ବର୍ତ୍ତମାନର ବଡ ଖବର, ପ୍ରାୟ ୨୦ରୁ ଉର୍ଦ୍ଧ ପ୍ରବାସୀ ଓଡିଆ ଚେନ ପୁଲିଂ କରି ଟ୍ରେନେରୁ ଓଲ୍ହାଇ ପଳାଇଛନ୍ତି, ଜାଣନ୍ତୁ କେଉଁଠି

ପ୍ରବାସୀ ମାନଙ୍କୁ ନିଜ ନିଜ ରାଜ୍ୟକୁ ଆଣିବା ପାଇଁ ଟ୍ରେନ ଚାଲୁଥିବା ସମୟରେ ବର୍ତ୍ତମାନ ଅନୁଗୁଳରୁ ଏକ ସାଂଘାତିକ ଅଭିଯୋଗ ସାମନ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ମାଝି ରାସ୍ତାରେ କିଛି ଯୁବକ ଟ୍ରେନର ଚେନ ପୁଲିଙ୍ଗ କରି ଟ୍ରେନରୁ ଖସି ଚାଲି ଯିବାକୁ ଉଦ୍ୟମ କରୁଥିବା ସମୟରେ, ଗାଁ ଲୋକ ଦେଖି ନେଇଥିଲେ । ଯାହାଫଳରେ ଗାଁ ଲୋକେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରି ନେଇଥିଲେ। ପ୍ରାୟ କୋଡିଏ ଜଣ ପ୍ରବାସୀ ଚେନ ପୁଲିଂ କରି ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଗାଁ ଲୋକେ ତାଙ୍କ ଅଟକାଇ ଦେଇଛନ୍ତି ଓ ତାଙ୍କ ଗତି ବିଧି ଉପରେ ନଜର ରଖାଯାଇଛି ।

ସୁପ୍ରିମ କୋର୍ଟଙ୍କ ରହିତାଦେଶ ପରେ ପ୍ରବାସୀ ଶ୍ରମିକ ମାନଙ୍କୁ ଆଣିବା ପାଇଁ ଟ୍ରେନ ଚାଲିବା ଆରମ୍ଭ ହେଇଥିଲା । ଯାହା ଫଳରେ ଦେଶର ଅନେକ ଜାଗାରେ ଫସି ରହିଥିବା ପ୍ରବାସୀ ମାନେ ନିଜ ରାଜ୍ୟକୁ ଫେରି ପାରିବେ । ଏହି ପରିପ୍ରେଖିରେ ଅହମ୍ମଦାବାଦରୁ ଭୁବନେଶ୍ବର ଆସୁଥିବା ଏହି ଟ୍ରେନ ପାଖାପାଖି ସନ୍ଧ୍ଯା ସମୟରେ ଅନୁଗୁଳ ଦେଇ ଯାଉଥିବା ସମୟରେ କିଛି ପ୍ରବାସୀ ଓଡିଆ ଚେନ ଟାଣି ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ସେଠାକାର ଗାଁ ଲୋକେ ସେମାନଙ୍କ ମଧ୍ୟରୁ 6 ଜଣଙ୍କୁ ଧରି ନେଇଥିଲେ ଓ ପଚରା ଉଚରା କରିଥିଲେ ।

ସ୍ଥାନଟି ଅନ୍ଧାର ଥିବା ହେତୁ ଓ ବେସୀ ଜନଗହଳି ନ ଥିବାରୁ ସେମାନେ ଏହାର ସୁଯୋଗ ଉଠାଇ ଥିଲେ । ଗାଁ ଲୋକେ ଧରିବା ପରେ ଅନୁଗୁଳ ପୋଲିସକୁ ଖବର ଦେଇଥିଲେ ଓ ଅନୁଗୁଳ ପୋଲିସ ସେଠି ପହଞ୍ଚି ସେମାନଙ୍କୁ ପଚରା ଉଚରା କରୁଛି । ଏହା ସହିତ ଆମ୍ବୁଲନ୍ସେ ଗାଡି ମଧ୍ୟ ପହଞ୍ଚିଛି । ହେଲେ ଏବେ ଯାଏ କେତେଜଣ ସେଠୁ ଖସିଯିବାରେ ସଫଳ ହେଇଛନ୍ତି ସେ ନେଇ ସଠିକ ତଥ୍ୟ ମିଳି ପାରିନାହିଁ ।

ସରକାର ଯେତେବେଳେ ବାରମ୍ବାର ଲୋକଙ୍କୁ ସହଯୋଗ କରିବା ପାଇଁ କହୁଛନ୍ତି ଓ ସଚେତନ କରାଉଛନ୍ତି, ହେଲେ ଏମିତି କିଛି ଲୋକଙ୍କ ପାଇଁ ବହୁତ ଲୋକ ଅସୁବିଧାରେ ପଡି ପାରନ୍ତି । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।