ଏହି ଗାଁରେ ମହିଳା ମାନେ ବିନା ବସ୍ତ୍ରରେ ବୁଲନ୍ତି ବାହାରେ, ଭାରତରେ ବି ଏଭଳି ପରମ୍ପରା ଅଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବର୍ତ୍ତମାନ ଯୁଗରେ ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି । ଏପରିକି ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ଵପ୍ନ ମଧ୍ୟ ଦେଖିଲାଣି । ହେଲେ ଏବେବି ଅନେକ ମଣିଷ ସମାଜ ଅନ୍ଧବିଶ୍ବାସ ଓ ପୁରୁଣା ରୀତିନୀତିରେ ବିଶ୍ବାସ କରୁଛନ୍ତି ଓ ସେହି ଅନୁସାରେ ଚଳି ଆସୁଛନ୍ତି । ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଅଜବ ବିଶ୍ବାସରେ ଛନ୍ଦି ହୋଇଥିବା ମଣିଷ ଏବେବି ସେସବୁରୁ ମୁକୁଳିବାକୁ ଚାହୁଁନାହିଁ । ଏକାଦଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ଏବେବି ବଞ୍ଚି ରହିଛି ।

ଏହିସବୁ ପରମ୍ପରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ମଧ୍ୟ ନିଛକ ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପରମ୍ପରା ବିଷୟରେ କହିବୁ ଯେଉଁଠି ମହିଳାମାନେ ଗୋଟିଏ ବର୍ଷରେ ୫ ଦିନ ଉଲଗ୍ନ ହୋଇ ରୁହନ୍ତି । ତେବେ ସେମାନେ କାହିଁକି ଏମିତି କରନ୍ତି ଚାଲନ୍ତୁ ଜାଣିବା । ଆମ ଦେଶ ଭାରତର ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟିର ପାଦଦେଶରେ ଥିବା ଗ୍ରାମ ପିନି ର ମହିଳାମାନେ ଆଜିବି ଏହି ପରମ୍ପରାକୁ ନିଷ୍ଠାର ପାଳନ କରୁଛନ୍ତି ।

ଏହି ପରମ୍ପରା ବର୍ଷକୁ ଥରେ ପାଳନ କରାଯାଇ ଥାଏ । ଏହି ସମୟରେ ସେମାନେ ପୁରୁଷଙ୍କ ସମୁଖକୁ ଆସନ୍ତି ନାହିଁ । ଏପରିକି ସ୍ଵାମୀ ଆଗକୁ ମଧ୍ୟ ସ୍ତ୍ରୀ ଆସନ୍ତି ନାହିଁ । ପ୍ରତ୍ଯେକ ବର୍ଷ ଅଗଷ୍ଟ ମାସ ୧୭ ରୁ ୨୧ ତାରିଖ ମଧ୍ୟରେ ପିନି ଗାଁର ମହିଳାମାନେ ଏହି ପରମ୍ପରାକୁ ପାଳନ କରିଥାନ୍ତି । ଗ୍ରାମର ମହିଳାମାନେ ନିଜ ପରିବାରର ମଙ୍ଗଳ ପାଇଁ ସଂପୂର୍ଣ୍ଣ ଉଲଗ୍ନ ରହିଥାନ୍ତି ।

କାରଣ ବିଶ୍ବାସ ରହିଛି ଯେ ଯେଉଁ ମହିଳା ଏହି ପରମ୍ପରାକୁ ଠିକ ଭାବେ ପାଳନ କରେ ନାହିଁ ତାଙ୍କ ପରିବାର ଉପରେ ବିପଦ ମାଡି ଆସେ । ଏହି ପରମ୍ପରା ଏକ କୁତ୍ସିତ ପରମ୍ପରା ହୋଇଥିଲେ ମଧ୍ୟ ମହିଳାମାନେ ଭୟରେ ଏହାକୁ ପାଳନ କରିଥାନ୍ତି । ଏହି ସମୟରେ ବିଶେଷ ପୂଜାର ମଧ୍ୟ ଆୟୋଜନ କରା ଯାଇଥାଏ । କୌଣସି ବ୍ୟକ୍ତି କାହାରି ମଧ୍ୟ ମନ୍ଦ ଚିନ୍ତା କରନ୍ତି ନାହିଁ ଏପରିକି ହସନ୍ତି ନାହିଁ । ଏହି ସମୟରେ ସମସ୍ତେ ମଦ ଏବଂ ଆମିଷ ଠାରୁ ମଧ୍ୟ ଦୂରେଇ ରୁହନ୍ତି ।

ତେବେ ପିନି ଗାଁର ଲୋକମାନେ ଏବେବି ଏହି ପରମ୍ପରାକୁ ପାଳନ କରିବା ପଛରେ ଏକ ପୌରାଣିକ ତଥ୍ୟ ରହିଛି । କୁହାଯାଏ ଯେ ବହୁ ବର୍ଷ ତଳେ ଗୋଟିଏ ରାକ୍ଷସର ଛାଇ ଉକ୍ତ ଗାଁରେ ପଡିଥିଲା । ସୁନ୍ଦର ପୋଷାକ ପରିଧାନ କରୁଥିବା ସ୍ତ୍ରୀ ଓ ପୁରୁଷଙ୍କୁ ସେହି ରାକ୍ଷସ ଉଠାଇ ନେଉଥିଲା ।

ଗାଁ ଲୋକଙ୍କ ମିନତି ଶୁଣି ଲାହୁଆ ଘୋଡା ନାମକ ଜଣେ ଦେବତା ଆସି ଗାଁ ଲୋକଙ୍କୁ ରାକ୍ଷସ କବଳରୁ ରକ୍ଷା କରିଥିଲେ ତଥା ତାକୁ ବଧ କରିଥିଲେ । ସେବେ ଠାରୁ ପିନି ଗାଁରେ ଏହି ଦେବତାଙ୍କୁ ଏପରି ଭାବେ ପୂଜା କରାଯାଉଛି । ଏହି ଉତ୍ସବକୁ ଗାଁ ଲୋକମାନେ ଅତି ଉତ୍ସାହ ଓ ଆନନ୍ଦର ସହ ପାଳନ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।