍ୟ କାହାର ହୋଇ ସାରିଥାଏ । ଏହି କାରଣରୁ ପ୍ରାୟତଃ ଲୋକମାନଙ୍କୁ ଜୀବନରେ ଅସଲ ପ୍ରେମ ମିଳି ନ ଥାଏ । ସେଥିପାଇଁ ଆପଣଙ୍କ ପାଖରେ ଯେଉଁ ବ୍ୟକ୍ତି ଅଛି ତାହାର ମହତ୍ଵକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।