ସବୁଦିନ ଯଦି ଗୋଟେ ପିଲାକୁ ଟର୍ଚ୍ଚର କରିବେ ତା’ହେଲେ ସେ କଣ କରିବ ? ସେଥିପାଇଁ ସେ କାହାକୁ ନକହି ପଳେଇଛି… ଏହି ପ୍ରାଇଭେଟ କଲେଜର ରାଜ୍ ଖୋଲିଲେ ଛାତ୍ର

ସୁଦୂର ବାଲେଶ୍ଵରରୁ ପାଠ ପଢିବା ପାଇଁ ଭାବୁଣେଶ୍ଵର ଆସିଥିଲେ ଜଣେ ଛାତ୍ର, ତାଙ୍କ ନାମ ହେଉଛି ହୃଦେଶ ପଣ୍ଡା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ କୋଟିଲ୍ୟ କଲେଜରେ ସେ ଆଇଆଇଟି ପଢୁଥିଲେ । ହୃଦେଶ ଗତକାଲି ସନ୍ଧ୍ୟା ସମୟରେ ମା’ଙ୍କ ସହ କଥା ହୋଇଛନ୍ତି । କିନ୍ତୁ ସନ୍ଧ୍ୟା ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନାହିଁ । ଯାହାକୁ ନେଇ ହୃଦେଶଙ୍କ ବାପାମା’ ଅଭିଯୋଗ ଆଣିଛନ୍ତି ।

ହୃଦେଶଙ୍କ ବାପାମା’ଙ୍କ କହିବା ଅନୁଯାୟୀ ଗତ ତିନିମାସ ଧରି ତାଙ୍କ ପିଲାକୁ କଲେଜ କତ୍ତୃପକ୍ଷଙ୍କ ଦ୍ଵାରା ମାନସିକ ନିର୍ଯ୍ୟାତନା ଦିଆ ଯାଉଥିଲା । ହୃଦେଶଙ୍କ ଖାତା, ବହି ଓ ପକେଟ ମନି ଆଦି ବାରମ୍ବାର ହେବାରୁ ସେ ଚେୟାରମ୍ୟାନଙ୍କୁ ଏନେଇ ଅଭିଯୋଗ କରିଥିଲେ । ହେଲେ ବାରମ୍ବାର କହିବା ପରେ ବି ସେ କିଛି ବୁଝି ନଥିଲେ ଓଲଟା ହୃଦେଶଙ୍କୁ ହଇରାଣ କରୁଥିଲେ । ହୃଦେଶଙ୍କ ବାପାମା’ଙ୍କ ଆଗରେ ହୃଦେଶଙ୍କ ନାଁରେ ମିଛ ଅଭିଯୋଗ ଆଣୁଥିଲେ ।

ଯାହାକୁ ନେଇ ହୃଦେଶ ମାନସିକ ଚାପରେ ରହୁଥିଲେ । ଆଉ ଏବେ ହୃଦେଶ ନିଖୋଜ ଥିବା ଜଣାପଡିଛି । ତେଣୁ ତାଙ୍କ ବାପାମା’ କଲେଜର ଚେୟାରମ୍ୟାନଙ୍କ ନାଁରେ ଅଭିଯୋଗ ଆଣିବା ସହ କଲେଜର ଅବ୍ୟବସ୍ଥା ପଦାକୁ ଆଣିଛନ୍ତି । ଏନେଇ ହୃଦେଶଅଙ୍କ ଜଣେ ସାଙ୍ଗ ମଧ୍ୟ ସବୁ ଖୁଲାସା କରିଛନ୍ତି । କଲେଜରେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି ଯେଉଁମାନେ ଠିକ ରେ କ୍ଳାସ କରୁନାହାନ୍ତି । ଆଉ ଅନ୍ୟମାନେ ମଧ୍ୟ ବହୁତ ହେଳା କରୁଛନ୍ତି ଓ ଅଧିକ ସମୟ କ୍ଳାସ କରିବା ପାଇଁ ଉପସ୍ଥିତି ରହୁନାହାନ୍ତି ।

ପିଲାଙ୍କୁ ପେଟ ପୂରିବା ଭଳି ଖାଦ୍ୟ ଦିଆ ଯାଉନାହିଁ । ଯଦି ଗୋଟାଏ ବେଳେ କ୍ଳାସ ରହୁଛି ତେବେ ଦିନ ୨ଟାରେ କ୍ଳାସ ହେଉଛି । ସେମାନେ ଖାଇବା ସମୟକୁ ୩ଟା ବାଜି ଯାଉଛି ଆଉ ଏତେ ଭୋକରେ ଫେରିବା ବେଳକୁ ଖାଇବା ନିଅଣ୍ଟ ହେଉଛି । ସେମାନଙ୍କ ସାମ୍ନାରେ ତରକାରୀରେ ଗରମ ପାଣି ମିଶାଇ ତାଙ୍କୁ ଖାଇବାକୁ ଦିଆଯାଉଛି । ଆଉ କେହି ଯଦି କମ୍ପ୍ଲେନ କରୁଛି ତେବେ ତାଙ୍କୁ ଓଲଟା ସିଧା କଥା କହୁଛନ୍ତି । କେବଳ ସେତିକି ନୁହେଁ ପିଲାଙ୍କ ବାପାମା’ଙ୍କୁ ମଧ୍ୟ ସେମାନେ ଛାଡୁ ନାହାନ୍ତି ।

ବାପାମା ଏନେଇ କମ୍ପ୍ଲେନ କାଲେ ତାଙ୍କୁ ଓଲଟା କୁହାଯାଉଛି କି ତୁମେ କଣ ଫାଇଭ ଷ୍ଟାର ହୋଟେଲରୁ ଆଣି ପିଲାଙ୍କୁ ଖାଇବାକୁ ଦେଉଥିଲା । ଯଦି ଏଠି ରହିବାକୁ ଇଚ୍ଛା ନାହିଁ ତାହା ହେଲେ ବ୍ୟାଗ ନେଇକି ଘରକୁ ପଳାଅ ବୋଲି ମଧ୍ୟ କହୁଥିଲେ କଲେଜ କତ୍ତୃପକ୍ଷ । ତେଣୁ ହୃଦେଶ କୁଆଡେ ପଳେଇ ଯାଇଛନ୍ତି ବୋଲି ତାଙ୍କ ବନ୍ଧୁ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।