ବୃଷ ରାଶି (Taurus) June 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କେମିତି ରହିବ ଓ ଅଶୁଭ ଖଣ୍ଡନର ପ୍ରତିକାର କଣ କରିବେ ?

ଗ୍ରହ ମାନଙ୍କର ଚଳନ ଓ ସ୍ଥିତିକୁ ଆଧାର କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ ଓ ଭବିଷ୍ୟତ ଗଣନା କରା ଯାଇଥାଏ । ଗ୍ରହମାନେ ନିରନ୍ତର ସ୍ଥାନ ପରିବର୍ତ୍ତନ କରୁଥିବା ହେତୁ ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପଡିଥାଏ ଓ ସୁଖ ଏବଂ ଦୁଃଖଲାଗି ରହିଥାଏ । ଆସନ୍ତା ଜୁନ ମାସରେ ଗ୍ରହଙ୍କ ସ୍ଥିତିରେ ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି, ଯାହାଫଳରେ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି । ଆସନ୍ତୁ ଜାଣିବା ବୃଷ ରାଶି ପାଇଁ କେମିତି ରହିବ ଜୁନ ମାସ ।

ବୃଷ ରାଶିର ବ୍ୟକ୍ତି ସାହସୀ, ପରାକ୍ରମୀ ଓ ସ୍ପଷ୍ଟବାଦୀ ହୋଇଥାନ୍ତି । ସେମାନଙ୍କ ଉଚ୍ଚ ଆଶା ଯୋଗୁଁ ଜୀବନରେ ଦିନେ ନିଶ୍ଚୟ ସଫଳତା ପାଇଥାନ୍ତି । ପରିବାରରେ ମଧ୍ୟ ଏମାନଙ୍କର ଖୁବ ଗୁରୁତ୍ଵ ରହିଥାଏ । ବୃଷ ରାଶିର ଶୁଭରଙ୍ଗ ହେଉଛି ଧଳା । ବିଶେଷ କାର୍ଯ୍ୟରେ ଏହି ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଶୁଭବାର ହେଉଛି ବୁଧବାର, ଶୁକ୍ରବାର ଏବଂ ଶନିବାର ।

ରାଶିର ଶୁଭଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ । ଶୁଭେଦେବୀ ହେଉଛନ୍ତି ମା ଲକ୍ଷ୍ମୀ, କମଳା ଏବଂ ସନ୍ତୋଷୀ । ସୋମବାର ଓ ଶୁକ୍ରବାରରେ ବ୍ରତ ଉପବାସ ରଖିଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତ କରିବେ । ଶୁଭ ଅଙ୍କ ହେଉଛି ୬ ଏବଂ ଶୁଭ ତାରିଖ ହେଉଛି ପ୍ରତ୍ଯେକ ମାସର ୬, ୧୫ ଏବଂ ୨୪ ତାରିଖ ।

ଦେଖିବାକୁ ଗଲେ ବୃଷ ରାଶି ଜାତକଙ୍କ ପାଇଁ ୨୦୨୨ ମସିହା ଜୁନ ମାସଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ । ପାରିବାରିକ ଓ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଉତ୍ତମ ଅନୁକୂଳ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ସକାରାତ୍ମକ ଫଳ ପ୍ରାପ୍ତ ହେବ ଓ ଜ୍ଞାନର ବିକାଶ ହେବ । କ୍ଯାରିୟର ଦୃଷ୍ଟିରୁ ମାସଟି ସଫଳରା ଆଣିଦେବ । କାର୍ଯ୍ୟକ୍ଷେତ୍ରରେ ଆପଣ ସୁନାମ ଅର୍ଜନ କରିବେ , କିନ୍ତୁ କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ଆପଣଙ୍କୁ ଅପମାନିତ କରିପାରନ୍ତି, ସେଥିପ୍ରତି ବିଶେଷ ସାବଧାନ ରୁହନ୍ତୁ ।

ଆପଣଙ୍କ କାର୍ଯ୍ୟରେ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଓ ଚାକିରି କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ । ମାସର ପୂର୍ବାଧରେ ବ୍ୟବସାୟରୁ ମଧ୍ୟ ବେଶ ଲାଭ ପ୍ରାପ୍ତି ହେବ ଓ ଆପଣଙ୍କର ସବୁ ନୂଆ ଯୋଜନା ସଫଳ ହେବ । ବ୍ୟବସାୟରେ କରିଥିବା ନିବେଶରୁ ଆପଣଙ୍କୁ ନିଶ୍ଚୟ ଲାଭ ପ୍ରାପ୍ତ ହେବ । କିନ୍ତୁ କେହି ଆପଣଙ୍କୁ ଠକାମିରେ ପକାଇବାକୁ ଚେଷ୍ଟା କରିପାରନ୍ତି, ସେଥିପ୍ରତି ବିଶେଷ ସାବଧାନ ରୁହନ୍ତୁ ।

ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ବେଶ ଫଳଦାୟକ ରହିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବା ସହ ଧନର ଆଗମନ ମଧ୍ୟ ହେବ । କିନ୍ତୁ ଅଯଥା ଖର୍ଚ୍ଚରେ ବୃଦ୍ଧି ଘଟିପାରେ, ତେଣୁ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସୁଖମୟ ରହିବ । କିନ୍ତୁ ଦାମ୍ପତ୍ୟ ଜୀବନରେ ସାମାନ୍ଯ ମନୋମାଳିନ୍ୟ ଦେଖା ଦେଇପାରେ ଏଥିପାଇଁ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ଓ ପରିବାରରରେ ହସୁଖୁସିର ବାତାବରଣ ରହିବ ।

କିନ୍ତୁ କୌଣସି ଛୋଟ ସ୍ୱାସ୍ଥ୍ୟ ସମସ୍ଯା ଦେଖାଦେବ ତେଣୁ ସାବଧାନ ରୁହନ୍ତୁ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ସକାଳୁ ଉଠି ବାପାମା ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ଏବଂ ପ୍ରତ୍ଯେକ ସୋମବାର ଶିବ ମନ୍ଦିର ଯିବାକୁ ଚେଷ୍ଟା କରନ୍ତୁ । ଦେଖିବେ ସମସ୍ଯା ଦୂର ହେବା ସହ ନିଶ୍ଚୟ ଶୁଭଫଳ ପ୍ରାପ୍ତି କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।