ମଞ୍ଚରେ ଅଶ୍ଳୀଳ ନୃତ୍ୟର ମାଷ୍ଟର ମାଇଣ୍ଡଙ୍କ ଖୁଲାସା କଲେ ଆଉ ଜଣେ ଯାତ୍ରା ଅଭିନେତ୍ରୀ, ଖୋଲିଦେଲେ ସମସ୍ତଙ୍କ ପୋଲ୍, ଦେଖନ୍ତୁ video ସେ କଣ କହୁଛନ୍ତି

ଯାତ୍ରା ଅଭିନେତ୍ରୀଙ୍କୁ ମଞ୍ଚ ଉପରେ ଚପଲ ଫୋପାଡିବା ଘଟଣାକୁ ନେଇ ଏବେ ସବୁଆଡେ ତର୍କବିତର୍କ ଚାଲିଛି । ଭଦ୍ରକର ଚରମ୍ପା ଅଞ୍ଚଳରେ କାଳୀପୂଜା ଉପଲକ୍ଷେ ଯାତ୍ରାର ଆୟୋଜନ ହୋଇଥିଲା । “ରାଜନନ୍ଦିନୀ” ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଥିବା ବେଳେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଆଇଟମ ଗୀତରେ ଡ୍ୟାନ୍ସ ପ୍ରଦର୍ଶନ କରୁଥିଲେ । ଏତିକି ବେଳେ ଦର୍ଶକଙ୍କ ଭିଡ ମଧ୍ୟରୁ ଜଣେ ମହିଳା ତାଙ୍କୁ ଚପଲ ଫୋପାଡି ଥିଲେ ଏବଂ ତାଙ୍କ ଡ୍ୟାନ୍ସର ବିରୋଧ କରି ମଞ୍ଚ ଉପରକୁ ଚଢି ଯାଇଥିଲେ ।

ତାଙ୍କୁ ଅଟକାଇବା ପାଇଁ ଯତର କତ୍ତୃପକ୍ଷମାନେ ଚେଷ୍ଟା କରିଥିଲେ । ମହିଳା ଓ ଯାତ୍ରା କର୍ମୀଙ୍କ ମଧ୍ୟରେ ଅନେକ ସମୟ ଧରି ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଇଥିଲା । ଫଳରେ କିଛି ସମୟ ଧରି ଯାତ୍ରା ବନ୍ଦ ହୋଇଥିଲା । ଏହି ଘଟଣାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ସମସ୍ତେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଏତିକି ବେଳେ ଆଉ ଜଣେ ମହିଳା ଯାତ୍ରା କଳାକାର ଏନେଇ ନିଜ ମତ ରଖିଛନ୍ତି ।

ସେ କହିଛନ୍ତି କି, ଏଥିରେ ଯାତ୍ରା ପାର୍ଟି କିମ୍ବା ଅଭିନେତ୍ରୀଙ୍କର କୌଣସି ଭୁଲ ନାହିଁ । ସମସ୍ତେ ନିଜ ପେଟ ପୋଷିବା ପାଇଁ କାମ କରୁଛନ୍ତି । କିନ୍ତୁ ସେମାନଙ୍କୁ ସେଠାକୁ ଡ଼ାକିଥିବା କମିଟି ଏଥିପାଇଁ ସଂପୂର୍ଣ୍ଣ ଭାବେ ଦାୟୀ । ସେମାନେ ଯାତ୍ରା ଓ ଏହିଭଳି ନୃତ୍ୟକୁ ପ୍ରୋତ୍ସାହନ ଦେଇଥିବାରୁ ଆଜି ଏହିଭଳି ଘଟଣା ଘଟିଛି ।

ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ସାହୁଙ୍କୁ ଯାତ୍ରା ପାର୍ଟିର ମାଲିକ ଡ୍ୟାନ୍ସ କରିବା ପାଇଁ ଡାକି ନଥିଲେ । ବରଂ କମିଟି ତାଙ୍କୁ ଡ଼ାକିଥିଲା ତେଣୁ ଏଠି ସଂପୂର୍ଣ୍ଣ ଭୁଲ ହେଉଛି କମିଟିର ବୋଲି କହିଛନ୍ତି ମହିଳା କଳାକାର । ପ୍ରଥମତଃ କମିଟି ଏହିସବୁ ପ୍ରତି ଧ୍ୟାନ ରଖିବାର ଥିଲା ଏବଂ ଅଶ୍ଳୀଳତାକୁ ତଥା ଅଶ୍ଳୀଳ ଡ୍ୟାନ୍ସ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ  ମଞ୍ଚ ଉପରେ ଚଢାଇ ଦେବାର ନଥିଲା । କମିଟି ଯୋଗୁଁ ଆଜି ଜଣେ ନାରୀର ଅସମ୍ମାନ ହୋଇଛି ଓ ଯାତ୍ରା ସମୟରେ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି ।

ତେବେ ମହିଳାଜଣକ ପ୍ରତ୍ଯକ୍ଷରେ ରାନୀଙ୍କ ନୃତ୍ୟ ନିନ୍ଦା କରି ନଥିଲେ ମଧ୍ୟ ଅତି ଚତୁରତାର ସହ ପରୋକ୍ଷରେ ନିନ୍ଦା କରିଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।