ଟିମ୍ ଇଣ୍ଡିଆ ପାଇଁ ବରଦାନ ସାଜିଛି Dhoni ଙ୍କ ଏହି ମନ୍ତ୍ର, ଟିମ୍ ରେ ନଥାଇ ମଧ୍ୟ କମାଲ୍ କରୁଛନ୍ତି କ୍ଯାପଟେନ କୁଲ୍, ଜାଣନ୍ତୁ କେମିତି ଏତେ ଭଲ ପ୍ରଦର୍ଶନ କରୁଛି Team India

ଚଳିତ ଟି-୨୦ ବିଶ୍ଵକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନେଦରଲ୍ୟାଣ୍ଡକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆଉ ଭାରତର ଏଭଳି ପ୍ରଦର୍ଶନ ପଛରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ମଧ୍ୟ ବଡ ଅବଦାନ ରହିଛି । ଅଷ୍ଟ୍ରେଲିଆ ନଯାଇ କି ଟିମ୍ ମ୍ୟାନେଜମେଣ୍ଟରେ ମଧ୍ୟ ନଥାଇ କ୍ଯାପଟେନ କୁଲ୍ ଙ୍କ ମନ୍ତ୍ର ଟିମ୍ ଇଣ୍ଡିଆର ବିଜୟରେ ବେଶ ବଡ ଭୂମିକା ନିଭାଉଛି ।

ଖାସ୍ କରି ଭାରତର ବେଷ୍ଟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳ ପ୍ରଦର୍ଶନରେ ପ୍ରତିଫଳିତ ହେଉଛି ଧୋନୀଙ୍କ ମନ୍ତ୍ର । ରାଉଣ୍ଡ ବଟମ୍ ବ୍ୟାଟରେ ବଡ ବଡ ଛକା ମାରିବା ନେଇ କ୍ଯାପଟେନ କୁଲ୍ ଧୋନୀ ବେଶ ଜଣାଶୁଣା । ଖାସ୍ କରି ଟି-୨୦ ମ୍ଯାଚରେ ଧୋନୀଙ୍କର ଏଭଳି ବିଶାଳ ଛକା ଦର୍ଶକଙ୍କ ମନ ଜିଣିଥାଏ । ଆଉ ଧୋନୀଙ୍କ ପରାମର୍ଶକ୍ରମେ ଏଥର ଟି-୨୦ ବିଶ୍ଵକପରେ ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ ଓ ରିଷଭ ପନ୍ଥ ରାଉଣ୍ଡ ବଟମ୍ ବ୍ୟାଟରେ ଖେଳୁଛନ୍ତି ।

ଲୋକେଶ ପ୍ରଥମ ଦୁଇଟି ମ୍ଯାଚରେ ବିଫଳ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା କିନ୍ତୁ ଏହି ସମାନ ବ୍ୟାଟରେ ପାକିସ୍ତାନ ବିପକ୍ଷ ମ୍ଯାଚରେ ବିଶାଳ ଛକା ମାରିବାରେ ସଫଳ ହୋଇଥିଲେ । ଏହି ରାଉଣ୍ଡ ବଟମ୍ ବ୍ୟାଟର ନିମ୍ନ ପାର୍ଶ୍ଵ ଅନ୍ୟ ବ୍ୟାଟ ଠାରୁ ଭିନ୍ନ ହୋଇଥାଏ । ଅର୍ଥାତ ଏହି ବ୍ୟାଟର ତଳଭାଗଟି ଗୋଲାକାର ରହିଥାଏ । ଆଉ ଏହି ବ୍ୟାଟରେ ବଡ ବଡ ସଟ୍ ଖେଳିବା ବହୁତ ସହଜ ହୋଇଥାଏ । ଖାସ୍ କରି ଟି-୨୦ ଫର୍ମାଟରେ ଏଭଳି ବ୍ୟାଟର ବ୍ୟବହାର ଅଧିକ ହୋଇଥାଏ ।

ଧୋନୀ ଏହି ବ୍ୟାଟରେ ଖେଳିବା ଆରମ୍ଭ କରିବା ପରଠାରୁ ଏହି ବ୍ୟାଟର ଚାହିଦା ବେଶ ବଢିଯାଇଛି । ପୂର୍ବାପେକ୍ଷା ଏହି ବ୍ୟାଟ ପାଇଁ ଅଧିକ ଅର୍ଡର ଆସୁଛି । ଖାସ୍ କରି ଅଧିକାଂଶ ଭାରତୀୟ ଖେଳାଳି ଏହି ବ୍ୟାଟରେ ଖେଳିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଆହତ ସମସ୍ୟାରୁ ବାହାରିବା ପରେ ପାଣ୍ଡ୍ୟା ଏଭଳି ବ୍ୟାଟରେ ଖେଳିବା ଆରମ୍ଭ କରିଛନ୍ତି ଓ ବଡ ବଡ ସଟ୍ ଖେଳିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ଆଜି ଦକ୍ଷିଣ ଆଫ୍ରିକା ବିରୋଧରେ ମ୍ଯାଚ ଖେଳିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ଥିବାବେଳେ ଦମଦାର ଫର୍ମରେ ରହିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ଯାଚ ଜିତି ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ଯାଚ ସେତେ ସହଜ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।