୨୩ ବର୍ଷର ଏହି ନେତ୍ରହୀନ ଝିଅ ପ୍ରଥମ ପ୍ରୟାସରେ ହିଁ କ୍ରାକ କରିଦେଲେ ଓଡିଶା ସିଭିଲ ସର୍ଭିସ ଏକ୍ଜାମ

ଜୀବନରେ କିଛି ଅସମ୍ଭବ ନଥାଏ । ଏହି କଥାକୁ ସତ କରି ଦେଖାଇଛନ୍ତି ଏକ ନେତ୍ରହୀନ ଝିଅ । ଆଜି ଆମେ ଆପଣଙ୍କୁ ଏମିତି ଏକ ନେତ୍ରହୀନ ଝିଅର ସଫଳତା ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣଙ୍କୁ ବହୁତ ପ୍ରେରଣା ମିଳିବ । ଆଖି ହେଉଛି ଶରୀରର ବହୁତ ମହତ୍ତ୍ଵପୂର୍ଣ୍ଣ ଅଂଶ । ଯଦି ଆପଣଙ୍କର ଆଖି ଖରାପ ହେଇଯିବ ତେବେ ଆପଣଙ୍କ ଜୀବନରେ ବହୁତ ସାରା କଷ୍ଟ ଆସିବ ଯାହା ବିଷୟରେ ଆପଣ ଭାବି ପାରିବେ ନାହିଁ । ହେଲେ ଏମିତି କିଛି କମ ଲୋକ ଅଛନ୍ତି ଯେଉଁମାନେ ନେତ୍ରହୀନ ହେବାର ବାହାନା ନକରି ଜୀବନରେ ଆଗକୁ ବଢନ୍ତି । ତେବେ ଆସନ୍ତୁ ଜାଣିବା ସେହିପରି ଜଣେ ନେତ୍ରହୀନ ଝିଅ ବିଷୟରେ ।

୨୩ ବର୍ଷର ତପସ୍ଵିନୀ ଦାସ ଏକ ଏମିତି ଝିଅ ଯିଏ ନେତ୍ରହୀନ ହୋଇ ମଧ୍ୟ ଓଡିଶା ସିଭିଲ ସର୍ଭିସ ଏକ୍ସାମ ୨୦୧୮କୁ ପ୍ରଥମ ପ୍ରୟାସରେ କ୍ଲିଅର କରିଛନ୍ତି । ତପସ୍ଵିନୀ ଜେନେରାଲ କ୍ୟାଟାଗୋରୀର ଅଟନ୍ତି ଓ ୬ ଜାନୁୟାରୀରେ ଜାରି ହୋଇଥିବା ରେଜଲ୍ଟରେ ସେ ୧୬୧ ତମ ରାଙ୍କ ହାସଲ କରିଛନ୍ତି । ଜଣେ ନେତ୍ରହୀନ ଝିଅର ଏହି ସଫଳତା ବହୁତ ପ୍ରଶଂସନୀୟ ଅଟେ । ଏହି ତଥ୍ୟ ସୁଲଚନା ଦାସ ଟ୍ଵିଟରରେ ଦେଇଛନ୍ତି । ସେ ବିକଳାଙ୍ଗ ମାନଙ୍କ ପାଇଁ ଷ୍ଟେଟ କମିଶନର ଅଟନ୍ତି ।

ମିଡିଆ ରିପୋର୍ଟରେ ତପସ୍ଵିନୀ କହିଛନ୍ତି କି “ଯେଉଁ ଲୋକମାନଙ୍କର ଆଖି ଅଛି ସେମାନେ ଦେଖିପାରିବେ ଓ ପଢିପାରିବେ, ହେଲେ ମୋତେ ବହିର ରେକର୍ଡିଙ୍ଗ ଉପରେ ନିର୍ଭର ହେବାକୁ ପଡୁଥିଲା । ମୁଁ ପ୍ରଥମେ ବହି ପଢୁଥିଲି ଓ ପରେ ତାକୁ ଅଡିଓ ଫର୍ମମାଟ ରେ କନଭର୍ଟ କରୁଥିଲି । ମୁଁ ମୋର ଜୀବନର କୌଣସି ପରୀକ୍ଷାରେ ହାର ମାନିନୀ, ତେଣୁ ମୁଁ ନିଜକୁ କହିଲି ଚାଲ ଏହାକୁ ମଧ୍ୟ ଚେଷ୍ଟା କରି ଦେଖିବା” ।

ତପସ୍ଵିନୀର ପିତା କହିଛନ୍ତି କି ତପସ୍ଵିନୀ ଯେତେବେଳେ ଦ୍ଵିତୀୟ ଶ୍ରେଣୀରେ ଥିଲେ ସେତେବେଳେ ଏକ ଅସଫଳ ସର୍ଜରୀ ଦ୍ଵାରା ସେ ନେତ୍ରହୀନ ହୋଇଯାଇଥିଲେ । ସେତେବେଳେ ତାଙ୍କ ପିତାଙ୍କର ମନ ଭାଙ୍ଗିଯାଇଥିଲା । ହେଲେ ସେ ମାଟ୍ରିକ ପରୀକ୍ଷା ବହୁତ ଭଲ ନମ୍ବରରେ ପାସ କରିଥିଲେ । ସେଥିପାଇଁ ତପସ୍ଵିନୀ ବ୍ରାଇଲେ ସ୍କ୍ରିପ୍ଟ ମାନେ ନେତ୍ରହୀନଙ୍କ ଲିପି ର ସାହାରା ନେଇଥିଲେ । ଏହାପରେ ତପସ୍ଵିନୀ ଗ୍ରାଜୁଏସନରେ ମଧ୍ୟ ଭଲ ପଦର୍ଶନ କରିଥିଲେ । ସେ ତାଙ୍କର କ୍ୟାରିୟରରେ ଏକ ଭଲ ବିଦ୍ୟାର୍ଥୀ ରୂପେ ପରିଚିତ ।

ଯେତେବେଳେ ସୋସିଆଲ ମିଡିଆରେ ଏହି ଖବର ଲୋକମାନେ ଜାଣିଲେ, ସମସ୍ତେ ତପସ୍ଵିନୀଙ୍କୁ ଶୁଭକାମନା ଦେଇଥିଲେ । ଲୋକମାନେ ତାଙ୍କୁ ଧନ୍ୟବାଦ ଦେଇଥିଲେ କାରଣ ସେ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିଲେ । ବର୍ତ୍ତମାନ ସପସ୍ଵିନୀ ଭୁବନେଶ୍ବରର ଉତ୍କଳ ୟୁନିଭର୍ସିଟିରେ ପଲିଟିକାଲ ସାଇନ୍ସରେ ପିଜି କରୁଛନ୍ତି । ଭବିଷ୍ୟତରେ ସେ UPSC ପରୀକ୍ଷା କ୍ରାକ କରିବା ପାଇଁ ଚାହୁଁଛନ୍ତି ।