ବର୍ଷାଙ୍କ ଉପରେ ରାଗ, ଟ୍ବିଟ କରି ନ୍ୟାୟ ମାଗିଲେ ସାଂସଦ Anubhav Mohanty, ଦେଖନ୍ତୁ ସେ କଣ କହିଲେ…

ସତରେ କଣ ପତ୍ନୀ ବର୍ଷାଙ୍କ ପାଇଁ ଜୀବନ ପାଇଁ ଜୀବନ ହାରିଦେଲେ ରାଉଳକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ ? ଯୌତୁକ ନିର୍ଯ୍ୟାତନା ମାମଲାକୁ ସହି ନପାରି ରାହୁଲ ଆତ୍ମହତ୍ୟା ବାଟକୁ ବାଛି ନେଲେ କି ? ଜାମସେଦପୁରରେ ରାହୁଲଙ୍କ ଭାଇ ଏଭଳି ଅଭିଯୋଗ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଏପଟେ ରାହୁଲଙ୍କ ମୃତ୍ୟୁ ମାମଲାର ଫ୍ରଣ୍ଟଲାଇନକୁ ଆସିଛନ୍ତି କେନ୍ଦ୍ରପଡା ବିଜେଡି ସାଂସଦ ଅନୁଭବ ମହାନ୍ତି । ଅନୁଭବ ନିଜେ ଟ୍ବିଟ କରି ରାହୁଲଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ବୁଧବାର ରାତି ୯ଟାରେ ହଠାତ ସାଂସଦ ଅନୁଭବ ମହାନ୍ତି ଟ୍ବିଟ କରି ଲେଖିଲେ, “ମୁଁ ରାଉଲକେଲା ଏସପିଙ୍କୁ ଅନୁରୋଧ କରୁଛି ଦୟାକରି ଏହି ହୃଦୟ ବିଦାରକ ବିଷୟ ପ୍ରତି ଦୃଷ୍ଟି ଦେଇ ଆବଶ୍ଯକୀୟ କାର୍ଯ୍ୟାନୁଷ୍ଠାନ ନେବେ । ଏହି ଭଲ ମଣିଷଙ୍କୁ ନ୍ୟାୟ ମିଳିନାହିଁ । ଅନ୍ତତଃ ପକ୍ଷେ ତାଙ୍କ ଶ୍ଵଶୁର ଘରଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ତାଙ୍କ ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ମିଳିପାରେ ।”

ଏହି ଟ୍ବିଟରେ ଅନୁଭବ ହାସଟ୍ୟାଗରେ “ଜଷ୍ଟିସ ଫର ରାହୁଲ” ଲେଖିବା ସହିତ ରାଉଲକେଳା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । ଏହାସହ ଅନୁଭବ ତାଙ୍କ ଟ୍ବିଟରେ “Men’s Day Out” ର ଏକ ଖବର ଶେୟାର କରିଛନ୍ତି, ଯେଉଁଥିରେ ରାହୁଲ ଅଗ୍ରୱାଲ ନାମକ ଜଣେ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ବିଷୟରେ ଉଲ୍ଲେଖ ରହିଛି ।

ରାହୁଲଙ୍କୁ ଶ୍ଵଶୁର ଘର ଓକେ ଯୌତୁକ ନିର୍ଯ୍ୟାତନା ମାମଲା ୪୯୮(କ)ରେ ଫସେଇଥିବା ଅଭିଯୋଗରେ ରାହୁଲ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । ଜୀବନ ହାରିବା ପୂର୍ବରୁ ରାହୁଲ ଏକ ଭିଡିଓ କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କାହିଁକି ନେଉଛନ୍ତି ତାହା କହିଥିଲେ । ଏହି ଘଟଣା ସମ୍ପର୍କରେ “ମେନ୍ସ ଡେ ଆଉଟ” ତରଫରୁ ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ଅପିଲ କରାଯାଇଛି ।

ଏହି ରିପୋର୍ଟ ଅନୁଯାୟୀ ଝାଡଖଣ୍ଡ ଜାମସେଦପୁରର ବର୍ଷାଙ୍କୁ ବିବାହ କରିଥିଲେ ରାଉଲକେଲାର ରାହୁଲ ଅଗ୍ରୱାଲ । ଉଭୟଙ୍କ ଦୁଇ ଜାଆଁଳା ସନ୍ତାନ ଅଛନ୍ତି । ବର୍ଷା ଓ ରାହୁଲଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲେ ମଧ୍ୟ ବର୍ଷାଙ୍କ ଘରଲୋକ ତାଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଦାୟର କରିଛନ୍ତି ।

ଯେଉଁଥି ପାଇଁ ରାହୁଲଙ୍କ ବାପମା’ ବାରମ୍ବାର ଜାମସେଦପୁର କୋର୍ଟକୁ ଧାଉଁଛନ୍ତି । ଏଥିପାଇଁ ଗତ କିଛି ବର୍ଷ ହେଲା ରାହୁଲ ମାନସିକ ଚାପରେ ଥିଲେ । ଗତ ସପ୍ତାହରେ ରାହୁଲ ନିଜ ପିଲାଙ୍କୁ ଦେଖିବା ପାଇଁ ଶ୍ଵଶୁର ଘରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ପିଲାଙ୍କ ସହ ଭେଟିବାକୁ ଦିଆଗଲା ନାହିଁ । ଏଥିପାଇଁ ରାହୁଲ ଶ୍ଵଶୁର ଘରେ ନରହି ହୋଟେଲରେ ରହୁଥିଲେ ।

ଶେଷରେ ମାନସିକ ଭାରସାମ୍ୟ ହରାଇ ରାହିଲ ହୋଟେଲ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ରାହୁଲଙ୍କ ଭାଇ ଅଙ୍କିତ ଅଗ୍ରୱାଲ ଅଭିଯୋଗ କରିଛନ୍ତି । ପୋଲିସ ରାହୁଲଙ୍କ ଫୋନରୁ ତାଙ୍କ ଶେଷ ଭିଡିଓ ମଧ୍ୟ ଜବତ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।