ବୃଷ ରାଶି (Taurus) ସେପ୍ଟେମ୍ବର 2022 ମାସିକ ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଅନୁସାରେ ବ୍ୟକ୍ତିଙ୍କ ଜୀବନ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଉପରେ ନିର୍ଭରଶୀଳ । ଏହା ଆମ ଜୀବନରେ କେବେ ସୁଖ ନେଇ ଆସେ ତ ଆଉ କେବେ ଦୁଃଖ ନେଇ ଆସେ । ଏହା ଯୋଗୁଁ ମଣିଷ ଜୀବନରେ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ଆଜି ଆମେ ଜାଣିବା ୨୦୨୨ ସେପ୍ଟେମ୍ବର ମାସର ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ରାଶିଫଳ ଓ ଅଶୁଭ ଗ୍ରହଙ୍କ ଅଶୁଭ ପ୍ରଭାବ ଖଣ୍ଡନର ଯଥୋଚିତ ପ୍ରତିକାର ।

ଦେଖିବାକୁ ଗଲେ ୨୦୨୨ ମସିହା ସେପ୍ଟେମ୍ବର ମାସଟି ଅନେକ ଦିଗରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବ । ଏହି ମାସରେ ଆପଣ କର୍ମ କ୍ଷେତ୍ରରେ ଭାଗ୍ଯର ପୂର୍ଣ୍ଣ ସମର୍ଥନ ପାଇବେ । ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମଧ୍ୟ ପ୍ରାପ୍ତ କରିବେ । ବ୍ୟବସାୟ ସହ ଜଡିତ ଥିବା ଲୋକଙ୍କୁ ବ୍ୟବସାୟରେ ଅନେକ ନୂତନ ସୁଯୋଗ ମିଳିବ । ବିଶେଷ କରି ସୌନ୍ଦର୍ଜ୍ୟ, କଳା ଓ ଫ୍ୟାଶନ ସହ ଜଡିତ ଥିବା ଲୋକମାନେ ଅଧିକ ଅନୁକୂଳ ଫଳାଫଳ ପାଇବେ ।

ଶିକ୍ଷା ଦୃଷ୍ଟିକୋଣରୁ ମଧ୍ୟ ବୃଷ ରାଶିର ଲୋକଙ୍କୁ ମାସଟି କିଛି ଶୁଭଫଳ ପ୍ରଦାନ କରିବ । ଛାତ୍ର ଛାତ୍ରୀଙ୍କ ମନୋବଳ ବୃଦ୍ଧି ପାଇବ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହେବ । କିନ୍ତୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ହେଲେ ଏହି ମାସରେ ଛାୟା ଗ୍ରହ କେତୁଙ୍କ ସ୍ଥିତି ଆପଣଙ୍କ ପରିବାରରେ କିଛି ଅଶାନ୍ତି ସୃଷ୍ଟି କରିବ ।

ଏହି ସମୟରେ ଘରର ସଦସ୍ୟଙ୍କ ମଧ୍ୟରେ ପ୍ରେମଭାବ ଊଣା ହେବାର ଆପଣ ଅନୁଭବ କରିବେ । ଆପଣଙ୍କ କ୍ରୋଧରେ ମଧ୍ୟ ବୃଦ୍ଧି ପାଇପାରେ । ଫଳସ୍ଵରୂପ ଆପଣଙ୍କ ବ୍ୟବହାର ବା କଥାବାର୍ତ୍ତାରେ କାହାକୁ ଆଘାତ ପହଞ୍ଚାଇ ପାରନ୍ତି । ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କୌଣସି ନିଷ୍ପତ୍ତି ନେବା ଆଗରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ । ମାସର ଶେଷଭାଗକୁ ପରିବାରରେ ବୁଝାମଣା ସହ ବିବାଦର ଶେଷ ହେବ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ଆଣିବ ।

ପ୍ରେମ ଜୀବନରେ ବିବାଦ ଦେଖା ଦେଇପାରେ, ତେଣୁ ଏପରି ପରିସ୍ଥିତିରେ ନିଜ ପ୍ରିୟଙ୍କ ସହ କୌଣସି ଭୁଲ ବୁଝାମଣା ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ । ସେହିପରି ବୈବାହିକ ଜୀବନରେ ମଧ୍ୟ ସାମାନ୍ଯ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ତେଣୁ ନିଜକୁ ନିୟନ୍ତ୍ରଣରେ ରଖିବା ଆପଣଙ୍କ ପାଇଁ ଉଚିତ ହେବ । ସେହିପରି ଆର୍ଥିକ ଜୀବନରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ଭଲ ରହିବ ।

ମାସ ଆରମ୍ଭରେ କିଛି ଆର୍ଥିକ ସମସ୍ଯା ଦେଖା ଦେଇପାରେ । କିନ୍ତୁ ପରେ ଆପଣଙ୍କ ସବୁ ସମସ୍ଯା ଦୂର ହେବ ଓ ଆପଣଙ୍କ ପାଖକୁ ପ୍ରଚୁର ଧନର ଆଗମନ ହେବ । ଆପଣଙ୍କ ଷଷ୍ଠ ଘରେ କେତୁ ଓ ଦ୍ଵାଦଶ ଘରେ ରାହୁ ଥିବାରୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ଅସୁବିଧା ପୂର୍ଣ୍ଣ ହୋଇପାରେ । ସେଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ଦେଖା ଦେଲେ ଭଲ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ବାବା ଭୈରବଙ୍କ ପୂଜା କରନ୍ତୁ ଏବଂ ଗରିବ ଅସହାୟ ଲୋକଙ୍କୁ ନିଜ ସକ୍ଷମ ଅନୁସାରେ ଦାନ କରନ୍ତୁ । କମ୍ବଳ ଦାନ କରିପାରିବେ ଓ ଏହାସହ ଧଳା ପୋଷାକ ନିଶ୍ଚୟ ଦାନ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।