ତାମିଲନାଡୁରେ ଫସି ରହିଥିବା ଓଡିଆ ଶ୍ରମିକ ମାନଙ୍କର ହେଉଛି ଶୋଷଣ, ଶୁଣନ୍ତୁ କଣ କହୁଛନ୍ତି ଭଉଣୀ

ବର୍ତ୍ତମାନ କୋରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଗତ କିଛି ଦିନ ହେବ ଲକଡାଉନ ବ୍ୟବସ୍ତା ଚାଲି ଆସିଛି । କିନ୍ତୁ ଏହି ସଂକ୍ରମଣ କମ ନହୋଇ ବରଂ ଧୀରେ ଧୀରେ ବଢିବାରେ ଲାଗିଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ଟୀକା କିମ୍ବା ଔଷଧ ମଧ୍ୟ ବାହାର କରାଯାଇ ନାହିଁ । ଲୋକ ମାନଙ୍କ ଭିତରେ ସାମାଜିକ ଦୂରତା ରଖିବା ପାଇଁ ଲକଡାଉନ ବ୍ୟବସ୍ଥା କରାଯାଇଛି । ଲକଡାଉନ ପାଇଁ ସବୁ ଗାଡି ଚଳାଚଳ ଠାରୁ ଆରମ୍ଭ କରି ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇ ଥିଲା ।

ଓଡିଶାର ବହୁତ ଓଡିଆ ଶ୍ରମିକ ମାନେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ଏବଂ ଲକଡାଉନ ପାଇଁ ସବୁ ଗାଡି ଚଳାଚଳ ବନ୍ଦ ହୋଇଯିବାରୁ ସେମାନେ ସେଠାରେ ରହି ଯାଇଛନ୍ତି । ସେହିପରି ବାମଡା ବ୍ଲକର ମଜୁରିଆ ମାନେ ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ଏବଂ ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଚାହୁଁଛନ୍ତି ।

ସେମାନେ ଘରୁକୁ ଫେରିବା ପାଇଁ ସରକାରଙ୍କ ଦ୍ଵାରା ସେମାନଙ୍କର ନାମ ପଞ୍ଜୀକରଣ କରାଯାଇଛି । ବାମଡା ବ୍ଲକର ଲାରିୟାପାଲି ପଞ୍ଚାୟତ ର ନୂଆଡିହ ଗାଁର ଲାଲିମା କୁଜୁର ଏବଂ ଜମାନକିରା ପ୍ରଖଣ୍ଡର ଟିକିଲିପଡା ପଞ୍ଚାୟତ ର ବରାହମୁଣ୍ଡି ଗାଁର ଶୁକ୍ରା ଓରାମ ଏବଂ ଅନ୍ୟ କେତେକ ଯୁବକ ଯୁବତୀ ମାନେ ତାମିଲନାଡୁ ର ଇରୋଡ ଜିଲ୍ଲା ପଲଭାକାଲୀପଲାୟମ ରେ ଥିବା ଟେସ୍କଟାଇଲ ମିଲକୁ କାମ କରିବା ପାଇଁ ଯାଇଥିଲେ ।

ଲକଡାଉନ ପାଇଁ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା କାରଣରୁ ସେମାନଙ୍କର ରୋଜଗାର ମଧ୍ୟ ବନ୍ଦ ହୋଇଗଲା ଏବଂ ସେମାନଙ୍କର ମାଲିକ ସେମାନଙ୍କୁ ତାଙ୍କର ଦରମା ଦେଲେ ନାହିଁ । ସେମାନେ ସେଠାରେ ଭୋକ ଉପାସରେ ରହୁଥିଲେ । କିନ୍ତୁ ଲକଡାଉନ ଟିକେ କୋହଳ ହେବାରୁ ସେଠାରେ କାରଖାନା ଚାଲିବା ଆରମ୍ଭ ହୋଇଛି । ସେଠାରେ ଆଗରୁ ଶ୍ରମିକ ମାନେ ୮ ଘଣ୍ଟା କାମ କରୁଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କୁ ୧୨ ଘଣ୍ଟା କାମ କରିବା ପାଇଁ ବାଧ୍ୟ କରାଯାଉଛି । ସେମାନଙ୍କର ଦରମା ମଧ୍ୟ ବୃଦ୍ଧି କରାଯାଉ ନାହିଁ । ଯଦି ଶ୍ରମିକ ମାନେ ଏହାର ବିରୋଧ କରୁଛନ୍ତି ଫ୍ୟାକ୍ଟ୍ରି ମାଲିକ ସେମାନଙ୍କୁ ବହୁତ ଖରାପ ବ୍ୟବହାର କରୁଛନ୍ତି ।

ପଞ୍ଜୀକରଣ ହେବା ପରେ ବି ସେମାନଙ୍କର ଫେରିବାର କୌଣସି ସୂଚନା ମିଳୁନି । ଏହି ମଜୁରିଆ ମାନଙ୍କ ସହିତ ସୁନ୍ଦରଗଡ, ଦେବଗଡ ଏବଂ ଅନ୍ୟ ଜିଲ୍ଲାରୁ ଆସିଥିବା ମଜୁରିଆ ମାନେ ବି ଅଛନ୍ତି । ସେହି ମଜୁରିଆ ମାନେ ଏକ ଭିଡିଓ କରି ଘରକୁ ଯିବା ପାଇଁ ରାଜ୍ୟ ସରକାର ପାଖରେ ଗୁହାରି କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।