ବ୍ଯାଙ୍କରେ ଟଙ୍କା ଜମା ଓ ଉଠାଣକୁ ନେଇ କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ, ଏବେ ଟଙ୍କା ଜମା କରିବା ଓ ଉଠେଇବା ସମୟରେ କରିବାକୁ ହେବ ଏହି କାମ…

ବ୍ଯାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା । ଟଙ୍କା ଜମା ଓ ଉଠାଣ କରିବାକୁ ନେଇ ସରକାର ଜାରି କଲେ ନୂଆ ନିୟମ । ଏଣିକି ଏଥିପାଇଁ ଦେବାକୁ ପଡିବ ପ୍ୟାନ ଓ ଆଧାର ନମ୍ବର । ପରିବର୍ତ୍ତିତ ନିୟମ ଅନୁଯାୟୀ ଏଣିକି ବ୍ୟାଙ୍କରୁ ଟଙ୍କା ଉଠାଇବାକୁ କିମ୍ବା ଜମା କରିବାକୁ ହେଲେ ଆପନ୍ନକୁ ଆଧାର କାର୍ଡ ଏବଂ ପ୍ୟାନ ନମ୍ବର ଦେବାକୁ ହେବ । ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ଟଙ୍କା ଜମା କିମ୍ବା ଉଠାଣ କରୁଥିବେ ତେବେ ଆଧାର ଓ ପ୍ୟାନ ନମ୍ବର ଦେବା ଅପରିହାର୍ଜ୍ୟ ।

ଏନେଇ କେନ୍ଦ୍ରୀୟ ପ୍ରତ୍ଯକ୍ଷ କର ବୋର୍ଡ ନୂଆ ନିୟମ ଜାରି କରିଛନ୍ତି । ବ୍ଯାଙ୍କ, ଡାକଘର କିମ୍ବା ସମବାୟ ସଂସ୍ଥା ସବୁ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ଏନେଇ ୧୦ ମେ’ରେ ସବିଡିଟି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦିନକୁ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରୁଥିଲେ ପ୍ୟାନ ନମ୍ବର ଉଲ୍ଲେଖ କରିବାର ନିୟମ ରହିଛି । କିନ୍ତୁ ବାର୍ଷିକ ଆର୍ଥିକ କାରବାର ଉପରେ ସେପରି କୌଣସି କଟକଣା ନଥିଲା । କିନ୍ତୁ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି ।

ଆର୍ଥିକ କାରବାରରେ ସ୍ବଚ୍ଛତା ଏବଂ ପାରଦର୍ଶିତା ଆଣିବାକୁ ସରକାର ଏଭଳି ନିୟମ ଆଣିଥିବା କୁହାଯାଉଛି । ଏଭଳି ନିୟମ ଦ୍ଵାରା କେଉଁ ସୂତ୍ରରୁ ଟଙ୍କା ଆସୁଛି ଓ କେଉଁଠିକୁ ଯାଉଛି ତାହା ଉପରେ ଖୁବ ସହଜରେ ନଜର ରଖିପାରିବେ ସରକାର । ଏହାଦ୍ବାରା ବିଭିନ୍ନ ଅପରାଧିକ କାର୍ଯ୍ୟକ୍ରମ ମଧ୍ୟ ହ୍ରାସ ପାଇବ । ସେହିପରି କୌଣସି ବ୍ୟକ୍ତି ଯଦି ସମବାୟ ବ୍ଯାଙ୍କ, ପୋଷ୍ଟ ଅଫିସ କିମ୍ବା ବ୍ଯାଙ୍କରେ କରେଣ୍ଟ ଆକାଉଣ୍ଟ କିମ୍ବା କ୍ୟାସ କ୍ରେଡିଟ ଆକାଉଣ୍ଟ ଖୋଲୁଛନ୍ତି ତେବେ ମଧ୍ୟ ପ୍ୟାନ ଓ ଆଧାର ନମ୍ବର ଦେବା ବାଧ୍ୟତାମୂଳକ ରହିବ ।

ଏହାଦ୍ବାରା ଅନେକ ଲୋକଙ୍କ ଟିକସଦାତା ସୂଚୀରେ ମଧ୍ୟ ସାମିଲ କରା ଯାଇପାରିବ । କାରଣ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କାର ଆର୍ଥିକ କାରବାର ହେଉଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟ ସହ ପ୍ୟାନ ଲିଙ୍କ ହୋଇନାହିଁ ଏବଂ ସେମାନେ ଟିକସ ମଧ୍ୟ ଦେଉନାହାନ୍ତି । ଯାହାଫଳରେ ସେମାନଙ୍କୁ ଠିକ ଭାବେ ଟ୍ରାକ କରାଯାଇ ପାରୁ ନଥିଲା । ସବିଡିଟି ବିଜ୍ଞପ୍ତିରେ ସ୍ପଷ୍ଟ ଲେଖାଯାଇଛି କି ଟଙ୍କା ଜମା ଏବଂ ଉଠାଣ କାରବାର ସମୟରେ ପ୍ୟାନ ନମ୍ବର ଲେଖିବା ବାଧ୍ୟତାମୂଳକ ।

ଯିଏ ସେହି କାଗଜ ଗ୍ରହଣ କରିବେ ସେ ମଧ୍ୟ ଏହା ସଠିକ ଭାବେ ଉଲ୍ଲେଖ ରହିଛି ନା ନାହିଁ ତାହା ଦେଖିବେ । ଏଥିସହିତ ଉକ୍ତ ବ୍ୟକ୍ତିଙ୍କର ଅନ୍ଯାନ୍ଯ ସୂଚନା ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ କିମ୍ବା ମହା ନିର୍ଦ୍ଦେଶକ ଆଦିଙ୍କ ଦ୍ଵାରା ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଜମା କରାଯିବ । ଆସନ୍ତା ମେ’ ୨୬ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।