ହ୍ଵାଟସଆପ୍ ଚାଟ୍ ପାଇଁ କଲେଜ ପରିସରରେ ଛାତ୍ରୀଙ୍କ ମଧ୍ୟରେ ଝଗଡା, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ video

ହ୍ଵାଟସଆପ୍ ମେସେଜକୁ କେନ୍ଦ୍ର କରି ଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ତୁମ୍ବିତୁଫାନ । ଯାଜପୁରର ଚିତ୍ତୋଳା କଲେଜର କିଛି ଛାତ୍ରୀ ମାଡ଼ଗୋଳ ହେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ହ୍ଵାଟସଆପ୍ ମେସେଜକୁ କେନ୍ଦ୍ର କରି ଏହି ଝଗଡା ହୋଇଥିବା ଜଣାପଡିଛି । ଏହି ଭିଡିଓ ଭାଇରାଲ ହେବା ବେଳେ କଲେଜର ଜଣେ ପିଅନ ସେମାନଙ୍କୁ ମାଡଗୋଳ ହେବା ବେଳେ ଅଟକାଇ ଥିଲେ । ପରେ ଏନେଇ କଲେଜ ଅଧ୍ୟକ୍ଷ କହିଛନ୍ତି ଯେ ହ୍ଵାଟସଆପ୍ ଗ୍ରୁପରେ କଥା କଟାକଟିକୁ ନେଇ ଛାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ତେଣୁ ସେହି ପିଲାମାନଙ୍କ ଅଭିଭାବକ ମାନଙ୍କୁ ଡକାଯାଇ ସମାଧାନର ଉଦ୍ୟମ କରାଯାଇଛି । କଲେଜ ପିଅନ ପ୍ରଫୁଲ୍ଲ କୁମାର ଜେନା କହିଛନ୍ତି କି, ଛାତ୍ରୀଙ୍କ ମଧ୍ୟରେ କଣ ହେଲା ସେ ଜାଣିନାହାନ୍ତି । ଡ୍ଯୁଟିରେ ଥିବାବେଳେ ସେମାନେ ପାଟିତୁଣ୍ଡ ହେବା ଦେଖି ତାଙ୍କ ପାଖକୁ ଯାଇ ସମାଧାନ କରିବାକୁ ସେ ଚେଷ୍ଟା କରିଥିଲେ । ଯାହାପରେ ଛାତ୍ରୀମାନଙ୍କ ଗଣ୍ଡଗୋଳ ଭାଙ୍ଗିବା ସହ ସେମାନେ ନିଜ ନିଜ ବାଟରେ ପଳାଇଥିଲେ ।

ଏନେଇ କଲେଜ ପ୍ରିନ୍ସିପାଲ ଅଜୟ କୁମାର ସ୍ଵାଇଁ କହିଛନ୍ତି କି, କଲେଜର କିଛି ଛାତ୍ରୀ ମିଶି ଗୋଟିଏ ହ୍ଵାଟସଆପ୍ ଗ୍ରୁପ ତିଆରି କରିଥିଲେ । ସେହି ଗ୍ରୁପରେ ପରସ୍ପରକୁ ମେସେଜ ଦିଆନିଆ ହେଉଥିଲେ । କିନ୍ତୁ କୌଣସି କଥାକୁ ନେଇ କିଛି ଛାତ୍ରୀଅଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ଯାହାକୁ ନେଇ ସେମାନେ କଲେଜ ଆସିବା ପରେ କଲେଜ ପରିସର ମଧ୍ୟରେ କଳି ଲାଗିଥିଲେ । କଲେଜ ଷ୍ଟାଫ ସେଠାରେ ଉପସ୍ଥିତ ଥିଲେ ଓ ଉଭୟଙ୍କୁ ବୁଝାଇ ବିଦା କରିଥିଲେ । ଆଉ ପରେ ସେହି ଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଡକାଯାଇ ଥିଲା ଓ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ଯାଞ୍ଚ କରା ଯାଇଥିଲା । ଅଭିଭାବକଙ୍କ ଉପସ୍ଥିତିରେ ସେମାନଙ୍କ ମଧ୍ୟରେ ବୁଝାମଣା କରାଯାଇ ସମସ୍ୟାର ସମାଧାନ କରାଯାଇଛି ବୋଲି କଲେଜ ପ୍ରିନ୍ସିପାଲ କହିଛନ୍ତି ।

ଏହା ବ୍ଯତୀତ ଅଲଗା କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ଘଟଣା ସମ୍ପର୍କରେ ସେମାନଙ୍କୁ ଡାକି କଲେଜ ତଦନ୍ତ କରିବା ପରେ ସେମାନେ ନିଜ ଭୁଲ ବୁଝିପାରିଲେ ଓ ବିବାଦର ସମାଧାନ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।