“କିଏ କେଉଁଠି ଲଙ୍ଗଳା ହେଇକି ନାଚିଲା କି…” ଅଶ୍ଳୀଳ ଭାଷାରେ ଗାଳି ଦେଇ ଯାତ୍ରାବାଲାଙ୍କ ଧଜିଆ ଉଡେଇଦେଲେ Rani Panda, ଦେଖନ୍ତୁ video

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସାରା ଓଡିଶାରେ ଏକ ଚର୍ଚ୍ଚିତ ଚେହେରା । ଅଭିନୟ କଳା ସହ ନିଜର ବେବାକ୍ ମନ୍ତବ୍ୟ ପାଇଁ ରାଣୀ ବେଶ ଜଣାଶୁଣା । ଅନେକ ସମୟରେ ଅଶ୍ଳୀଳ ଡ୍ୟାନ୍ସ କରିବା ନେଇ ଓ ଅଶ୍ଳୀଳ ଡ୍ରେସ ପିନ୍ଧିବା ନେଇ ରାଣୀ ପଣ୍ଡାଙ୍କ ନାଁରେ ଅଭିଯୋଗ ଉଠିଛି । ତେବେ ରାଣୀଙ୍କ ବିରୁଦ୍ଧରେ ଯାହାବି ଅଭିଯୋଗ ଉଠେ ସେନେଇ ସେ କେବେବି ଚୁପ୍ ବସନ୍ତିନି । ସବୁବେଳେ ସମାଲୋଚକଙ୍କୁ କଡା ଜବାବ ଦେଇ ଚୁପ୍ କରିଦିଅନ୍ତୁ ରାଣୀ ପଣ୍ଡା ।

ନିକଟରେ ଆଉ ଜଣେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ଉପରକୁ ଚପଲ ଫୋପାଡିବା ଘଟଣା ସାମ୍ନାକୁ ଆସିଛି । ଆଉ ଦୁଇ ଅଭିନେତ୍ରୀଙ୍କ ନାମ ସମାନ ହୋଇଥିବାରୁ କିଛି ଲୋକ ରାଣୀ ପଣ୍ଡାଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । କିଛି ଯାତ୍ରା ପାର୍ଟି ମଧ୍ୟ ଅଶ୍ଳୀଳତା ଆରୋପରେ ରାଣୀ ପଣ୍ଡାକୁ କାମ କରିବାକୁ ସୁଯୋଗ ଦେଉନାହାନ୍ତି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଭିଡିଓ ଜରିଆରେ ଯାତ୍ରୀ ପାର୍ଟି ମାଲିକଙ୍କୁ ଖୁବ ଗାଳିଗୁଲଜ କରିଛନ୍ତି ରାଣୀ ପଣ୍ଡା ।

ଭିଡିଓରେ ରାଣୀ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ତାଙ୍କୁ ନଙ୍ଗୁଳି ନର୍ତ୍ତକୀ କହୁଥିବା ସମାଲୋଚକଙ୍କୁ ଶକ୍ତ ଚାପୁଡା ମାରିଛନ୍ତି । ରାଣୀ ପଣ୍ଡା ଅଶ୍ଳୀଳ ନୃତ୍ୟ କରୁଥିବା କହି ସମସ୍ତେ ତାଙ୍କ ବିରୋଧରେ କଥା ଉଠାଉଥିବା ବେଳେ ଏବେ ସେହି ଭଦ୍ର ଲୋକମାନେ କେଉଁଠି ଲୁଚିକି ବସିଛ ବୋଲି ରାଣୀ ପଣ୍ଡା ପ୍ରଶ୍ନ କରିଛନ୍ତି । କିଏ କେଉଁଠି ଲଙ୍ଗଳା ହେଇକି ନାଚିଲା ସେଥିପାଇଁ କଣ ରାଣୀ ପଣ୍ଡା ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଣୀ ପଣ୍ଡା ଏହି ଭିଡିଓରେ ଏତେ ସବୁ ଅପଶବ୍ଦର ବ୍ୟବହାର କରିଛନ୍ତି ତାହା ଲେଖିବା ଆମ ପକ୍ଷେ ସମ୍ଭବ ନୁହେଁ । କିନ୍ତୁ ପଣ୍ଡା ସାଙ୍ଗିଆ ଥିବା କୌଣସି ଯାତ୍ରା ପାର୍ଟି ମାଲିକଙ୍କ ଉପରେ ରାଣୀ ଖୁବ୍ ବର୍ଷିଛନ୍ତି । ତେବେ ରାଣୀଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଅନେକ ରାଣୀଙ୍କ ଏହି ଭିଡିଓ ଦେଖି ଥଟ୍ଟା ପରିହାସ କରୁଥିବା ବେଳେ ଆଉ କିଛି ଲୋକ ସାମାଜିକ ଗଣମାଧ୍ୟମରେ ଏହିଭଳି ଶବ୍ଦର ପ୍ରୟୋଗ କରିବା ନେଇ ତାଙ୍କୁ କଡା ନିନ୍ଦା କରିଛନ୍ତି ।

ରାଣୀ ପଣ୍ଡା କିନ୍ତୁ ବେଶ ବେବାକ୍ ଢଙ୍ଗରେ କାହାରିକୁ ଖାତିର ନକରି ଏଭଳି ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି । ତେବେ ଦେଖାଯାଉ ଆଗକୁ ଏ ମାମଲା କେଉଁ ରୂପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।