ଟଙ୍କା ଧାର ଦେବା ବେଳେ ଏହି 3 ଟି ଭୁଲ୍ କରୁଛନ୍ତି କି ? ଏମିତି କଲେ ଆଉ କେବେ ଫେରି ପାଇବେନି ଆପଣଙ୍କ ଟଙ୍କା !

ଟଙ୍କା ଧାର କିମ୍ବା ସୁଧ ଆକାରରେ ଦେବା ପରେ ସେହି ଟଙ୍କା ଫେରି ପାଇବାକୁ ନେଇ ସମସ୍ତେ ଚିନ୍ତାରେ ରହିଥାନ୍ତି । ଠିକ ସମୟରେ ଟଙ୍କା ନପାଇ ଅନେକ ବ୍ୟତିବ୍ୟସ୍ତ ହୋଇପଡନ୍ତି । ତେଣୁ କାହାର ଅସୁବିଧା ସମୟରେ ଅନ୍ୟକୁ ଟଙ୍କା ଧାର ଦେଉଥିବା ବ୍ୟକ୍ତି ଆଉ କାହାକୁ ସାହାଯ୍ୟ କରିବାକୁ ଚିନ୍ତାରେ ପଡିଯାଏ । ଟଙ୍କା ଆଉ ଫେରି ପାଇବେ କି ନାହିଁ ସେକଥା ଭାବି ଭାବି ଲୋକଙ୍କ ନିଦ ହଜିଯାଏ । ସେହି ଟଙ୍କାକୁ କେମିତି ଫେରସ୍ତ ପାଇବେ ମନରେ ସେହି ଗୋଟିଏ କଥା ଲାଗି ରହିଥାଏ ।

ଟଙ୍କାକୁ ନେଇ ଅନେକ ସମୟରେ ବଡ ବଡ ଅପରାଧ ମଧ୍ୟ ଘଟି ଯାଇଥାଏ । ତେବେ ଟଙ୍କା ବଡିଯିବା ଏବଂ ବର୍ଷ ବର୍ଷ ଧରି ଅଟକି ରହିବା ପଛରେ କଣ କାରଣ ରହିଛି ? ଏନେଇ ଜ୍ଯୋତିଷ ମାନେ ମଧ୍ୟ କିଛି ସମାଧାନ ବାହାର କରିଛନ୍ତି । ତେବେ ଟଙ୍କା ଉଧାରି ଦେବା ବେଳେ କିଛି ଭୁଲ କରିବା ବିଲକୁଲ ଉଚିତ ନୁହେଁ । ଜ୍ୟୋତିର୍ବିଦଙ୍କ ମୁତାବିକ ବ୍ୟକ୍ତି ଯେତେବେଳେ ଦକ୍ଷିଣ ମୁହାଁ ହୋଇ କାହାକୁ ଟଙ୍କା ଧାର ଦେଇଥାଏ ସେହି ଟଙ୍କା ମିଳିବାର ସମ୍ଭାବନା ଖୁବ କମ୍ ଥାଏ ।

ସେଥିପାଇଁ କେବେ ହେଲେ ଦକ୍ଷିଣ ପାର୍ଶ୍ଵକୁ ମୁହଁ କରି ଟଙ୍କା ଧାର ଦେବେ ନାହିଁ । ଠିକ ସେହିଭଳି ଟଙ୍କାକୁ ଯେବେ ପଶ୍ଚିମ ପାର୍ଶ୍ଵ ଆଡକୁ ମୁହଁ କରି ନିଆଯାଏ, ସେହି ଟଙ୍କା ଅଯଥାରେ ଖର୍ଚ୍ଚ ହେବାର ସମ୍ଭାବନା ଅଧିକ ରହିଥାଏ । ସେଥିପାଇଁ ଯେତେବେଳେ ବି ଧାର ଟଙ୍କା ପାଖକୁ ଆସୁଛି ସେହି ଟଙ୍କାକୁ କେବେ ହେଲେ ପଶ୍ଚିମ ମୁହାଁ ହୋଇ ନେବେ ନାହିଁ । ଟଙ୍କା ନେବା ବେଳେ ଏହି ଛୋଟ ବିଷୟ ପ୍ରତି ନିହାତି ଭାବେ ଧ୍ୟାନ ଦେବା ଉଚିତ ।

ଯଦି ଆପଣଙ୍କ ଟଙ୍କା ବାରମ୍ବାର ବୁଡି ଯାଉଛି ତେବେ ଟଙ୍କା ନେଣଦେଣ କରିବା ବେଳେ ପୂର୍ବ ଏବଂ ଉତ୍ତର ପାର୍ଶ୍ଵକୁ ମୁହଁ କରି ଟଙ୍କା ନେଣଦେଣ କରିବା ଉଚିତ । ସେହିପରି ଟଙ୍କା ନେଣଦେଣ ବେଳେ ସିଧା ହାତ ବା ଡାହାଣ ହାତ ବ୍ୟବହାର କରିବା ଉଚିତ । ଅନେକ ଲୋକ ଟଙ୍କା ଗଣିବା ବେଳେ ଛେପ ଲଗାଇ ଗଣନ୍ତି । ହେଲେ ଧାର୍ମିକ ଶସ୍ତ୍ର ଅନୁଯାୟୀ ଟଙ୍କାରେ ଛେପ ଲଗାଇବା ଦ୍ଵାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ।

ଖାଲି ସେତିକି ନୁହେଁ ବରଂ ଅଇଁଠା କିମ୍ବା ଅପରିଷ୍କାର ହାତରେ କେବେ ହେଲେ ଟଙ୍କା ନିଅନ୍ତୁ ନାହିଁ । ନଚେତ ମା’ ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି । ଯଦି ଏହିସବୁ ନିୟମ ପାଳନ କରିବେ ତେବେ ଧାର ଟଙ୍କା ଆଉ ଅଟକି ରହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।