Interesting GK Question: ଟଙ୍କା ଉପରେ ଥିବା ଏହି କଳା ରଙ୍ଗର ଲାଇନର କାମ କଣ ? କଣ ଆପଣ ଜାଣିଛନ୍ତି ?

ରାଜ୍ୟ ସରକାର ବର୍ତ୍ତମାନ ସରକାରୀ ଚାକିରି ଆବେଦନ ପାଇଁ ବୟସ ସୀମା ବୃଦ୍ଧି କରି ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅନେକ ସୁଯୋଗ ପ୍ରାପ୍ତ ହେବାକୁ ଯାଉଛି । ତେବେ ଏଥିପାଇଁ ଅନ୍ଯାନ୍ଯ ଜ୍ଞାନ ସହ ସଠିକ ସାଧାରଣ ଜ୍ଞାନ ରହିଥିବା ମଧ୍ୟ ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବନ୍ଧିତ ପ୍ରଶ୍ନୋତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ନିଶ୍ଚୟ ସହଯୋଗ କରିବ ।

୧- ଭାରତରେ ପ୍ରଥମେ କେବେ ଠାରୁ କାଗଜ ଟଙ୍କା ପ୍ରଚଳନ କରା ଯାଇଥିଲା ?

ଉ: ୧୮୬୨ରେ ବ୍ରିଟିଶ ସରକାରଙ୍କ ଦ୍ଵାରା

୨- ବିଶ୍ଵର କେଉଁ ଦେଶ ସର୍ବ ପ୍ରଥମେ କାଗଜ ଟଙ୍କା ପ୍ରଚଳନ କରିବା ଆରମ୍ଭ କରିଥିଲା ?

ଉ: ଚୀନ

୩- କେଉଁ ମେଟେରିୟାଲରେ ଭାରତୀୟ କାଗଜ ଟଙ୍କା ତିଆରି ହୋଇଥାଏ ?

ଉ: ପୁଲପ୍ ଯୁକ୍ତ କପଡା ଓ ଗୁଲମେହେନ୍ଦିରେ

୪- ଭାରତୀୟ କାଗଜ ଟଙ୍କା ମାନଙ୍କରେ ସମୁଦାୟ କେତୋଟି ଭାଷାରେ ଏରହି ଟଙ୍କାର ପରିମାଣ ଲେଖା ହୋଇଥାଏ ?

ଉ: ୧୭ଟି ଭାଷାରେ

୫- ଭାରତରେ କେଉଁ ବର୍ଷ ପ୍ରଥମ କରି ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଆରମ୍ଭ ହୋଇଥିଲା ?

ଉ: ୨୦୧୬ ମସିହାରେ

୬- ଭାରତରେ ଆଜି ପର୍ଯ୍ୟନ୍ତ କେତେ ଥର ଡିମନିଟାଇଜ ବା ବିମୁଦ୍ରିକରଣ କରାଯାଇଛି ?

ଉ: ଦୁଇ ଥର (୧୯୮୬ ଓ ୨୦୧୬ ରେ)

୭- ଭାରତରେ ପ୍ରଥମ ଟଣକା ଛପା କଳ କେଉଁଠାରେ ବସିଥିଲା ?

ଉ: ନାସିକ୍ ରେ ୧୯୨୮ ମସିହାରେ

୮- କେଉଁ ତାରିଖରେ ମୋଦି ସରକାରଙ୍କ ସମୟରେ ନୋଟକୁ ବିମୁଦ୍ରିକରଣ କରା ଯାଇଥିଲା ?

ଉ: ୮ ନଭେମ୍ବର ୨୦୧୬

 

୯- ୮ ନଭେମ୍ବର ୨୦୧୬ ରେ କେଉଁ ଦୁଇଟି ନୋଟକୁ ବିମୁଦ୍ରିକରଣ କରା ଯାଇଥିଲା ?

ଉ: ୫୦୦ ଓ ୧୦୦୦ ଟଙ୍କିଆ ନୋଟ

୧୦- କାହା ରାଜତ୍ଵ ସମୟରେ ପ୍ରଥମେ ଭାରତରେ ସିଲଭର କଏନ ପ୍ରଚଳିତ ଆରମ୍ଭ ହୋଇଥିଲା ?

ଉ: ଶେର ଶାହ ସୂରୀଙ୍କ ସମୟରେ ୧୫୪୨ରେ

୧୧- ଭାରତରେ ଡେସିମଲ କରେନ୍ସି ସିଷ୍ଟମ କେବେ ଠାରୁ ଆରମ୍ଭ ହୋଇଥିଲା ?

ଉ: ୧ ଏପ୍ରିଲ ୧୯୫୭

୧୨- ଭାରତରେ ଏକ ପଇସାର ମୁଦ୍ରା ପ୍ରଥମେ କେବେ ପ୍ରଚଳନ ହୋଇଥିଲା ?

ଉ: ମାର୍ଚ୍ଚ ୧୯୬୨

୧୩- କେଉଁ କେଉଁ ଦେଶ ମାନଙ୍କର ମୁଦ୍ରା ହେଉଛି ‘ରୁପି ?

ଉ: ଭାରତ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ଓ ଇଣ୍ଡୋନେସିଆ

୧୪- ଚୀନ ଦେଶରେ ପ୍ରଚଳିତ ମୁଦ୍ରାଟି କଣ ?

ଉ: ଜୁଆନ

୧୫- ଜାପାନରେ ପ୍ରଚଳିତ ମୁଦ୍ରାଟି କଣ ?

ଉ: ୟେନ

୧୬- ଋଷ ଦେଶରେ ପ୍ରଚଳିତ ମୁଦ୍ରାଟି କଣ ?

ଉ: ରୁବେଲ

୧୭- ‘ରିୟାଲ’ କେଉଁ ଦେଶର ପ୍ରଚଳିତ ମୁଦ୍ରା ଅଟେ ?

ଉ: ଇରାନ ଓ ଜାମାଇକା

୧୮- ଟଙ୍କା ଉପରେ ଥିବା ଏହି କଳା ରଙ୍ଗର ଲାଇନର କାମ କଣ ?

ଉ: ଭାରତୀୟ ନୋଟରେ ଏପରି କଳା ଲାଇନ ରହିବାର ଉଦ୍ଦେଶ୍ୟ ହେଉଛି ଦୃଷ୍ଟିବାଧିତ ବ୍ୟକ୍ତିମାନେ ଏହାକୁ ଛୁଇଁ ନୋଟକୁ ଚିହ୍ନି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ