ଖୁବ ଶୀଘ୍ର ମାର୍କେଟ କୁ ଆସୁଛି ଦୈଇତାରୀ ପଣ୍ଡା ଙ୍କ ନୂଆ ଗୀତ ଟାଟୁ…ଟାଟୁ…ଟାଟୁ… ତୋ ଅ-ଜାଗାରେ ଟାଟୁ, ଦେଖନ୍ତୁ Video

“କଣ କରିଦେଲେ ରେ ସଂସାରଟାକୁ… ଆମ ବୁଢୀ ମା ଜେଜେମା ଆଈ ମା ସବୁ ଚିତା କୁଟୋଉ ଥିଲେ… ଆଜିକାଲି ସବୁ ଚିତା କାଟୁଛନ୍ତି… ଲୋ ମା, ଅଜାଗାରେ ଟାଟୁ…! ଛି! ଛି! ଛି! ଛି!” – ଟାଟୁ, ଟାଟୁ, ଟାଟୁ… ତୋ ଅଜାଗାରେ ଟାଟୁ…!

ଆଜିକାଲି ସମାଜରେ ଘଟୁଥିବା ଉ ଶୁଣିବାକୁ ମିଳୁଥିବା କିଛି ଘଟଣା ଉପରେ ଆଧାରିତ ଏକ ସାମାଜିକ ସଚେତନତା ଗୀତ ରେ ଏହିପରି ଏକ ସ୍ଵର ଦେଇଛନ୍ତି ଯାତ୍ରା ମହାନାୟକ ଦୈତାରୀ ପଣ୍ଡା । ସେ କହିଛନ୍ତି ଆଜିକାଲି ଟିଭି, ଖବରକାଗଜ ଓ ବିଭିନ୍ନ ପ୍ରକାର ସୋସିଆଲ ମିଡିଆରେ ଏହିପରି କିଛି ଖବର ପଢିବାକୁ ଓ ଦେଖିବାକୁ ମିଳୁଛି ଯାହା ଆମେ ପିଲାଟି ଦିନରୁ କେବେ ଶୁଣି ନ ଥିଲୁ କି ଦେଖି ନ ଥିଲୁ ।

ଆଜିକାଲି ସମାଜରେ ଘଟୁଥିବା ଏହି ଘଟଣା ସବୁ ଜନମାନସକୁ ଏକ ବିଭ୍ରାନ୍ତକର ପରିସ୍ଥିତିରେ ପକାଇ ଦେଉଛି । ଆଜିକଲି ସୋସିଆଲ ମିଡିଆ ଯୁଗରେ ଅନେକ ସେହି ଠାରୁ ଚିହ୍ନା ପରିଚୟ ହୋଇ ବନ୍ଧୁତା କରୁଛନ୍ତି ଓ କ୍ରମେ ପ୍ରେମରେ ପଡି ବିବାହ ମଧ୍ୟ କରି ନେଉଛନ୍ତି । ହେଲେ ପରେ ବିଶ୍ବାସ ଓ ପ୍ରେମକୁ ଦବାଇ ଦେଉଛି ସନ୍ଦେହ ଓ ବିଭିନ୍ନ ପ୍ରକାର ଅପ୍ରୀତିକର କାର୍ଯ୍ୟ । ଯାହା ଜଣଙ୍କ ବୈବାହିକ ଜୀବନର ସୁଖ ଶାନ୍ତିକୁ ବରବାଦ କରିବା ପାଇଁ ଯଥେଷ୍ଟ ଅଟେ ।

ନିକଟରେ ଏହିପରି ଏକ ଅପ୍ରୀତିକର ଘଟଣା ମଧ୍ୟ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଥିଲା । ଆଧୁନିକତା ନାମରେ ଯୁବା ଯୁବତୀ ଶରୀରର ଯେକୌଣସି ଅଙ୍ଗରେ ମଧ୍ୟ ଟାଟୁ କରିବାକୁ ପଚାଉ ନାହାନ୍ତି ଓ ବେଳେବେଳେ ଏହି ଛୋଟିଆ ଭୁଲ ତାଙ୍କ ଜୀବନରେ ବିଷ ଘୋଳି ଦେଉଛି ।

ତେବେ ଆଜିକାଲି ସମାଜରେ ଯୁବା ଯୁବତୀ କରୁଥିବା ଏହିପରି କିଛି ଘଟଣାକୁ ଆଖିରେ ରଖି ଏକ ସଚେତନତା ଗୀତ ପ୍ରସ୍ତୁତ କରାଯାଇଛି ଓ ଏହି ଗୀତରେ କିଛି ସ୍ଵର ଯାତ୍ରା ଭିଲିଆନ ଆପଣ ସମସ୍ତଙ୍କ ପ୍ରିୟ ଦୈତାରୀ ପଣ୍ଡା ।

ଏହି ଗୀତ ଟିକୁ ଗାଇଛନ୍ତି ଅନେକ ଯାତ୍ରା ଓ ନାଟକ ମାନଙ୍କରେ ଗୀତ ଗାଇଥିବା କଣ୍ଠଶିଳ୍ପୀ ରାଜକୁମାର ଓ ଗୀତ ଟିକୁ ଲେଖିଛନ୍ତି ବିଭୁତି ସ୍ଵାଇଁ । ବହୁତ ନିଆରା ଢଙ୍ଗରେ ପ୍ରସ୍ତୁତ କରାଯାଇଛି ଏହି ଗୀତ ଟିକୁ । ସାମାଜିକ ସଚେତନତା ସୃଷ୍ଟି କରିବା ହେଉଛି ଏହି ଗୀତର ମୂଳ ଉଦ୍ଦେଶ୍ୟ ।

ଏହା ସହ ଆଜିର ଯୁବାପିଢି ଏହି ଗୀତକୁ ମଧ୍ୟ ଖୁବ ପସନ୍ଦ କରିବେ ବୋଲି ସେମାନଙ୍କର ଆଶା ଓ ବିଶ୍ବାସ ରହିଛି । କିନ୍ତୁ ଫ୍ରେଣ୍ଡ୍ସ ସଚେତନତା ନାଁରେ ଏଭଳି ଗୀତ ପ୍ରସ୍ତୁତ କରିବା କେତେ ଦୂର ଠିକ ଆପଣ ହିଁ କୁହନ୍ତୁ । ଏହି ଗୀତକୁ ଆମେ ସଚେତନତା ଧର୍ମୀ ଗୀତ କହି ପାରିବା ନିଶ୍ଚୟ କମେନ୍ଟ କରନ୍ତୁ । ଏମିତ ଗୀତ ବନ୍ଦ ହେବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ